Anubhav କହିଲେ, ‘ଆଇ ଲଭ ୟୁ ସିନେମା ସମୟରେ ସମସ୍ତେ ମୋର ମଜାକ ଉଡଉଥିଲେ ଆଉ କହୁଥିଲେ, ଠାକେରା ଗାଲିଆ କି ହୀରୋ ହବ, ହେଲେ ତାଙ୍କ ପାଇଁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଆ ସିନେ ଜଗତର କ୍ରିଏଟର ତଥା ପ୍ରଡୁସର ଯିଏକି ବହୁ ବଛା ବଛା ଓଡିଆ କଳାକାର ମାନଙ୍କୁ ଓଡିଆ ସିନେମା ପାଇଁ ପାଇଁ ବାଛିଯାଇଛନ୍ତି ସେ ହେଉଛନ୍ତି ବସନ୍ତ ନାୟକ । ତେବେ ତାଙ୍କର ୮୬ ତମ ଜନ୍ମ ଜୟନ୍ତୀ ପାଇଁ ଏକ ଇଭେଣ୍ଟ ଆୟୋଜନ କରଯାଇଥିଲା । ଯେଉଁଠାରେ କି ଓଡିଶାର ବହୁ ନାମୀଦାମୀ କଳାକାର ତଥା ଅନ୍ୟାନ୍ୟ ଲୋକବୃନ୍ଦଙ୍କୁ ସେଠାରେ ଦେଖିବାକୁ ମିଳିଥିଲା ।

ଏହା ସହିତ ସେଠାରେ ଓଡିଶା ସୁପରଷ୍ଟାର ଅନୁଭବ ମହାନ୍ତି ମଧ୍ୟ ସେଠାରେ ପହଞ୍ଚିଥିଲେ । ତେବେ ଅନୁଭବଙ୍କର କହିବା ଅନୁସାରେ ମୋର ଫିଲ୍ମ କ୍ଯାରିଅର ପାଇଁ ବସନ୍ତ ନାୟକ ସାରଙ୍କ ନିକଟରେ ସର୍ବଦା ଚିର ଋଣୀ ହୋଇ ରହିବି । ସେ ମୋ ଫିଲମି କ୍ଯାରିଅର ଗଢି ଦେଇଥିଲେ । ଯେଉଁଥି ପାଇଁ ମୁଁ ଆଜି ଏଠାରେ ପହଞ୍ଚି ପାରିଛି । ତେବେ ଓଡିଆ ଅଭିନେତା ଅନୁଭବ ମହାନ୍ତିଙ୍କର ମୁହଁରୁ ମଧ୍ୟ ଏପରି କିଛି ଶୁଣିବାକୁ ମିଳିଛି ।

ଯେଉଁଠାରେ କି ଅନୁଭବ ମହାନ୍ତି ନିଜର ଫିଲ୍ମ କ୍ଯାରିଅରର ସ୍ଟାର୍ଟିଂର ଜର୍ଣ୍ଣୀ ସେ ମିଡିଆ ଆଗରେ ଶେୟାର କରିଥିଲେ । ତେବେ ୨୦୦୪ ମସିହାରେ I LOVE YOU ଚଳଚିତ୍ର ମାଧ୍ୟମରେ ବସନ୍ତ ନାୟକଙ୍କର ବ୍ୟାନରରେ ପ୍ରଥମ କରି ଓଡିଆ ସିନେ ଜଗତରେ ପାଦ ଦେଇଥିଲି । ତେବେ ଅଭିନେତା ଅନୁଭବ କହିଛନ୍ତି । ଯେତେବେଳେ ମୋର ଫାର୍ଷ୍ଟ ଫିଲ୍ମ I LOVE YOU ହଲରେ ରିଲିଜ ହୋଇଥିଲା । ସେତେବେଳେ ବହୁତ ଲୋକ ମୋର ମଜାକ ଉଡାଇଥିଲେ । କେତେ ଲୋକ କହିଥିଲେ ।

ଇଏ ଠାକରା ଗାଲିଆ, ଆଲବମରେ ନାଚୁଛି ଇଏ କଣ ହିରୋ ହେବ । ତେବେ I LOVE YOUସିନେମାକୁ ହଲରେ ଚଳାଇବା ପାଇଁ ମଧ୍ୟ କେହି ରାଜି ହେଉନଥିଲେ । ହେଲେ ଅନୁଭବ କହିଛନ୍ତି ସେହି ଫିଲ୍ମକୁ ଲୋକଙ୍କର ଏତେ ମାତ୍ରାରେ ଭଲ ପାଇବା ମିଳିଲା I LOVE YOU ଫିଲ୍ମ ଏକ ଓଡିଆ ସିନେ ଜଗତରେ ଏକ ଇତିହାସ ସୃଷ୍ଟି କରିପାରିଲା । ତେବେ ସେଇ ଫିଲ୍ମର ପ୍ରଥମ ହଲରେ ରିଲିଜ ହେବା ଦିନ ଅନୁଭବ ବହୁତ ନର୍ଭସ ଥିଲେ ।

ହେଲେ ସାର ବସନ୍ତ ନାୟକ ଅନୁଭବଙ୍କୁ ଆଶୀବାଦ ଦେଇ ଫିଲ୍ମ ହିଟ୍ ହେବ ବୋଲି ଦୃଢ ପ୍ରତିଶୃତି ଦେଇଥିଲେ । ତାହା ପରେ ଅନୁଭବଙ୍କର ସିନେମା ଜଗତର ଜର୍ଣ୍ଣୀ ଆଜି ପର୍ଯ୍ୟନ୍ତ ଚାଲୁ ରହିଛି । ତେବେ ସଦା ସର୍ବଦା ସ୍ଵର୍ଗତ ବସନ୍ତ ନାୟକଙ୍କ ପାଖରେ ଋଣୀ ହୋଇ ରହିବେ ବୋଲି ଅନୁଭବଙ୍କର ମତ ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *