‘ଫିଲ୍ମରେ ଛୋଟ ଡ୍ରେସ ପିନ୍ଧିବା କଣ ଚରିତ୍ରହୀନ ?’ Bidusmita ଙ୍କ ପ୍ରଶ୍ନର କିଛି ଏମିତି ଜବାବ ଦେଲେ Varsha Priyadarshini, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ଅନେକ ଫିଲ୍ମ ଦେଖିଥିବେ । ଆଗ କାଳର ଫିଲ୍ମ ଓ ବର୍ତ୍ତମାନର ଫିଲ୍ମ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି । ଆଗରୁ ଫିଲ୍ମର କାହାଣୀ ଓ କାଷ୍ଟ ଉପରେ ଅଧିକ ଧ୍ୟାନ ଦିଆଯାଉ ଥିଲା ହେଲେ ବର୍ତ୍ତମାନ ଫିଲ୍ମ ଆକ୍ସନ ଓ ଇଣ୍ଟିମେଣ୍ଟ ସିନ୍ସ ଉପରେ ଅଧିକ ଧ୍ୟାନ ଦିଆ ଯାଉଛି । ବର୍ତ୍ତମାନ ଅନେକ ଓଡିଆ ଫିଲ୍ମରେ ହିରୋଇନ ମାନେ ଛୋଟ ଡ୍ରେସ ପିନ୍ଧୁ ଥିବାର ନଜର ଆସୁଛନ୍ତି ।

ତେବେ ଏହି ଛୋଟ ଡ୍ରେସ ପିନ୍ଧିବା ଠିକ ନା ଭୁଲ ତାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ଏହି ବର୍ଷ ଆନ୍ତର୍ଜାତୀୟ ମହିଳା ଦିବସରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଫଙ୍କସନ ହୋଇଥିଲା ଯାହାର ନାମ ଥିଲା ‘ଦୁହିତା’ । ତେବେ ଏହି ଫଙ୍କସନରେ ଅନେକ ଓଡିଆ କଳାକାର ଓ ଟିଭି କଳାକାର ମାନେ ଯୋଗ ଦେଇଥିଲେ । ଏହି ଫଙ୍କସନରେ ଓଡିଆ ଅଭିନେତ୍ରୀ ବିଦୂସ୍ମିତା ବର୍ଷାଙ୍କୁ ଏକ ପ୍ରଶ୍ନ ପଚାରି ଥିଲେ ।

ସେହି ପ୍ରଶ୍ନଟି ହେଉଛି-‘ଯେଉଁ ହିରୋଇନ ଫିଲ୍ମରେ ଛୋଟ ଡ୍ରେସ ପିନ୍ଧି କାମ କରୁଛି ସେ କଣ ଚରିତ୍ରହୀନ ଓ ଯେଉଁ ହିରୋଇନ ଭଲ ଡ୍ରେସ ପିନ୍ଧି କାମ କରୁଛି ସେ କଣ ଚରିତ୍ରବାନ ଏହି ମାନସିକତା କେବେ ଦୂର ହେବ ? ଏହି ବର୍ଷର ଉତ୍ତର ଦେଇ ବର୍ଷା କହିଥିଲେ-‘ଯେଉଁ ମାନେ ଛୋଟ ଡ୍ରେସ ପିନ୍ଧି ଫିଲ୍ମରେ କମ କରୁଛନ୍ତି ତାଙ୍କୁ ଚରିତ୍ରହୀନ କହିବା ଭୁଲ ଅଟେ । ଡାଇରେକ୍ଟର ତାକୁ ଯଦି କହିବେ ଛୋଟ ଡ୍ରେସ ପିନ୍ଧିବାକୁ ତା ହେଲେ ସେ ପିନ୍ଧୁଛି ତ ସେ ତା କାମକୁ ଠିକ ଭାବରେ କରିଛି’ ।

ଆଗକୁ ବର୍ଷା କହିଛନ୍ତି-‘ବିଦୂସ୍ମିତା ମୁ କେବଳ ଏତିକି କହିବାକୁ ଚାହୁଁଛି କାହିଁକି ଛୋଟ ଡ୍ରେସ ପିନ୍ଧିବା ଦରକାର । ଛୋଟ ଡ୍ରେସ ପିନ୍ଧିବା ଚରିତ୍ରହୀନ ନୁହେଁ ହେଲେ କାହିଁକି ଆମେ ଗୋଟେ ଭଲ କାହାଣୀ ଓ ଭଲ କଳାକାର ସହ କାମ କରିବା ନାହିଁ । ଯଦି ପ୍ରତ୍ୟକ ହିରୋଇନ କହିବେ ଆମେ ଛୋଟ ଡ୍ରେସ ଏତିକି ଲିମିଟ ଯାଏଁ ପିନ୍ଧିବୁ ତା ହେଲେ ତାଙ୍କୁ କେହି ବାଧ୍ୟ କରିବେ ନାହିଁ’ ।

ଆଗକୁ ବର୍ଷ କହିଛନ୍ତି-‘ଏହି ଫିଲ୍ମ ଆମ ଯୁବ ପିଢୀ, ପରିବାର ଲୋକ ଓ ଛୋଟ ଛୁଆ ବି ଦେଖନ୍ତି ତେଣୁ ଏହାର ଖରାପ ପ୍ରଭାବ ଛୋଟ ଛୁଆ ଏବଂ ଯୁବ ପିଢୀ ଉପରେ ପଡେ । ତେଣୁ ଆମକୁ ଆମର ମାନସିକତା ଠିକ କରିବାକୁ ହେବ ଓ ହିରୋଇନ ମାନଙ୍କୁ ଛୋଟ ଡ୍ରେସ ପିନ୍ଧିବାର କିଛି ଲିମିଟ ରଖିବାକୁ ହେବ’ । ତା ହେଲେ ବନ୍ଧୁଗଣ ଆପଣ ମାନେ ବର୍ଷାଙ୍କ କଥାରେ ସହମତ ଅଛନ୍ତି ନା ନାହିଁ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *