ମହିଳାମାନେ ଘରେ କଲେ ଏହି ୫ଟି ଭୁଲ୍, କେବେ ବି ଘରକୁ ଆସନ୍ତି ନାହିଁ ମା’ଲକ୍ଷ୍ମୀ, କଣ ଆପଣ ଏହି ଭୁଲ କରୁ ନାହାଁନ୍ତି ତ ?

ମହିଳା ମାନଙ୍କୁ ଘର ଭିତରେ କେବେ ବି ଏହି ଛଅ ଟି କାମ କରିବା ଉଚିତ ନୁହେଁ , ନହେଲେ ଘରେ ଦୁଃଖ ଓ ଦରିଦ୍ରତା ଆସିଥାଏ । ମା ଲକ୍ଷ୍ମୀ ଏହିପରି ଘରୁ ରାଗିକି ଚାଲିଯାଇଥାନ୍ତି । ଆମର ପ୍ରାଚୀନ ଗ୍ରନ୍ଥରେ ସବୁ ପତି ପତ୍ନୀଙ୍କୁ ଭଗବାନ ଶିବ ଓ ମା ପାର୍ବତୀ ବୋଲି ମନେ କରାଯାଇଥାଏ । ଭଗବାନ ଶିବ ଓ ମା ପାର୍ବତୀ ଦୁହେଁ ଦୁହିଁଙ୍କର ଅଂଶ ଅଟନ୍ତି , ସେହିପରି ପତି ପତ୍ନୀ ଦୁହେଁ ଦୁହିଁଙ୍କର ଅଂଶ ଅଟନ୍ତି । ସେଥି ପାଇଁ ପତ୍ନୀଙ୍କୁ ଅର୍ଦ୍ଧାଙ୍ଗିନୀ କୁହାଯାଇଥାଏ , ବିବାହ ପରେ ପତ୍ନୀଙ୍କ ଭାଗ୍ୟ ପତି ସହିତ ଯୋଡି ହୋଇଥାଏ । ପତ୍ନୀଙ୍କର ପୁର୍ନ୍ୟ , କର୍ମ ଧର୍ମ ଆଦିର ଫଳ ପତିକୁ ବି ପ୍ରାପ୍ତ ହୋଇଥାଏ ଏବଂ ସେହିପରି ପତି ଦ୍ଵାରା କରାଯାଇଥିବା ଭୁଲ କାମର ଫଳ ପତ୍ନୀଙ୍କୁ ବି ସହ୍ୟ କରିବାକୁ ପଡିଥାଏ ।

ହିନ୍ଦୁ ସମାଜରେ ସ୍ତ୍ରୀକୁ ଘରର ଲକ୍ଷ୍ମୀ ମନା ଯାଇଥାଏ , କିନ୍ତୁ କିଛି ମହିଳାଙ୍କର ଭୁଲ ପାଇଁ ମା ଲକ୍ଷ୍ମୀ ରାଗି ଯାଇଥାନ୍ତି ଏବଂ ଘରୁ ଚାଲିଯାଇଥାନ୍ତି , ଏବଂ ସେହି ଘରେ ତାଙ୍କ ଭଉଣୀ ଅଲକ୍ଷ୍ମୀ ବାସ କରିଥାନ୍ତି । ଯଦି ଆପଣଙ୍କ ଘରେ ଏପରି କିଛି ଭୁଲ ହେଉଥାଏ ତେବେ ସେହି ଭୁଲକୁ ସୁଧାରି ନିଅନ୍ତୁ , ଅନ୍ୟଥା ଆପଣଙ୍କୁ ଆଉ ଆପଣଙ୍କର ଘର ପରିବାରକୁ ଏହାର ଖରାପ ପ୍ରଭାବ ଭୋଗିବାକୁ ପଡ଼ିପାରେ । କାରଣ ଅଲକ୍ଷ୍ମୀ ଘରକୁ ଆସିବା ଦ୍ଵାରା ଘରେ ରୋଗ ବିମାରୀ ବଢିବାକୁ ଲାଗିଥାଏ । ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିବା ସେହି କେତୋଟି ଭୁଲ ବିଷୟରେ ଯାହାକୁ ମହିଳା ମାନଙ୍କୁ ଘରେ କରିବା ଅନୁଚିତ ହୋଇଥାଏ ।

 

୧. ପ୍ରଥମରେ ସନ୍ଧ୍ୟା ସମୟରେ କୌଣସି ବି ମହିଳା ଘରେ ବାଳ ଖୋଲା ରଖିବା ଅନୁଚିତ । ଅନେକ ମହିଳା ମାନଙ୍କର ଅଭ୍ୟାସ ରହିଥାଏ ସେ ସନ୍ଧ୍ୟା ସମୟରେ ନିଜ କେଶକୁ ଖୋଲି ଘରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିଥାନ୍ତି । ଏପରି କରିବା ଶାସ୍ତ୍ର ଅନୁସାରେ ଅନୁଚିତ ହୋଇଥାଏ । ଏପରି କରିବା ଦ୍ଵାରା ଘରେ ନକରାତ୍ମକ ଊର୍ଜା ପ୍ରବେଶ କରିଥାଏ ଏବଂ ମା ଲକ୍ଷ୍ମୀ ଏପରି ଘରେ କେବେ ବାସ କରିନଥାନ୍ତି ।

୨. ଆପଣ ମାନେ ଦେଖିଥିବେ କେତେକ ମହିଳା ମାନେ ଘରର ମୁଖ୍ୟ ଦ୍ଵାରରେ ବସି ଗପସପ କରିଥାନ୍ତି , ଭୋଜନ ମଧ୍ୟ କରିଥାନ୍ତି , ଏହା ଅଶୁଭ ହୋଇଥାଏ । କାରଣ ମା ଲକ୍ଷ୍ମୀ ଆପଣଙ୍କର ମୁଖ୍ୟ ଦ୍ଵାର ଦେଇ ଘରେ ପ୍ରବେଶ କରିଥାନ୍ତି , ତେଣୁ ମହିଳାମାନେ ଯଦି ଘରର ମୁଖ୍ୟ ଦ୍ଵାର ବନ୍ଦ କରି ବସିଯାନ୍ତି ତେବେ ମା ଲକ୍ଷ୍ମୀ ଘରର ମୁଖ୍ୟ ଦ୍ଵାରରୁ ଫେରି ଯାନ୍ତି । ଏବଂ ଏହି କଥାକୁ ମନେରଖନ୍ତୁ ଯେ ଘରର ମୁଖ୍ୟ ଦ୍ଵାରକୁ ସଫା ସୁତୁରା ରଖିବା ଦରକାର ଯାହା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଘରେ ପ୍ରବେଶ କରିଥାନ୍ତି ।

୩. ବହୁତ ମହିଳା ମାନେ ଘରେ ବହୁତ ଡେରି ପର୍ଯ୍ୟନ୍ତ ଶୋଇଥାନ୍ତି , ଆପଣଙ୍କୁ କହି ଦେଉଛୁ ଯେ ଯଦି ମହିଳା ମାନେ ସୂର୍ଯ୍ୟ ଉଦୟ ପରେ ବି ଶୋଇ ରହିଥାନ୍ତି ତେବେ ଘରେ ନକରାତ୍ମକ ଊର୍ଜାର ସଂଚାର ହୋଇଥାଏ । ତେଣୁ ସକାଳୁ ଜଲ୍ଦି ଉଠି ଭଗବାନଙ୍କର ପୂଜା ଅର୍ଚନା କରନ୍ତୁ ଯାହା ଦ୍ଵାରା ଘରେ ସକରାତ୍ମକ ଊର୍ଜାର ସଂଚାର ରହିବ ।

୪. ରାତିରେ ବା ସବୁବେଳେ ଘରେ ଅଇଁଠା ବାସନ ପଡିରହିବା ଅଶୁଭ ହୋଇଥାଏ । ଅଇଁଠା ବାସନ ନକରାତ୍ମକ ଊର୍ଜାକୁ ଘରକୁ ଆଣିଥାଏ । ଏହି କାରଣ ପାଇଁ ମା ଲକ୍ଷ୍ମୀ ଘରେ କେବେ ବାସ କରନ୍ତି ନାହିଂ । ଯେତେ ସମ୍ଭବ ରୋଷେଇ ଘରକୁ ସର୍ବଦା ସ୍ଵଚ୍ଛ ରଖନ୍ତୁ । ଅଇଁଠା ବାସନକୁ ରାତିରେ ହିଁ ସଫା କରିଦିଅନ୍ତୁ ।

୫. ପତ୍ନୀ ସ୍ନେହ , ପ୍ରେମ , ମମତାର ପ୍ରତୀକ ବୋଲି ମନା ଯାଇଥାଏ, କିନ୍ତୁ କିଛି ମହିଳାଙ୍କ ବାଣୀ ଅତ୍ୟନ୍ତ କଟୁ ସ୍ଵଭାବର ହୋଇଥାଏ । ଏହିପରି ମହିଳାମାନେ ଘରେ ସବୁବେଳେ କଳି ଝଗଡା କରିଥାନ୍ତି । ଏହିପରି ଘରେ ମା ଲକ୍ଷ୍ମୀ କେବେ ବି ବାସ କରନ୍ତି ନାହିଁ , ଅଲକ୍ଷ୍ମୀ ସେ ଘରେ ବାସ କରିବାକୁ ଲାଗିଥାନ୍ତି । ଯାହା ଦ୍ୱାରା ଘରୁ ସୁଖ , ସମୃଦ୍ଧି , ଖୁସି ଦୂର ହେବାକୁ ଲାଗିଥାଏ । ସେଥିପାଇଁ ଘରେ କେବେ ବି କଳି ଝଗଡା କରିବା ଉଚିତ ହୋଇ ନଥାଏ । ଘରର ସମସ୍ତ ସଦସ୍ୟଙ୍କ ପ୍ରତି ପ୍ରେମ ଭାବନା ରଖିବା ଉଚିତ ଏବଂ ଭଗବାନଙ୍କ ପ୍ରତି ପ୍ରେମ ଭାବନା ରଖିବା ଉଚିତ ।

୬. ଯେଉଁ ଘରେ ଭିକ୍ଷୁକ ମାନଙ୍କର ତିରସ୍କାର କରାଯାଇଥାଏ ସେହି ଘରେ ମା ଲକ୍ଷ୍ମୀ କେବେ ବି ପ୍ରବେଶ କରିନଥାନ୍ତି । ଯଦି ଆପଣଙ୍କ ଘରକୁ ଆସୁଥିବା ଭିକ୍ଷୁକ ମାନଙ୍କୁ କିଛି ଦିଆ ଯାଇନଥାଏ , ବା ତାଙ୍କୁ ତଡି ଦିଆ ଯାଇଥାଏ ଅବା ଦୁଆର ମୁହଁକୁ ଆସୁଥିବା ଗାଇକୁ ଖାଇବାକୁ ନ ଦେଇ ବିଦା କରାଯାଇଥାଏ ତେବେ ସେ ଘରୁ ସୁଖ ସମୃଦ୍ଧି ଓ ଶାନ୍ତି ବହୁତ ଦୂରକୁ ଚାଲିଯାଇଥାଏ । ଘରର ଭଲ ମନ୍ଦ କେବେ ବି ଅନ୍ୟ ବ୍ୟକ୍ତି ସହିତ ଶେୟର କରିବା ଅନୁଚିତ ହୋଇଥାଏ ।

ଘରର ମନ୍ଦିରରେ ଧୂପ ଦୀପ ଜଳେଇବାକୁ କେବେ ବି ଭୁଲିଯିବା ଉଚିତ ନୁହେଁ ଏବଂ କଥା କଥାରେ ନିଜର ପତିକୁ ଅପଶବ୍ଦ ପ୍ରୟୋଗ କରିବା ଅନୁଚିତ । ତେବେ ଆପଣଙ୍କୁ ଯଦି ଏହି ଲେଖାଟି ଭଲ ଲାଗିଥାଏ ତେବେ କମେନ୍ଟରେ ଆମକୁ ନିଶ୍ଚେ ଲେଖନ୍ତୁ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ । ଆଗକୁ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *