ଏକ ନିଆରା ଢଙ୍ଗରେ କେବଳ କଣ୍ଠ ଓ ତାଳିରେ ‘ଶ୍ରୀମନ୍ଦିର’ ର ଟାଇଟଲ୍ ସଙ୍ଗ୍ ଗାଇଲେ 15 ଜଣ ସିଙ୍ଗର, ଖୁବ ଭାଇରାଲ ହେବାରେ ଲାଗିଛି ଏହି ଗୀତ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି କୋଟି ଓଡ଼ିଆ ଙ୍କ ମଉଡ଼ମଣି । ସେ ହେଉଛନ୍ତି ଓଡିଶା ବାସୀ ଙ୍କ ଜୀବନ୍ତ ଠାକୁର । ତାଙ୍କ ବିନା ବଞ୍ଚିବା ଅସମ୍ଭବ । ସେ ହେଲେ ଭକ୍ତ ମାନଙ୍କ କାଳିଆ,ଜଗା,ଏବଂ ମହାପ୍ରଭୁ । ନିଜ ଭକ୍ତ ଙ୍କ ପାଇଁ ସେ କିଛି ବି କରି ପାରନ୍ତି ଏବଂ ନିଜ ଭକ୍ତ ର କଠିନ ପରୀକ୍ଷା ମଧ୍ୟ ନେଇଥାନ୍ତି କିନ୍ତୁ ତଥାପି ସେ କେବେବି ନିଜ ଭକ୍ତ କୁ ଦୁଃଖ ରେ ଦେଖି ପାରନ୍ତି ନାହିଁ । ତାଙ୍କୁ ଖୋଲା ହୃଦୟ ରେ ଥରେ ଡାକିଲେ ସେ ତା କଥା ନିଶ୍ଚିତ ଶୁଣିଥାନ୍ତି ।

ମହାପ୍ରଭୁ ଜଗନ୍ନାଥ ଙ୍କ ବାସ ସ୍ଥାନ ହେଉଛି ପୁରୀର ଶ୍ରୀମନ୍ଦିର । ଏହି ସ୍ଥାନରେ ହିଁ କୋଟି କୋଟି ଭକ୍ତ ପ୍ରଭୁ ଜଗନ୍ନାଥ ଙ୍କ ଦର୍ଶନ କରିବାକୁ ଆସନ୍ତି ଏବଂ ନିଜର ମନକଥା ମହାପ୍ରଭୁ ଙ୍କୁ କୁହନ୍ତି । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ମହାପ୍ରଭୁ ଙ୍କ ସ୍ଥାନ ଏହି ଶ୍ରୀମନ୍ଦିର ଉପରେ ଏକ ସଂଗୀତ ନିର୍ମିତ କରାଯାଇଛି । ଯାହା ତରଙ୍ଗ ଟିଭି ରେ ପ୍ରସାରିତ ହେବାକୁ ଥିବା ଧାରାବାହିକ ‘ଶ୍ରୀମନ୍ଦିର’ ର ଟାଇଟେଲ ସଙ୍ଗ ଅଟେ ।

ଏହି ସଙ୍ଗୀତ କୁ ଖୁବ ସୁନ୍ଦର ଭାବରେ ସଙ୍ଗୀତଜ୍ଞ ମାନେ ପରିବେଷଣ କରିଛନ୍ତି । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ମହାପ୍ରଭୁ ଜଗନ୍ନାଥ ଙ୍କ ଶ୍ରୀମନ୍ଦିର ର ଟାଇଟେଲ ସଙ୍ଗ ଓଲିଉଡ ର ଗାୟକ ଓ ଗାୟିକା ମାନେ ଖୁବ ସୁନ୍ଦର ଭାବରେ ପ୍ରଦର୍ଶନ କରିଛନ୍ତି । ସବୁଠାରୁ ଖାସ କଥା ହେଉଛି ଏହା ଯେ, ଏହି ସଂଗୀତ ବିନା ବାଦ୍ୟ ଯନ୍ତ୍ର ରେ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ପରିବେଷଣ ହୋଇଛି ।

ବାଦ୍ୟ ଯନ୍ତ୍ର ବିନା ମଧ୍ୟ କଣ୍ଠଶିଳ୍ପୀ ମାନେ ଶ୍ରୀମନ୍ଦିର ଉପରେ ଏହି ସଂଗୀତ କୁ ଖୁବ ସୁନ୍ଦର ଭାବରେ ଗାଇଛନ୍ତି । ଏହି ସଂଗୀତ ଟି ମହାପ୍ରଭୁ ଙ୍କୁ ସମର୍ପଣ କରାଯାଇଛି । ଏହି ସଙ୍ଗୀତ କୁ ଗାଇଛନ୍ତି ଓଲିଉଡ ର ଜଣାଶୁଣା ତଥା ଲୋକପ୍ରିୟ ୧୫ ଜଣ କଣ୍ଠଶିଳ୍ପୀ । ତରଙ୍ଗ ଟିଭି ରେ ଆଗାମୀ ଦିନରେ ପ୍ରସାରଣ ହେବାକୁ ଯାଉଛି ଏହି ସଙ୍ଗୀତ । ଯାହା ‘ଶ୍ରୀମନ୍ଦିର’ ଧାରାବାହିକ ର ଟାଇଟେଲ ସଙ୍ଗ ଅଟେ ।

ଏହି ସଙ୍ଗୀତ ରେ କୌଣସି ପ୍ରକାର ବାଦ୍ୟଯନ୍ତ୍ର ର ବ୍ୟବହାର କରାଯାଇ ନାହିଁ । କେବଳ କଣ୍ଠ ଓ ତାଳି ରେ ସମୃଦ୍ଧ ହୋଇଛି ଏହି ନିଆରା ସଙ୍ଗୀତ । ଏହ ନିର୍ଦେଶନା ଦେଇଛନ୍ତି ଓଲିଉଡ ର ପ୍ରସିଦ୍ଧ ମ୍ୟୁଜିକ ଡାଇରେକ୍ଟର ପ୍ରେମ ଆନନ୍ଦ । ତେବେ ଏହି ରୋଚକ ସଙ୍ଗୀତ କୁ ଶୁଣିବା ପାଇଁ ଦର୍ଶକ ମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *