ବନ୍ଧୁଗଣ କ୍ୟାମେରା ମ୍ୟାନ ମାନସ ସାହୁ ହତ୍ୟାକାଣ୍ଡଟି ଏବେ ସାରା ଓଡିଶାରେ ହଲଚଲ ସୃଷ୍ଟି କରିଛି । ଏହି ମାମଲାକୁ ନେଇ ସବୁ ଆଡେ ଜୋର ଚର୍ଚ୍ଚା ଧରିଛି । ତେବେ ଏହି ମାମଲାର କେତେକ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଅଟକ ରଖିଛି ଓ ଏବେ ତଦନ୍ତ ଜାରି ରଖିଛି । ତେବେ ଏହାରି ମଧ୍ୟରେ ଏକ ବଡ ଖୁଲାସା ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ଜଣେ ବ୍ୟକ୍ତି ଏହି ମାମଲାକୁ ନେଇ ଏକ ଆଶ୍ଚର୍ଯ୍ୟ ଜନକ ଖୁଲାସା କରିଛନ୍ତି । ବ୍ୟକ୍ତିଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହିଁ । ବ୍ୟକ୍ତି ଜଣକ କହିଛନ୍ତି-‘ଆମେ ଜାନୁୟାରୀ ୨୯ ତାରିଖରେ ପୁରୀ ଯାଇଥିଲୁ କିଛି ସର୍ଟ ଫିଲ୍ମ ସୁଟିଙ୍ଗ ହେବାର ଥିଲା । ନିରଞ୍ଜନ ସାର ଥିଲେ, ଶର୍ମୀଷ୍ଠା ମ୍ୟାମ, ମାନସ ଭାଇ, ମୁଁ, ଆଉ ଦୁଇଟି ଝିଅ ଓ ଆଉ ଜଣେ ଯୁବତୀ ଯାଇଥିଲେ’ ।
ଆଗକୁ ସେ କହିଛନ୍ତି-‘ନିରଞ୍ଜନ ସାର ସେଥିରେ ହିରୋ ଥିଲେ । ପୁରୀ ସମୁଦ୍ର କୂଳରେ ଗୋଟେ ସୁଟିଙ୍ଗ ହେଉଥିଲା ଗାଧୋଇବା ସିନ୍ ସୁଟିଙ୍ଗ ହେଉଥିଲା । ଯାହାକି ମାନସ ଭାଇ ରେକର୍ଡ କରୁଥିଲେ ତାଙ୍କ କ୍ୟାମେରାରେ । ସେଦିନ ଆସିବାର କିଛି ଦିନ ପରେ ମୋତେ ମାନସ ଭାଇ ଫୋନ କରିଥିଲେ ଆଉ କହିଥିଲେ କି, ତାଙ୍କୁ ନିରଞ୍ଜନ ସାର ଆଉ ଶର୍ମୀଷ୍ଠା ମ୍ୟାମ ବାଡେଇକି ତାଙ୍କ କ୍ୟାମେରା ନେଇଯାଇଛନ୍ତି’ ।
ଆଗକୁ ସେ କହିଛନ୍ତି-‘ଯଦି ବାକି ଟଙ୍କା ଆଉ ମୋ କ୍ୟାମେରା ସେମାନେ ଫେରାଇ ଦେବେ ତା ହେଲେ ମୁଁ ତାଙ୍କ ଚିପ୍ ବି ଫେରାଇ ଦେବି । ମୁଁ ତାଙ୍କୁ ପଚାରିଲି ସେ ଚିପ୍ ରେ କଣ ଅଛି କି ଚିପ୍ ଟା ଫେରାଇ ଦେବା କଥା କହୁଛ ଆଉ ମ୍ୟାମ ବି ମୋତେ କହିଥିଲେ ଯେତେବେଳେ ମାନସ ଭାଇକୁ ଦେଖିବୁ କହିବୁ ମୋ ଚିପ୍ ଟା ମୋତେ ଫେରାଇ ଦେବା ପାଇଁ’ ।
ଆଗକୁ ସେ କହିଛନ୍ତି-‘ସେ ସର୍ଟ ଫିଲ୍ମରେ ଗୋଟେ ଛୋଟ ଛୁଆକୁ ପୁରୀ ସମୁଦ୍ର କୁଳରେ ଗାଧାଉ ଥିଲେ ।ଏହି ସବୁ ସିନ୍ ଗୁଡିକୁ ମ୍ୟାମ ମୁଖ୍ୟ ସିନ୍ ବୋଲି କହୁଥିଲେ’ । ତା ହେଲେ ବନ୍ଧୁଗଣ ଏହି ବ୍ୟକ୍ତି ଜଣକ ଏଭଳି ଭାବରେ ମାନସ ହତ୍ୟାକାଣ୍ଡକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।