ବନ୍ଧୁଗଣ ଓଡିଆ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ମିହିର ଦାସ ଯିବା ପରେ ସାରା ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ମିହିର ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି ଓ ତାଙ୍କର ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ନିଜ ଜବରଦସ୍ତ ଅଭିନୟ ପାଇଁ ତାଙ୍କୁ କେତେକ ପୁରସ୍କାରରେ ବି ସମ୍ମାନିତ କରାଯାଇଛି । ତେବେ ବନ୍ଧୁଗଣ ସମସ୍ତ ଓଡିଆ କଳାକାର ମାନେ ମିହିର ଯିବା ପରେ ନିଜର ଦୁଃଖ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ମହାଶ୍ଵେତା ରାୟ ମିହିର ନେଇ ନିଜ ଦୁଃଖ ପ୍ରକାଶ କରିଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ମହେଶ୍ଵେତା ଓ ମିହିର ଏକା ସହ ଅନେକ ଫିଲ୍ମରେ କାମ କରିଥିଲେ । ଉଭୟଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା । ମହେଶ୍ଵେତା କାନ୍ଦି କାନ୍ଦି କହିଛନ୍ତି-‘ମୁ ଏ ପର୍ଯ୍ୟନ୍ତ ବି ବିଶ୍ଵାସ କରିପାରୁ ନାହିଁ ମୁ ଏବେ ଦେଖିକି ଆସିଲି ମିହିରକୁ । ଏ ଲସ୍ ବିଷୟରେ କିଛି କହି ହେବ ନାହିଁ ମିହିର ପାଇଁ କିଛି ଭାଷା ନାହିଁ’ ।
ଆଗକୁ ସେ କହିଛନ୍ତି-‘ମୁ ତା ସହ ‘ବସ୍ତ୍ର ହରଣ’ ଫିଲ୍ମ ଆରମ୍ଭ କରିଥିଲି ଓ ଶେଷ ହେଲା ‘ଲାଲ ପାନ ବିବି’ରୁ । ଏ ଦୁଇ ତିନି ମାସ ତଳେ ମୁ ତା ସହ କଥା ହେଇଥିଲି ସେ ହସ୍ପିଟାଲରେ ଭର୍ତ୍ତି ହେବା ଆଗରୁ । ବିରାଟ ବଡ ଲସ୍ ଏ ଲସ୍ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି କେମିତି ସମ୍ଭାଳିବ ଆମ ପାଇଁ ଏଇଟା ବ୍ୟକ୍ତିଗତ ଲସ୍ । ସବୁ କଳାକାର ମାନଙ୍କୁ ମିହିରଙ୍କୁ ହରାଇ ବହୁତ ଖାଲି ଖାଲି ଲାଗୁଛି’ ।

ଆଗକୁ ସେ କହିଛନ୍ତି-‘ଆଉ ତା ଭଳିଆ କଳାକାର ସେ ଯଦି ମୋ ସାଇଡରେ ଆସିଯାଏ ତା ହେଲେ ସେ ପର୍ଫରମାନ୍ସ ଆହୁରି ବିଉଟିଫୁଲ ହେଇଯାଏ । ଏତେ ଶୀଘ୍ର ମିହିର ଯିବାର ନଥିଲା’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ମହେଶ୍ଵେତା କାନ୍ଦି କାନ୍ଦି ନିଜ ଦୁଃଖ ପ୍ରକାଶ କରିଛନ୍ତି ।

