ଓଡିଶାର ଲୋକପ୍ରିୟ ଅଭିନେତ୍ରୀ Mahashweta Ray ଙ୍କ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ବିଭିନ୍ନ ପ୍ରକାରର ଓଡିଆ ଫିଲ୍ମ ଦେଖିଥିବେ ଓ ଏହା ସହିତ ଆପଣ ମାନେ ଆମର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ବିଭିନ୍ନ କଳାକାର ମାନଙ୍କୁ ମଧ୍ୟ ନିଶ୍ଚୟ ଦେଖିଥିବେ । ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ କାମ କରୁଥିବା ସମସ୍ତ କଳାକାର ମାନେ ବହୁତ କଷ୍ଟ ଓ ସଂଘର୍ଷରେ ଏହି ଅଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ଏମାନେ ନିଜର ସୁନ୍ଦର ଅଭିନୟ ଦ୍ଵାରା ଲୋକ ମାନଙ୍କ ମନକୁ କିଣି ନେଇ ପାରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଅଲିଉଡ ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଅଭିନୟ ଦ୍ଵାରା ସାରା ଓଡିଶାରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ସେହି କଳାକାର ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଓଲିଉଡର ଫେମସ ଅଭିନେତ୍ରୀ ମହେଶ୍ଵତା ରୟ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମହେଶ୍ଵତା ରାୟଙ୍କ ବିଷୟରେ ଏପରି କିଛି କଥା କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ମହେଶ୍ଵତା ରାୟ ଆମ ଅଲିଉଡ ଇଣ୍ଡଷ୍ଟ୍ରିରେ ଏକ ଦିଗଜ ଅଭିନେତ୍ରୀ ରୂପେ ପରିଚିତ ଅଟନ୍ତି । ଏହି ଅଭିନେତ୍ରୀ ଜଣକ ୨ ଜୁଲାଇ ୧୯୬୨ ମସିହାରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ । ଅଭିନେତ୍ରୀ ମହେଶ୍ଵତାଙ୍କର ସ୍ଵାମୀଙ୍କ ନାମ ହେଉଛି ସିରିସ୍ ରାଉତ ରାୟ । ପିଲା ବେଳରୁ ମହେଶ୍ଵତାଙ୍କୁ ଅଭିନୟରେ ବହୁତ ରୁଚି ରହିଥିଲା । ନିଜର ପାଠ ପଢା ସାରିବା ପରେ ସେ ଓଡିଆ ଫିଲ୍ମ ଜଗତରେ ପାଦ ଦେଇଥିଲେ ।


ତାଙ୍କର ପ୍ରଥମ ଓଡିଆ ଫିଲ୍ମର ନାମ ହେଉଛି ୧୯୭୬ ମସିହାରେ ଆସିଥିବା ଫିଲ୍ମ ‘ଶେଷ ଶ୍ରାବଣ’ । ଏହି ଫିଲ୍ମରେ ସେ ବହୁତ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ମନକୁ ଜିତି ପାରିଥିଲେ । ଏହା ପରେ ସେ ଫିଲ୍ମ ପ୍ରିୟତମା, ଶଙ୍ଖ ମହୁରି, ସତୀ ଅନସୂୟା, ପ୍ରଣାମ ଖାରେଡୁ, ଏ ନୁହେଁ କାହାଣୀ, ହୀରା ମୋତି ମାଣିକ୍ୟ, ଶେଷ ଶ୍ରାବଣ ଓ ଝୁମୁକା ଆଦି ଫିଲ୍ମ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ ।


ଦର୍ଶକ ମାନେ ତାଙ୍କର ଫିଲ୍ମ ଓ ସୁନ୍ଦରତାକୁ ଦେଖିବା ପାଇଁ ବହୁତ ପସନ୍ଦ କରୁଥିଲେ । ଏହା ପରେ ସେ ୧୯୭୮ ଓ ୧୯୭୯ ମସିହାରେ ନିଝୁମ ରାତିର ସାଥି, ବଳିଦାନ, ଜନ୍ମଦାତା ଓ ଝିଲ୍ମିକ ଆଦି ସୁପର ହିଟ ଫିଲ୍ମରେ ଅଭିନୟ କରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଥିଲେ । ବନ୍ଧୁଗଣ ସେ ଓଡିଆ ଫିଲ୍ମ ବ୍ଯତୀତ କେତେକ ବଙ୍ଗାଳୀ ଫିଲ୍ମରେ ମଧ୍ୟ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି ।

ବର୍ତ୍ତମାନ ମଧ୍ୟ ସେ କିଛିଟା ଓଡିଆ ଫିଲ୍ମରେ ନିଜ ଅଭିନୟର ଝଲକ ଦେଖାଉଛନ୍ତି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ତରଫରୁ ସେ ବହୁତ ଆୱାର୍ଡର ଅଧିକାରୀ ହୋଇଛନ୍ତି । ମହେଶ୍ଵତାଙ୍କ ସୁନ୍ଦର ଅଭିନୟ ଓ ଆକର୍ଷିତ ଲୁକକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । ସେ ଏହି ଅଲିଉଡ ଜଗତରେ ବହୁତ କଷ୍ଟ କରି ସାରା ଓଡିଆ ଇଣ୍ଡଷ୍ଟ୍ରିରେ ନିଜର ଏକ ନୂତନ ପରିଚୟ ସୃଷ୍ଟି କରିପାରିଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *