ଫେମସ ଓଡିଆ ଅଭିନେତା Buddhaditya ଙ୍କ Family & Biography

ବନ୍ଧୁଗଣ, ଓଡିଆ ଚଳଚ୍ଚିତ୍ର ଜଗତରେ ଏଭଳି ଅନେକ ଚେହେରା ମାନ ରହିଛନ୍ତି ଯାହାଙ୍କ ଅଭିନୟ ଦେଖିବା ନିମନ୍ତେ ଦର୍ଶକ ମାନେ ଚାହିଁ ବସିଥାନ୍ତି । ଆଜି ଆମ୍ଭେ ଏହି ପ୍ରସିଦ୍ଧ ଚେହେରା ତଥା ଅଭିନେତା ଙ୍କ ମଧ୍ୟରୁ ଜଣଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ । ସେ ହେଉଛନ୍ତି ବୁଦ୍ଧାଦିତ୍ୟ । ବୁଦ୍ଧାଦିତ୍ୟ ଙ୍କ ପୁରା ନାମ ହେଉଛି “ବୁଦ୍ଧାଦିତ୍ୟ ମହାନ୍ତି” । ତାଙ୍କର ଜନ୍ମ ୧୯୭୮ ମସିହା ଜାନୁଆରୀ ମାସ ୧୭ ତାରିଖରେ ହୋଇଥିଲା । ସେ କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ମଧ୍ୟ କଟକ ରେ ସେ ରହୁଛନ୍ତି । ବୁଦ୍ଧାଦିତ୍ୟଙ୍କ ମା ଙ୍କ ନାମ “ମାଳବିକା ରାୟ” ।

ନିଜର ପାଠପଢା ବୁଦ୍ଧାଦିତ୍ୟ ୟୁନିଭର୍ସିଟି ଅଫ ଦିଲ୍ଲୀ ରେଭେନ୍ସା କଲେଜ ରେ ସଂପୂର୍ଣ୍ଣ କରିଛନ୍ତି । ଏହାପରେ ସେ ୨୦୦୭ ମସିହାରେ ଓଡିଆ ଚଳଚ୍ଚିତ୍ର ଜଗତାକୁ ଏଣ୍ଟ୍ରି କରିଥିଲେ । ତାଙ୍କର ଓଡିଆ ଚଳଚ୍ଚିତ୍ର ହେଉଛି “ଆଇ ଲଭ ମାଇ ଇଣ୍ଡିଆ” । ଏହା ୨୦୦୭ ମସିହାରେ ରିଲିଜ ହୋଇଥିଲା । ଏହାପରେ ତାଙ୍କର ଦ୍ଵିତୀୟ ଫିଲ୍ମ ହେଉଛି “ନନ୍ଦିନୀ ଆଇ ଲଭ ୟୁ” । ଏହା ୨୦୦୮ ମସିହାରେ ରିଲିଜ ହୋଇଥିଲା ।

ଏହାପରେ ତୃତୀୟ ଚଳଚ୍ଚିତ୍ର ହେଉଛି “ପାଗଳ କରିଛି ପାଊଁଚି ତୋର” ଏହା ୨୦୦୯ ମସିହାରେ ରିଲିଜ ହୋଇଥିଲା । ଚତୁର୍ଥ ଓଡିଆ ଫିଲ୍ମ ହେଉଛି “ପ୍ରେମ ରୋଗୀ” । ଆପଣ ମାନେ ତାଙ୍କୁ ଅନେକ ହିନ୍ଦୀ ସିରିୟଲ ତଥା ଚଳଚ୍ଚିତ୍ର ରେ ମଧ୍ୟ ଅଭିନୟ କରିଥିବାର ଦେଖିଥିବେ । ଓଡିଆ ଚଳଚ୍ଚିତ୍ର ଜଗତକୁ ଆସିବା ପୂର୍ବ ରୁ ସେ ହିନ୍ଦୀ ଚଳଚିତ୍ର ତଥା ଫିଲ୍ମ ମାନଙ୍କରେ ଅଭିନୟ କରି ବେସ ଖ୍ୟାତି ଅର୍ଜନ କରିଛନ୍ତି ।

ହିନ୍ଦୀ ସିରିୟଲ ଗୁଡିକ ମଧ୍ୟରୁ କୁମକୁମ, ପ୍ୟାର କା ବନ୍ଧନ, ଏହା ୨୦୦୨ ମସିହାରେ ରିଲିଜ ହୋଇଥିଲା । ଏହାପରେ “ମେହେର”, ଏହା ୨୦୦୪ ମସିହାରେ ରିଲିଜ ହୋଇଥିଲା । “ପ୍ରତିମା” ଏହା ମଧ୍ୟ ୨୦୦୪ ମସିହାରେ ରିଲିଜ ହୋଇଥିଲା । ୱାରିଶ, ସିରିୟଲ ରେ ମଧ୍ୟ ଅଭିନୟ କରିଥିବା ର ଆପଣ ମାନେ ଦେଖିଥିବେ । ଏହା ୨୦୦୮ ମସିହାରେ ରିଲିଜ ହୋଇଥିଲା ।

“ସ୍ତ୍ରୀ ତେରି କାହାନୀ” ରେ ଅଭିନୟ କରି ସେ ବହୁତ ପ୍ରଶଂସା ପାଇଥିଲେ । ଏହାପରେ “କ୍ୟା ହୁଆ ତେରା ୱାଦା” ରେ ଅଭିନୟ କରିଥିଲେ, ଏହା ୨୦୧୨ମସିହାରେ ରିଲିଜ ହୋଇଥିଲା ।  ବୁଦ୍ଧାଦିତ୍ୟ ନିଜ ଅଭିନୟ ପାଇଁ ଓଡିଆ ତଥା ହିନ୍ଦୀ ଇଣ୍ଡଷ୍ଟ୍ରୀ ରେ ସନମାନିତ ହୋଇଛନ୍ତି । ବୁଦ୍ଧାଦିତ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୫୦ ରୁ ଉର୍ଦ୍ଧ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ବୁଦ୍ଧାଦିତ୍ୟ ଙ୍କ କେଉଁ ଚଳଚ୍ଚିତ୍ର ଟି ଭଲ ଲାଗେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *