କାନ୍ଦୁଛନ୍ତି ମା’ କାଳୀ, ଆଖିରୁ ବୋହି ଯାଉଛି ଧାର ଧାର ଲୁହ, ଓଦା ହେଇ ଯାଉଛି ମା’ଙ୍କ ପିନ୍ଧା ବସ୍ତ୍ର, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଏହି ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ଶହ ଶହ ଭକ୍ତଙ୍କ ଡାକ ଶୁଣି ଅଭୟ ଦେଉଥିବା ମା’ କାଳୀ ଙ୍କ ଆଖିରୁ ଲୁହ ଝରୁଥିଲା । ଓଦା ହୋଇଯାଇଥିଲା ମା’ ଙ୍କ ପିନ୍ଧା ବସ୍ତ୍ର । କେଉଁ ଅମଳରୁ ଆଖିରେ ପଡିନଥିବା ଏହି ଦୃଶ୍ୟକୁ ଦେଖି ସେବକ ମାନେ ମଧ୍ୟ ଆଶ୍ଚର୍ଯ୍ୟ । ସମସ୍ତଙ୍କ ମନରେ ବର୍ତ୍ତମାନ ଗୋଟିଏ ପ୍ରଶ୍ନ ? ସତରେ କ’ଣ ମା’ କାନ୍ଦୁଛନ୍ତି ? ନା ଏହାର କିଛି ବୈଜ୍ଞାନିକ ଭିତ୍ତି ରହିଛି ? ମନ୍ଦିରର ପୂଜକ କହିଛନ୍ତି ଯେ ସେ ସାତ ଆଠ ବର୍ଷ ଏଠାରେ ପୂଜା କରୁଛନ୍ତି ମାତ୍ର ସାତ ଆଠ ବର୍ଷ ହେବ ଏହିଭଳି କୌଣସି ଜିନିଷ ସେ ଦେଖିନାହାଁନ୍ତି ।

ଏହା ୪ ଦିନ ହେବ ଦେଖିବାକୁ ମିଳିଛି । ଯଦି ମା’ କାନ୍ଦୁଛନ୍ତି ତେବେ ତାହା କ’ଣ ପାଇଁ ? ଏହି ଦୃଶ୍ୟ ହେଉଛି ରାୟଗଡ ଜିଲ୍ଲା ପାଇକ ପଡା ଦକ୍ଷିଣ କାଳୀ ମନ୍ଦିରର ମା’ ହେଉଛନ୍ତି ଏହି ଖଣ୍ଡ ମଣ୍ଡଳର ଇଷ୍ଟଦେବୀ ଦୀର୍ଘ ହଜାରେ ବର୍ଷ ତଳୁ ମା’ ଙ୍କୁ ଏଠାରେ ପ୍ରତିଷ୍ଠା କରାଯାଇଛି । ରାଜା ରାଜୁଡା ଅମଳରୁ ମା’ ଙ୍କ ଏହି ମନ୍ଦିର ପ୍ରସିଦ୍ଧି ରହିଛି । ହେଲେ ଗତ ସଙ୍କରାନ୍ତି ଠାରୁ ମନ୍ଦିରରେ ଦେଖା ଦେଇଛି ବ୍ୟତିକ୍ରମ ।

ସ୍ଥାନୀୟ ଲୋକେ ମଧ୍ୟ କହିଥିଲେ ଯେ ଆମ୍ଭେ ଏଠାକୁ ଆସି ପରିବାର ସହିତ ସବୁବେଳେ ଦର୍ଶନ କରୁ କିନ୍ତୁ ଗତକାଲି ଏଠାରେ ଆସି ଦର୍ଶନ କରିବା ବେଳକୁ ସେ ଯାହା ଦେଖିଲେ ତାହାକୁ ସେ ସହଜରେ ବିଶ୍ଵାସ କରିପାରୁନାହାଁନ୍ତି ଯେ ଏଭଳି କିଛି ଘଟଣା ଘଟିପାରିବ ବୋଲି ।

ମା’ ଙ୍କର ଦୁଇ ଆଖିରୁ ନିରନ୍ତର ଭାବରେ ଅଶ୍ରୁ ଝରିପଡୁଥିଲା । ବ୍ୟକ୍ତି ଜଣକ ପ୍ରାୟ ଏକ ଘଣ୍ଟା ହେବ ସେଠାରେ ବସିଲେ ଏବଂ ଏକ ଘଣ୍ଟା ଭିତରେ ସେ ଦେଖିବାକୁ ପାଇଲେ ଯେ ସମୁଦାୟ ୩୦ ରୁ ୩୫ ଧାର ଲୁହ ଦୁଇ ଆଖିରୁ ଝରିପଡିଥିଲା । ସଙ୍କରାନ୍ତି ଦିନ ମା’ ଙ୍କ ଆଖିରୁ ଲୁହ ଦେଖି ସେବକ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହାକୁ ପାଣି ଭାବି ମା’ ଙ୍କ ପାଷାଣ ପ୍ରତିମାରୁ ପୋଛି ଦେଇଥିଲେ କିନ୍ତୁ କିଛି ସମୟ ପରେ ଦେଖିଲା ବେଳକୁ ମା’ ଙ୍କ ସଂପୂର୍ଣ୍ଣ ବସ୍ତ୍ର ଓଦା ହୋଇଯାଇଥିଲା । ସ୍ଥାନୀୟ ଲୋକେ ଏହି ସମ୍ପର୍କରେ ଆଦୌ ବିଶ୍ଵାସ କରିପାରୁନଥିଲେ ମଧ୍ୟ ମା’ ଙ୍କ ର ଏହି ରୂପ ଦେଖିବାରୁ ସେମାନେ ବିଶ୍ଵାସ କରିବାକୁ ବାଧ୍ୟ ହୋଇଛନ୍ତି । ତେବେ ବନ୍ଧୁଗଣ ଏହି ଅଲୌକିକ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *