ମାଡି ଆସୁଛି ମହାବାତ୍ୟା ‘ସୁରିଗେ’, ବନ୍ୟାର ଆଶଙ୍କା, ୨୦୦ କିମିରୁ ଅଧିକ ବେଗରେ ବହିବ ପବନ, ରଚିବ ତାଣ୍ଡବ !

ଆସୁଛି ଏକ ବଡ ବାତ୍ୟା । ଖବର ଅନୁସାରେ ଯାହା ବହୁତ ଖରାପ ପରିସ୍ଥିତି ସୃଷ୍ଟି କରିପାରେ । ଯାହାର ପ୍ରଭାବରେ ବନ୍ୟାର ସମ୍ଭାବନା ମଧ୍ୟ ରହିଛି । ଏହି ବାତ୍ୟା ଫିଲିଫାଇନ୍ସ ଉପକୂଳକୁ ମୁଁହାଉଛି । ଏହାକୁ ବର୍ଷ 2021 ର ପ୍ରଥମ ଓ ବଡ ବାତ୍ୟା ବୋଲି କୁହାଉଛି ଓ ଏହା ମଧ୍ୟ କୁହାଯାଉଛି କି ଏହା ତାଣ୍ଡବ ରଚିପାରେ । ଯେଉଁଠି ପାଇଁ ଦେଶର ପାଣିପାଗ ବିଭାଗ ଲୋକଙ୍କୁ ସତର୍କ କରାଇଛି । ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ଫିଲିପାଇନ୍ସ ସାଗରରେ ଏହି ବାତ୍ୟା ସୁରିଗେ ସୃଷ୍ଟି ହୋଇ ବାଇକଲ୍ ଅଞ୍ଚଳ ଆଡକୁ ଧିରେ ଧିରେ ମୁହାଇଁଛି ।

ତେବେ ଏହା ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା କମ୍ ରହିଛି । ତେବେ ଏହା ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବାର ମଧ୍ୟ ସମ୍ଭାବନା ରହିଛି । ଓ୍ୱେଦର ଚ୍ୟାନେଲର ରିପୋର୍ଟ ଅନୁସାରେ, ସୁରିଗେର କେନ୍ଦ୍ରୀୟ ଚାପ ବା ସେଣ୍ଟ୍ରାଲ୍ ପ୍ରେସର ୮୮୮ ଏମବିରୁ ୮୯୫ ଏମବି ମଧ୍ୟରେ ରହିଛି ।

ଯାହା ଗତ କିଛି ବର୍ଷ ମଧ୍ୟରେ ଆସିଥିବା ବାତ୍ୟାଠୁ ଭୟଙ୍କର । ୧୯୦ କିମିରୁ ଅଧିକ ବେଗରେ ପବନ ବହିବାର ସମ୍ଭାବନା ରହିଛି । ଆମେରିକାର ବିଶେଷଜ୍ଞମାନେ ସୁରିଗେକୁ ଭୟଙ୍କର ବାତ୍ୟା ବୋଲି କହିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

ବାତ୍ୟା ସୁରିଗେ କୁ ନଜରରେ ରଖି ୫ ନମ୍ବର ବିପଦ ସଙ୍କେତ ସରକାର ଜାରି କରିଛନ୍ତି । ଏହା ପ୍ରଭାବରେ ୨୧୫ କିମି ବେଗରେ ପବନ ବହିପାରେ । ଯାହା କ୍ରମଶ ଘଣ୍ଟା ପ୍ରତି ୨୬୫ କିମିରେ ପହଁଚିବାର ଆଶଙ୍କା କରାଯାଉଛି ।

ଆପଣଙ୍କୁ କହି ଦେଉଛୁ କି ଫିଲିପାଇନ୍ସ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ରହିଛି । ଫଳରେ ଅଧିକାଂଶ ସମୟରେ ବାତ୍ୟାର ବିପଦ ରହିଥାଏ । ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ସହିତ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *