Jyotish Shastra- ଦୀର୍ଘ ୧୧୭ ବର୍ଷ ପରେ ମହା ଶିବରାତ୍ରି (ମାର୍ଚ୍ଚ 11) ରେ ବଡ ରାଜଯୋଗ, ରାତାରାତି ହଠାତ ଚମକି ଉଠିବ ଏହି 4 ଟି ରାଶିର ଭାଗ୍ୟ

ନମସ୍କାର ବନ୍ଧୁଗଣ , ୧୧୭ ବର୍ଷ ପରେ ରାଜ ଯୋଗରେ ପାଳନ କରାଯିବ ମହାଶିବରାତ୍ରି । ଚାରୋଟି ରାଶି ଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ । ଏହି ପୁଣ୍ୟ ମହାଶିବରାତ୍ରି ରେ ଶନି ନିଜ ସ୍ଥାନରେ ଏବଂ ଶୁକ୍ର ଉନ୍ନତ ସ୍ଥାନରେ ରହିବାକୁ ଯାଉଛି । ଏହି ଥର ବହୁତ ଶୁଭ ତିଥି ପଡ଼ିବାକୁ ଯାଉଛି । ଆପଣ ମାନେ ତ ଜାଣିଥିବେ ମାତା ପାର୍ବତୀ ମହାଦେବ ଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏବଂ ସମଗ୍ର ଦେବିଦେବତାଗଣ ମଧ୍ୟ ତାହା ହିଁ ଚାହୁଁଥିଲେ ।

ମହାଦେବ ତାଙ୍କର ଧ୍ୟାନ ସାରି ପାର୍ବତୀ ଙ୍କୁ ଦେଖିବା ପରେ ତାଙ୍କୁ କହିଥିଲେ କି ସେ କେଉଁ ରାଜକୁମାର ଙ୍କୁ ବିବାହ କରି ନିଅନ୍ତୁ କିନ୍ତୁ ପାର୍ବତୀ ମନା କରିଥିଲେ ଏବଂ ପାର୍ବତୀ ଙ୍କର ପ୍ରେମ ଦେଖି ମହାଦେବ ତାଙ୍କୁ ବିବାହ କରିବାକୁ ଚାହିଁଥିଲେ । ସେ ବିବାହ ସମୟରେ ତାଙ୍କ ସହ ସବୁ ଚଣ୍ଡି ଚାମୁଣ୍ଡା ଙ୍କୁ ସାଥିରେ ନେଇ ଯାଇଥିଲେ । ଯାହାଫଳରେ ପାର୍ବତୀ ଙ୍କର ଘରଲୋକ ଅରାଜି ହୋଇଥିଲେ ।

ଏହାପରେ ପାର୍ବତୀ ମହାଦେବ ଙ୍କୁ ଅନୁରୋଧ କରି କହିଥିଲେ କି ସମସ୍ତଙ୍କ ପରି ସେ ମଧ୍ୟ ଭଲରେ ବିବାହ କରିବାକୁ ଆସନ୍ତୁ ଏବଂ ମହାଦେବ ମଧ୍ୟ ପାର୍ବତୀ ଙ୍କ କଥା ମାନି ସେମିତି ହୋଇ ଆସିଥିଲେ ଏବଂ ସେହିଦିନ ତାଙ୍କର ବିବାହ ସମ୍ପର୍ଣ୍ଣ ହୋଇଥିଲା । ତେଣୁ ଆପଣ ଏହିଦିନ ଯାହା ମାଗିବେ ଏବଂ ଯାହା କରିବେ ଆପଣଙ୍କ ର ତାହା ସଫଳ ହେବ ।

ଏହି ଦିନ ସମସ୍ତଙ୍କ ଉପରେ ତ ଶୁଭ କାମନା ଏବଂ କୃପା ହେବ ହେଲେ ମେଷ ରାଶି ଙ୍କ ଉପରେ ବିଶେଷ କୃପା ରହିବ ।  ଏହି ସମୟରେ ଆପଣଙ୍କ ପରିବାର ରେ ସୁଖ ଶାନ୍ତି ଖେଳିଯିବ । ଆପଣଂକୁ ଉପରେ ଅନେକ ଦାୟିତ୍ବ ରହିବ । ଏହି ସମୟ ରେ ଆପଣ ନିଜର କାର୍ଯ୍ୟ ଦକ୍ଷତା ବଳ ରେ ସଫଳତା ର ଶୀର୍ଷ ସ୍ଥାନ ରେ ପହଞ୍ଚି ପାରିବେ । ଆପଣ ଶିବଙ୍କ ଉପରେ କ୍ଷୀର ଅଭିଷେକ କରନ୍ତୁ । ଆପଣଙ୍କ ପାଇଁ ବହୁତ ହିଁ ଭଲ ରହିବ ଏହିଦିନ । ଆପଣ ଚାହୁଁଥିବା ସବୁ କାମ ସଫଳ ହେବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ବହୁତ ହିଁ ଭଲ ସମୟ ଆସିବାକୁ ଯାଉଛି । ଆପଣଙ୍କ ପରିବାର ଉପରେ ଶୁଭ ଶକ୍ତି ଏବଂ ଉନ୍ନତି ହେବାର ଆପଣ ଦେଖିବେ ।

ଦ୍ୱିତୀୟ ରାଶି ହେଲା ବୃଷଭ ରାଶି । ଆପଣଙ୍କ ଉପରେ ମହାଦେବ ଙ୍କ ବିଶେଷ ଆଶୀର୍ବାଦ ରହିବ । ଆପଣ ଏହି ସମୟ ରେ ଯେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହାକୁ ନିର୍ଦ୍ୱନ୍ଦ ରେ କରିପାରିବେ । ସମାଜ ରେ ଆପଣଙ୍କ ର ମାନସମ୍ମାନ ବୃଦ୍ଧି ହେବ । ପରିବାର ରେ ସୁଖ ଶାନ୍ତି ର ବାତାବରଣ ଦେଖାଯିବ । ଆପଣ ମଲ୍ଲିକାଅର୍ଜୁନଙ୍କ ର ଦର୍ଶନ କରନ୍ତୁ । ଯଦି ଆପଣ ଏହା କରିପାରୁନାହାନ୍ତି ତେବେ ଆପଣ କୌଣସି ବି ଶିବ ଲିଙ୍ଗ ର ପୂଜା ଗଙ୍ଗା ଜଳରେ କରି ସେଥିରେ ଫୁଲ ପତ୍ର ରେ ପୂଜା କରନ୍ତୁ । ଏହାଦ୍ବାରା ଆପଣଙ୍କୁ ମହାଦେବ ଙ୍କ କୃପା ଲାଭ ହେବ ।

ତୃତୀୟ ହେଲା ମିଥୁନ ରାଶି ଆପଣ ମାନେ ମହାକାଳେଶ୍ୱର ଙ୍କୁ ଯାଇ ଦର୍ଶନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ସବୁପ୍ରକାର କାଳ ସଙ୍କଟ ଦୁରେଇ ଯାଇଥାଏ । ବର୍ଷ ସାରା ଆପଣ କାଳ ରୁ ଦୂରେଇ ରହିବେ । ଯଦି ଆପଣ ଏହା କରିପାରୁନାହାନ୍ତି ତେବେ ଆପଣ ଧ୍ୟାନ କରି ଶିବ ଲିଙ୍ଗ କୁ କ୍ଷୀର ମହୁ ରେ ଅଭିଷେକ କରନ୍ତୁ ତାହା ସହ ବେଲପତ୍ର ଏବଂ ଫୁଲ ମଧ୍ୟ ଅର୍ପଣ କରନ୍ତୁ । ଏହା ଦ୍ବାରା ଆପଣଙ୍କୁ ମହାଦେବ ଙ୍କର କୃପା ମିଳିଥାଏ । ଆପଣଙ୍କ ପାରିବାରିକ ତଥା ଦାମ୍ପତ୍ୟ ଜୀବନ ମଧୁର ହେବ। ଆପଣ ହସଖୁସିରେ ନିଜର ଜୀବନ ଅତିବାହିତ କରିବେ। ଏହି ରାଶିର ବ୍ୟକ୍ତି ବିଶେଷ ଙ୍କୁ ସୁଖଦ ପରିଣାମ ପ୍ରାପ୍ତ ହେବାକୁ ଯାଉଛି।

ଚତୁର୍ଥ ରାଶି କର୍କଟ ରାଶି । ଆପଣଙ୍କୁ ଚାକିରୀ କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ ପଦୋନ୍ନତି ମଧ୍ୟ ପ୍ରାପ୍ତି ହେବ। ଏହା ସହିତ ସରକାରୀ କ୍ଷେତ୍ରରେ ଆପଣ କରିଥିବା ଆବେଦନ ରେ ମଧ୍ୟ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ଆପଣ ଓଁ କାରେଶ୍ୱର ରେ ଯାଇ ମହାଦେବ ଙ୍କ ଦର୍ଶନ କରନ୍ତୁ । ଆପଣ ଯଦି ଏହା ନ କରି ପାରନ୍ତି ତେବେ ଆପଣ ମନ୍ତ୍ର ଜପ କରି ଶିବ ଲିଙ୍ଗ ର ପୂଜା କରନ୍ତୁ । ଏହା ଦ୍ବାରା ମହାଦେବ ପ୍ରସନ୍ନ ହୋଇଯିବେ । ଆପଣଙ୍କ ସବୁ କାମ ସଫଳତା ର ସହ ପୂର୍ଣ୍ଣ ହେବ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *