ଗୁରୁ Uttam Mohanty ଙ୍କ ହାତ ଧରି ରାସ୍ତା କଢାଇଲେ ଅଭିନେତା Anubhav Mohanty ତ ଲୋକେ କହିଲେ ଏମିତି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବରିଷ୍ଠ ଫିଲ୍ମ ନିର୍ମାତା ବସନ୍ତ ନାୟକଙ୍କର ୮୬ ତମ ଜନ୍ମ ଜୟନ୍ତୀ ଉତ୍ସବରେ ଓଡିଶାର ବହୁ ନାମୀଦାମୀ କଳାକାର ମାନେ ସେଠାରେ ଉପସ୍ଥିତ ହୋଇଥିଲେ । ତେବେ ବସନ୍ତ ନାୟକ ସାରଙ୍କର ଜନ୍ମ ଜୟନ୍ତୀ ଉତ୍ସବରେ କଳାକାର ତଥା ବହୁ ବଡ ବଡ ବିଶିଷ୍ଟ ଲୋକଙ୍କର ମଧ୍ୟ ସମାଗମ ମଧ୍ୟ ଦେଖିବାକୁ ମିଳିଥିଲା । ତେଣୁ ଏପରି ଏକ ସୁନେଲି ମୂହୁର୍ତ୍ତରେ ବରିଷ୍ଠ କଳାକାର ତଥା ସୁପରଷ୍ଟାର ଅଭିନେତା ଉତ୍ତମ ମହାନ୍ତି, ଅନୁଭବ ମହାନ୍ତି, ଅରିନ୍ଦମ ମହାନ୍ତି ।

ବୁଦ୍ଧାଦିତ୍ୟ, ସ୍ଵରାଜ ଏହିପରି ଓଡିଆ ସିନେ ଜଗତର ବହୁ କଳାକାର ଇଭେଣ୍ଟରେ ଯୋଗ ଦେଇଥିଲେ । ଯେଉଁ କାରଣରୁ ବସନ୍ତ ନାୟକ ସାରଙ୍କର ଜନ୍ମ ଜୟନ୍ତୀ ଉତ୍ସବରେ କଳାକାର ମାନଙ୍କର ଉପସ୍ଥିତିରେ ମାହୋଲଟି ବହୁତ ରଙ୍ଗାରଙ୍ଗ ହୋଇଯାଇଥିଲା । ତେବେ ବରିଷ୍ଠ ତଥା ସୁପରଷ୍ଟାର ଉତ୍ତମ ମହାନ୍ତି ମଧ୍ୟ ସେହି କାର୍ଯ୍ୟକ୍ରମରେ ପଦାର୍ପଣ କରିଥିଲେ । ଯାହାଙ୍କୁ ସସମ୍ମାନର ସହ ଅତିଥି ଅଭ୍ୟର୍ଥନା କରି ଭିତରକୁ ନିଆଯାଇଥିଲା ।

ତେବେ ଆଗ ଧାଡିର ଜଣେ ବରିଷ୍ଠ କଳାକାର ଉତ୍ତମ ମହାନ୍ତି ଯାହାଙ୍କ ଅଭିନୟର ଯାଦୁଗରୀ ସମସ୍ତ ଓଡିଶାବାସୀଙ୍କର ମନକୁ ମନ୍ତ୍ରମୁଗ୍ଧ କରାଇ ପାରିଥିଲା । ଏହା ସହିତ ଉତ୍ତମ ମହାନ୍ତି ତାଙ୍କ ଜମାନାର ସମୟରେ ଓଡିଶାବାସୀଙ୍କୁ ମଧ୍ୟ ବହୁ ଭଲ ଭଲ କାହାଣୀ ବିଶିଷ୍ଠ ଫିଲ୍ମରେ ଅଭିନୟ କରି ଲୋକଙ୍କର ମନରଞ୍ଜନ କରାଇ ଆସିଛନ୍ତି । ଯାହାକି ଓଡିଆ ସିନେମା ଜଗତକୁ କିଛି ପାଦ ଉନ୍ନତିର ସୋପାନରେ ଚଢାଇବାରେ ଅଭିନେତା ଉତ୍ତମ ମହାନ୍ତି ସମର୍ଥ ହୋଇପାରିଥିଲେ ।

ତେବେ ତାଙ୍କ ଅଭିନୀତ ଫିଲ୍ମ ଗୁଡିକ ବହୁ ଲୋକପ୍ରିୟତା ହାସଲ କରିପାରିଥିଲା । ଏବେ ପର୍ଯ୍ୟନ୍ତ ଘରେ ଘରେ ଯେତେବେଳେ ଟେଲିଭେଜନ ମାଧ୍ୟମରେ ଉତ୍ତମ ମହାନ୍ତିଙ୍କର ଅଭିନୀତ ଫିଲ୍ମ ଗୁଡିକ ସେତେବେଳେ ତାଙ୍କ ଅଭିନୟର ଛୁଙ୍କ ସମସ୍ତ ଦର୍ଶକଙ୍କର ମନକୁ ମୋହିତ କରିଦେଇଥାଏ । ତେବେ ଅଭିନେତା ଉତ୍ତମ ମହାନ୍ତିଙ୍କୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସ୍ଥାନକୁ ଆଣିବା ପାଇଁ ବହୁ କଳାକାର ତଥା ଲୋକଙ୍କର ସୁଅ ଛୁଟିଥିଲା । ତେବେ ଉତ୍ତମ ମହାନ୍ତିଙ୍କର ବାର୍ଦ୍ଧକତା ଓ ସାମାନ୍ୟ ଅସୁସ୍ଥତା କାରଣରୁ ଚାଲିକି ଆସିବାରେ ଅସୁବିଧା ହେଉଥିଲା ।

ସେଥିମଧ୍ୟରେ ଅନୁଭବ ମହାନ୍ତି ମଧ୍ୟ ଉତ୍ତମ ମହାନ୍ତିଙ୍କୁ ଧରି ଆଣିବା  ପାଇଁ ଆଗେଇ ଆସିଥିଲେ । ଏହା ସହିତ ଅଭିନେତା ଅରିନ୍ଦମ, ବୁଦ୍ଧାଦିତ୍ୟ ଓ ଅନ୍ୟାନ୍ୟ ଲୋକ ମଧ୍ୟ ତାଙ୍କୁ ସ୍ଵାଗତ କରି ଭିତରକୁ ପ୍ରବେଶ କରାଇଥିଲେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେଯାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *