ନମସ୍କାର ବନ୍ଧୁଗଣ ଦେଶରେ ବର୍ତ୍ତମାନ କରୋନା ର ପ୍ରକପ ଟିକେ କମିଲେ ମଧ୍ୟ କିଛି ସ୍ଥାନ ଏପରି ଅଛି ଯେଉଁଠି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କରୋନା ସଂକ୍ରମଣ କମିବାର ନାମ ନେଉ ନାହିଁ । ତେବେ ଏହି କରୋନା ଦୁଇ ବର୍ଷ ହୋଇ ଯିବ ଦେଶ ରେ ରହିଛି । ଏହା ଯୋଗୁଁ ଅନେକ ଲୋକ ଆକ୍ରାନ୍ତ ହୋଇ ମୃ-ତ୍ୟୁ ବରଣ ମଧ୍ୟ କରିଛନ୍ତି ଏବଂ ଅନେକ ପରିବାର ଛାର ଖାର ହୋଇ ପଡିଛି । କାହାର ବାପା ତ କାହାର ପୁଅ କାହାର ମାଆ ତ କାହାର ଝିଅ ସମସ୍ତେ ନିଜର ପ୍ରିୟଜନ କୁ ହରାଇ ଛନ୍ତି ।
ତେବେ ଏହି ପରି ଭୟଙ୍କର ପରିସ୍ଥିତି ରେ ପ୍ରାୟତଃ ଦୁଇ ବର୍ଷ ହେବ ଲକଡାଉନ ଏବଂ ସଟଡାଉନ ଆଦି ହେଉଛି । ତେବେ ଏହି ଲକଡାଉନ ଯୋଗୁଁ ଅନେକ ଲୋକ ନିଜର ଜୀବିକା ମଧ୍ୟ ହରାଇ ଛନ୍ତି ଏବଂ ଭୋକ ପେଟ ରେ ବାସ ଜୀଵନ କାଟୁଛନ୍ତି । ଏହା ସହ କଲେଜ ସ୍କୁଲ ବନ୍ଦ ହୋଇ ଥିବାରୁ ପିଲାମାନେ ସ୍କୁଲ କଲେଜ ଯାଇ ପାରୁ ନାହାଁନ୍ତି କିମ୍ବା ସବୁଦିନ ଏବଂ ସବୁ ଉତ୍ସବ ରେ ସେମାନେ ଯୋଗଦାନ କିମ୍ବା ଖୁସି ମନରେ ପାଳନ କରି ପାରୁ ନାହାଁନ୍ତି ।
ଏହି ସମୟରେ ଏକ କୁନି ଝିଅ ନିଜର ଏହି ଦୁଃଖ କୁ ଗାଇ ନିଜର ବ୍ୟକ୍ତ କରିଛନ୍ତି । ଏକ ରଚିତ ଗୀତ ଗାଇ ଭିଡିଓ କରି ସୋ-ସି-ଆ-ଲ ମି-ଡ଼ି-ଆ- ରେ ଛାଡିଥିଲା ତେବେ ଏହି ଭି-ଡି-ଓ ଟି ଖୁବ ଭା-ଇ-ରା-ଲ ହେବା ସହ ଲୋକମାନେ ଗୀତ ଟିକୁ ପସନ୍ଦ ମଧ୍ୟ କରିଥିଲେ । ତେବେ ସେହି କୁନି ଝିଅ ଟି ହେଉଛି ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଝିଅ ଟିର ନାମ ହେଉଛି ଶିଖାରାଣୀ । ତେବେ ଶିଖାରାଣୀ ର ମନ ର ଦୁଃଖ କୁ ବୁଝି ତାଙ୍କ ମାଆ ଏହି ଗୀତ ଟି କୁ ଲେଖିଥିଲେ ଏବଂ ସେହି ଗୀତ ଟି କୁ କୁନି ଝିଅ ଟି ବହୁତ ସୁନ୍ଦର ଭାବରେ ଗାଉଥିବାର ନଜର ଆସୁଛି ।
ତେବେ ଏହି ଗୀତରେ ସେ କହିଛନ୍ତି କି ନାମ ଲେଖା ହେବା ପରଠାରୁ ସେ ସ୍କୁଲ ଯାଇ ନାହାନ୍ତି ଏବଂ ଗୁରୁଜୀ ଗୁରୁମାଙ୍କ ସହ ପରିଚୟ ମଧ୍ୟ ହୋଇନି । ନା କୌଣସି ଗଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ, ଗୁରୁଦିବସ,ଶିଶୁ ଦିବସ, କୌଣସି ଉତ୍ସବ ପାଳନ କରି ପାରୁ ନାହୁଁ । ଏହା ସହ ଅନଲାଇନ ର ପାଠ ପଢ଼ାରେ ମନ ଲାଗୁ ନାହିଁ । ତେବେ ସରକାର ଙ୍କ ଆଦେଶ କୁ ମାନି ରହିବାକୁ ପଡିବ ।
ଯେ ପର୍ଯ୍ୟନ୍ତ ଏହି ସଂକ୍ରମଣ ର ସମୟ ସରିନାହିଁ ସେ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ନାହିଁ ଏବଂ ସବୁ ଠିକ ହେବା ପରେ ହିଁ ସ୍କୁଲ ଖୋଲିବ ଏବଂ ଆମେ ସ୍କୁଲ ଯାଇ ଶ୍ରେଣୀ ରେ ବସି ପାଠ ପଢି ପାରିବୁ । ତେବେ ଏହି ଗୀତ ଟି ସୋ-ସି-ଆ-ଲ ମି-ଡ଼ି-ଆ ରେ ବର୍ତ୍ତମାନ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି ଏବଂ ଲୋକମାନେ ଏହି କୁନି ଝିଅ ର କଣ୍ଠ ରୁ ବାହାରି ଥିବା ଏହି ଗୀତ କୁ ମଧ୍ୟ ପସନ୍ଦ କରୁଛନ୍ତି । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ