ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନ୍ଦିର ଭିତରୁ ବାହାରକୁ ପଡିଛି ନାଲି ଅଳତାର ଚିହ୍ନ ! କାହାର ଏଇ ପାଦ ଚିହ୍ନ ! ନାଲି ଟୁକୁ ଟୁକୁ ସୁନ୍ଦର ସୁନ୍ଦର ପାଦ ଯୋଡି ବା କାହାର ହୋଇପାରେ । ତେବେ ହଁ ବନ୍ଧୁଗଣ ଦେବୀ ମା’ ଙ୍କର ନୀଳା ବି ନିଆରା । ନିଜର ଭକ୍ତଙ୍କୁ ନିଜର ପାଦ ଦର୍ଶନ ପାଇଁ ମା’ ମନ୍ଦିର ଭିତରେ ହେଲେ ଆବିର୍ଭାବ ! ତେବେ କନ୍ଧମାଳ ଜିଲା ଦାରିଙ୍ଗିବାଡି ଗ୍ରୀନବାଡି ଗ୍ରାମର ଦକ୍ଷିଣ କାଳୀ ଗ୍ରାମଦେବୀଙ୍କ ମନ୍ଦିରରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।
ତେବେ ସକାଳୁ ମନ୍ଦିର ପୂଜକ ଯେତେବେଳେ ମନ୍ଦିରର ସକଳ ନୀତିକାନ୍ତି ପାଇଁ ମା’ ଙ୍କ କବାଟ ଖୋଲିବାକୁ ଆସିଥିଲେ । ତାଙ୍କ ସାମ୍ନାରେ ଏପରି କିଛି ଦୃଶ୍ୟ ତାଙ୍କ ଆଖି ସାମ୍ନାରେ ପଡିଯାଇଥିଲା । ଯାହାକୁ ଦେଖି ମନ୍ଦିର ପୂଜକ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯିବା ସହ ଗାଁ ଲୋକଙ୍କୁ ମଧ୍ୟ ଡାକି ଏହା ଦେଖାଇଥିଲା । ତେବେ ଗାଁ ଲୋକ ମଧ୍ୟ ଏହି ନାଲି ଅଳତାର ପାଦ ଚିହ୍ନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ତେବେ ମନ୍ଦିର ପୂଜକଙ୍କର କହିବା ଅନୁସାରେ ମା’ ଙ୍କର କାଲି ସନ୍ଧ୍ୟା ଆଳତୀ ଓ ପୂଜାନୀତି ସାରି ସେ ଯାଇଥିଲେ । ସେତେବେଳେ ମନ୍ଦିରରେ କିଛି ମଧ୍ୟ ଏପରି ପାଦ ଚିହ୍ନ ନଥିବାର ସେ ଦେଖିଥିଲେ । ତେବେ ଆଜି ସକାଳୁ ସକାଳୁ ହଟାତ ଭାବରେ ଯେତେବେଳେ ମନ୍ଦିର ଭିତରକୁ ଯିବାକୁ ବାହାରିଛନ୍ତି ।
ସେତେବେଳେ ମନ୍ଦିର ଭିତରୁ ବାହାର ଆଡକୁ ନାଲି ଅଳତାରେ ଭରି ହୋଇଥିବା କେତେ ଗୁଡିଏ ପାଦ ଚିହ୍ନ ମନ୍ଦିର ଭିତରୁ ବାହାର ଆଡକୁ ଲମ୍ବି ଯାଇଛି । ଯାହାକୁ ଦେଖି ଏହା ଦେବୀ ମା’ଙ୍କ ପାଦ ଚିହ୍ନ ବୋଲି ପୂଜକ ଅନୁମାନ କରିପାରିଥିଲେ । ତେବେ ମା’ ରାତ୍ରି ସମୟରେ ମା’ ନଗର ପରିକ୍ରମା କରିବା ପାଇଁ ଯେତେବେଳେ ଯାଇଛନ୍ତି । ସେତେବେଳେ ମା’ ତାଙ୍କର ପାଦ ଚିହ୍ନର ଛାପ ଏଠାରେ ଛାପି ଦେଇଯାଇଛନ୍ତି ।
ଯାହାକୁ ଦେଖିବା ପାଇଁ କେବଳ ସ୍ଥାନୀୟ ଲୋକେ କାହିଁକି ବହୁ ଦୂର ଦୂର ଜାଗାରୁ ମଧ୍ୟ ମା’ ଙ୍କର ପାଦ ଦର୍ଶନ କରିବା ପାଇଁ ସୁଅ ଛୁଟିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହିତ ଦେବୀ ମା’ ଙ୍କର ଭକ୍ତ ହୋଇଇଥିଲେ । ଜୟ ମା’ ଦକ୍ଷିଣ କାଳୀ ଲେଖି ପଠାନ୍ତୁ । ଧନ୍ୟବାଦ