ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଟ୍ରେନ ରେ କେବେ ନା କେବେ ନିଶ୍ଚିତ ଭାବରେ ଯିବା ଆସିବା କରିଥିବେ ତେବେ ବେଳେବେଳେ ଆପଣ ମାନେ ଶୁଣିଥିବେ ନିଶ୍ଚିତ କି ଟ୍ରେନ ରେ ଅନେକ କିଛି ଦୁର୍ଘଟଣା ମଧ୍ୟ ଘଟି ଯାଇଥାଏ । ସେ ରେଲ ଲାଇନ ଭାଙ୍ଗିକି ହେଉ କିମ୍ବା କୌଣସି ଟ୍ରେନ ରୁ ତଳେ ପଡି ମୃତ୍ୟୁ ହେଉ କିମ୍ବା ଟ୍ରେନ କୁ ହାଇଯାକ ହୋଇ ଯାଇଥାଏ । ତେବେ ଏହିଭଳି କିଛି ଅଜବ କଥା ଏବଂ ଅଜବ ଦୁର୍ଘଟଣା ମାନ ଆପଣ ନିଶ୍ଚିତ ଶୁଣିଥିବେ କିମ୍ବା ଦେଖିଥିବେ ।

ତେବେ ଆଜି ଆମେ ଆପଣଂକୁ କିଛି ଏଭଳି ରେଳ କୁ ନେଇ ଘଟଣା ଉପରେ ଆଲୋଚନା କରିବୁ ଯାହା ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ କରିଦେବ ତେବେ ଆସନ୍ତୁ ଜାଣିନେବା ସେହି ଘଟଣା ବିଷୟରେ ।
୧- ପ୍ରଥମ ଘଟଣା ଟି ହେଉଛି ଜୟପୁର ସେଠାରେ ଗୋଟିଏ ଟ୍ରେନ ରେ ଜଣେ ମହିଳା ବସି କି ଯାତ୍ରା କରୁଥିଲେ । ତେବେ କିଛି ସମୟ ପରେ ସେ ଗୋଟିଏ ଜିନିଷ କୁ ଧ୍ୟାନ ଦେଲା ସେ ଦେଖିଲା ଏସ୧୦ କୋଚ୍ ର ବାଥରୁମ କୁ ଲୋକମାନେ ଯାଉଥିଲେ ଏବଂ ଆସୁଥିଲେ । ତେବେ ଏହା ନିଶ୍ଚିତ ଏକ ସାଧାରଣ କଥା କିନ୍ତୁ ଝିଅ କୁ ସେତେବେଳେ ଅଜବ ଲାଗିଲା ଯେତେବେଳେ ସେ ଦେଖିଲା କି ଦଳ ହୋଇକି କିଛି ଲୋକ ବାଥରୁମକୁ ଯାଉଛନ୍ତି ଏବଂ ଆସୁଛନ୍ତି ତେବେ କିଛି ଗଡ଼ବଡ଼ ଅଛି ବୋଲି ଭାବି ସେ ରେଳ ପୋଲିସ ଙ୍କୁ ଜଣାଇଥିଲେ ।

ତେବେ ପୋଲିସ ଆସି ବାଥରୁମର ଯାଞ୍ଚ କଲେ ସେତେବେଳେ ଏକ ଦୁର୍ଗନ୍ଧ ଆସୁଥିଲା ତେବେ ପରେ ଜଣା ପଡିଲା କି ଟ୍ରେନ ର ବାଥରୁମ ର ଟାଙ୍କି ରେ ମଦ ଭରି ରହିଛି ଏବଂ ତାକୁ ଏହି ଟ୍ରେନ ସାହାର୍ଯ୍ୟରେ ନିଆଯାଉଛି । ତେବେ ସେଠାକାର ଲୋକମାନେ ଏହା କହିଥିଲେ କି ସେମାନେ ଏ ବିଷୟରେ କିଛି ଜାଣି ନାହାଁନ୍ତି ସେମାନେ ଟ୍ରେନ ରେ ଏହାକୁ ଦେଖିକରି ହିଁ ପିଇବାକୁ ଲାଗିଲେ । ତେବେ ଏହା ନିଶ୍ଚିତ ଭାବରେ ଏକ ଆଶ୍ଚର୍ଯ୍ୟ କଥା ।
୨- ଦ୍ଵିତୀୟ ଘଟଣା ଟି ହେଉଛି ମୁମ୍ବାଇର । ତେବେ ରାତି ସମୟରେ ଜଣେ ମହିଳା ଏକ ଟ୍ରେନ ରେ ବସି ଯାଉଥିଲା ତେବେ ସେହି ଟ୍ରେନ ରେ ସେହି ମହିଳା ସହ ଆଉ ଜଣେ ଯୁବକ ଥିଲେ ଯିଏ କି ଶୋଇ ରହୁଥିଲା । ତେବେ ହଠାତ ଗୋଟିଏ ଯୁବକ ଟ୍ରେନ ଉପରେ ଚଢ଼ି ସେହି ଝିଅ ବେକ ରେ ଛୁରୀ ଲଗାଇ ତାର ସୁନା ଚେନ ଓ ମୋବାଇଲ ମାଗିଲା ତେବେ ଏହା ଶୁଣି ସେଇ ଶୋଇ ରହିଥିବା ଯୁବକ ଜଣଙ୍କ ଆସି ସେହି ଲୁଟେରା କୁ ମାରି ତାକୁ ବାହାର କରି ଦେଇଥିଲା ଏବଂ ଝିଅ ପାଖକୁ ଯାଇ ଚିନ୍ତା ନ କରିବା ପାଇଁ କହିଲା ।

ତେବେ ଯେତେବେଳେ ଟ୍ରେନ ଟି ଷ୍ଟାର୍ଟ ହେଲା ସେତେବେଳେ ସେହି ଯୁବକ ଜଣଙ୍କ ସେହି ଲୁଟେରା କୁ ଟ୍ରେନ ଭିତରକୁ ଟାଣି ନେଇ ଆସିଲା ଏବଂ ପରେ ସେହି ମହିଳା ର ଚେନ ଏବଂ ମୋବାଇଲ ନେଇ ତା ସହ ଅସଦାଚରଣ ବ୍ୟବହାର ମଧ୍ୟ କଲେ । ତେବେ ଆଉ ଗୋଟେ ପ୍ଲାଟଫର୍ମ ଆସିବା ପରେ ଝିଅ ଟି ଚିଲାଇ ଥିଲା ଏବଂ ସେ ଦୁହେଁ ଧରା ପଡ଼ିଥିଲେ । ତେବେ ଆଶ୍ଚର୍ଯ୍ୟ ର କଥା ଏହା କି ଦୁହେଁ ଦୁହିଁଙ୍କୁ ଜାଣି ନଥିଲେ ।
୩- ତୃତୀୟ ଘଟଣା ଟି ହେଉଛି ଗୋଟିଏ ମହିଳା ବିନା ଟିକେଟ ରେ ଯାତ୍ରା କରୁଥିଲେ । ତେବେ ଟିସି ଯେତେବେଳେ ସେହି ମହିଳା ଙ୍କୁ ଟିକେଟ କଥା ପଚାରିଥିଲେ ସେତେବେଳେ ସେ ମହିଳା ଖୁବ କାନ୍ଦିବାକୁ ଲାଗିଲେ । ତେବେ ପରେ ଜଣା ପଡିଥିଲା କି ତାଙ୍କର ଜିନିଷ ପତ୍ର ସବୁ ଚୋରି ହୋଇ ଯାଇଛି ଏବଂ ସେ ନିଜ ଛୁଆ କୁ ଖାଇବାକୁ ମଧ୍ୟ ଦେଇ ପାରି ନାହାନ୍ତି ଏଠି ସେଠି ବୁଲୁଛନ୍ତି । ତେବେ ଏହା ପରେ ତାଙ୍କୁ ଖାଇବାକୁ ଦିଆ ଯାଇଥିଲା ଏବଂ ତାଙ୍କୁ ଯେଉଁଠିକି ଯିବାର ଥିଲା ସେଠାରେ ସୁରକ୍ଷା ର ସହିତ ପଠା ଯାଇଥିଲା ।

