ବୃହସ୍ପତି ଏବେ ମକର ରାଶିକୁ ଚଳନ କରିବେ , ଏହା ଦ୍ଵାରା ଏହାର ପ୍ରଭାବ କିଛି ରାଶିଙ୍କ ଉପରେ ଶୁଭ ଆଉ କିଛି ରାଶି ଉପରେ ଖରାପ ପ୍ରଭାବ ପକାଇବ । ଆସନ୍ତା ଦୀପାବଳି ପାଇଁ ଆପଣମାନେ ସମସ୍ତଙ୍କୁ ଅନେକ ଅନେକ ଶୁଭେଛା , ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଯାଉ । ବୃହସ୍ପତି ଚଳନ ନଭେମ୍ବର ୨୦ ତାରିଖ ଦିନ ୧ ଘଣ୍ଟା ସମୟରେ , ବୃହସ୍ପତି ଉତ୍ତରାଷାଢା ନକ୍ଷତ୍ର ଦ୍ଵିପଦ ମକରକୁ ଚଳନ କରିବେ , ଯାହାକି କିଛି ରାଶିଙ୍କ ପାଇଁ ଅତି ଶୁଭ ଫଳ ପ୍ରଦାନ କରିବ ଆଉ କିଛି ରଶିଙ୍କ ପାଇଁ ଏହା ଅଶୁଭ ରହିବ ।
ଏହି କ୍ରମରେ ଯେଉଁ ରାଶି ମାନଙ୍କ ପାଇଁ ବୃହସ୍ପତିଙ୍କ ଏହି ଚଳନ ଅତି ଶୁଭ ଫଳ ପ୍ରଦାନ କରିବ ସେହି ରାଶି ଗୁଡିକ ହେଉଛନ୍ତି ବୃଷ ରାଶି, କର୍କଟ ରାଶି , କନ୍ୟା ରାଶି , ଧନୁ ରାଶି ଓ ମିନ ରାଶି । ଆପଣଙ୍କ ଜୀବନରେ ଅନେକ କିଛି ପରିବର୍ତନ ଆସିବ । ଧନ ଜନିତ ସମସ୍ତ ସମସ୍ୟା ଦୂର ହେବ , ପାରିବାରିକ ସମସ୍ତ ଅସୁବିଧା ଦୂର ହେବ ।
ତାହା ସହିତ ଯଦି ଆପଣ ବହୁ ଦିନ ଧରି ଶାରୀରିକ ପୀଡା ଭୋଗୁଛନ୍ତି ତାହା ସମ୍ପୂର୍ଣ ସୁସ୍ଥ ହେବ । ମାତା ପିତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ, ଏହି ସମୟ ପରଠାରୁ ଆପଣ ଯେ କୌଣସି କାର୍ଯ୍ୟରେ ହାତ ଦେବେ ସେଥିରେ ଆପଣଙ୍କୁ ସଫଳତା ମିଳିବ । ଯଦି ଆପଣ ବହୁତ ଦିନ ଧନୀ ଚାକିରି ଖୋଜୁଛନ୍ତି ତେବେ ଏହି ସମୟରେ ଆପଣଙ୍କୁ ମନ ପସନ୍ଦର ଚାକିରୀ ମିଳିବାର ଯୋଗ ମଧ୍ୟ ଅଛି ।
ମାତା ପିତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ଥିବା ବାଦ ବିବାଦ ଦୂରେଇଯିବ ଓ ଖୁସିର ଲହରୀ ଖେଳିବ। କୋର୍ଟ କଚେରୀ ମାମଲାରେ ବିଜୟ ହାସଲ କରିବେ । ଆସନ୍ତା ସମୟରେ ଆପଣ କୌଣସି ଯାନ ବାହନ କ୍ରୟ କରି ପାରନ୍ତି । ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହାଁନ୍ତି ତେବେ ଏହି ସମୟ ଆପଣଙ୍କ ଉତ୍ତମ ସମୟ ଅଟେ ।
ସେହିପରି ବୃହସ୍ପତିଙ୍କ ଚଳନ ଯୋଗୁ ଯେଉଁ ରାଶି ମାନଙ୍କ ଉପରେ ଖରାପ ପ୍ରଭାବ ପଡିବାର ଅଛି ସେହି ରାଶି ଗୁଡିକ ହେଲେ କୁମ୍ଭ ରାଶି, ମିଥୁନ ରାଶି, ସିଂହ ରାଶି , ତୁଳା ରାଶି । ଆପଣ ମାନଙ୍କୁ ଟିକେ ସାବଧାନ ରହିବାର ଆବଶ୍ୟକତା ରହିଛି । ଜୀବନରେ କିଛି ବାଧା ବିଘ୍ନ ର ସମ୍ମୁଖୀନ ହେଇ ପାରନ୍ତି । ସ୍ୱାସ୍ଥ୍ୟ ଗତ ସମସ୍ଯା ଦେଖା ଦେଇପାରେ ।
ଏଥିପାଇଁ ଆପଣଙ୍କୁ ପ୍ରତିକାର କରିବାକୁ ନିଶ୍ଚିତ ଆବଶ୍ୟକ । ଏହି ଚାରୋଟି ରାଶି ହଳଦିଆ ବସ୍ତ୍ର ଧାରଣ କରିବା , ହଳଦିଆ ଜିନିଷ ଧାରଣ କରିବା ଭଲ । ଗୁରୁବାର ଦିନ ବ୍ରାହ୍ମଣ ମାନଙ୍କୁ ଭୋଜନ କରାଇବା , ବସ୍ତ୍ର ଦାନ କରିବା ଦ୍ଵାରା ବୃହସ୍ପତି ସନ୍ତୁଷ୍ଟ ହୋଇଥାନ୍ତି । ଏହା ଦ୍ଵାରା ବୃହସ୍ପତିଙ୍କ ଏହି ଚଳନର ଖରାପ ପ୍ରଭାବର ଅଶୁଭ ଫଳରୁ ମୁକ୍ତି ମିଳିଥାଏ ।
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ