ଲେମ୍ବୁ ଦ୍ଵାରା ପଳାଇବ ଚେହେରାର ସବୁ ଦାଗ ,ବହୁତ ସହଜ ଅଟେ ଏହି ଉପାୟ

ଯଦି କାହା ଚେହେରାରେ ଦାଗ ହୋଇଯାଏ ତାହେଲେ ତା ଚେହେରା ସୁନ୍ଦର ରୁ ଅସୁନ୍ଦର ହେବାକୁ ଲାଗିଥାଏ । ଏମିତିରେ ବ୍ୟକ୍ତିର ଆତ୍ମବିଶ୍ଵାସରେ ବି କମି ଆସିପାରେ । ଯଦି ଆପଣ ବି ଏହି ଦାଗର ସମସ୍ୟାରେ ଚିନ୍ତିତ ଅଛନ୍ତି ତାହେଲେ ଏବେ ଆପଣଙ୍କୁ ଚିନ୍ତା କରିବା ଜମା ବି ଦରକାର ନାହିଁ । କାରଣ ଏଥିପାଇଁ ଆଜି ଆମେ ଆପଣଙ୍କୁ ଦାଗ ଦୂର କରିବା ପାଇଁ ଏକ ଏମିତି ଉପାୟ କହିବୁ ,ଯାହା ବିଷୟରେ ଜାଣିବା ପରେ ଆପଣଙ୍କୁ ଦାଗର ଚିନ୍ତା କେବେ ହେଲେ ହେବ ନାହିଁ । ଏହି ଉପାୟ ହେଉଛି ଲେମ୍ବୁର ବ୍ୟବହାର ।

ଡାଲଚିନ ଓ ଲେମ୍ବୁ ଦାଗକୁ ଦୂର କରିବା ପାଇଁ ସବୁଠାରୁ ସହଜ ଉପାୟ ଅଟେ । ଏଥିରେ ପ୍ରଥମେ ଡାଲଚିନକୁ ପେଶୀ ତାକୁ ଗୁଣ୍ଡ କରିଦିଅନ୍ତୁ । ଏହାପରେ ଏକ ଚତୁର୍ଥାଂଶ ଚାମଚ ଡାଲଚିନି ଗୁଣ୍ଡରେ କିଛି ବୁନ୍ଦା ଲେମ୍ବୁ ମିଶାନ୍ତୁ ଏବଂ ଏହାର ପେଷ୍ଟ ବନାଇ ଚେହେରାରେ ଲଗାନ୍ତୁ । ଏହାକୁ ଏକ ଘଣ୍ଟା ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ଏବଂ ତାପରେ ଧୋଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ଦାଗ ଦୂର ହୋଇଯିବ । ଏହାଛଡା ଲେମ୍ବୁ ଚିପୁଡିଲା ପରେ ଯେଉଁ ଚୋପା ଥାଏ ,ତାହାକୁ ଏକାଠି କରି ଶୁଖାଇ ଦିଅନ୍ତୁ । ଯେତେବେଳେ ଏହା ଶୁଖିଯିବ ପରେ ତାହାକୁ ଗୁଣ୍ଡ କରିଦିଅନ୍ତୁ ।

Google

ସେହି ଗୁଣ୍ଡରୁ ଦୁଇ ଚାମଚ ନିଅନ୍ତୁ ,ଏହାପରେ ସେଥିରେ ଗୋଟିଏ ଚାମଚ ବେସନ ପକାଇ ତାହାର ପେଷ୍ଟ ବନାନ୍ତୁ ଏବଂ ଚେହେରାରେ ଲଗାନ୍ତୁ । ଏହାକୁ ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ । ଏହା ଦ୍ଵାରା ଚେହେରାର ସବୁଦାଗ ଦୂର ହୋଇଯିବ । ଏହା ସହିତ ଗାଧୋଇବା ପୂର୍ବରୁ ଚେହେରାରେ ଲେମ୍ବୁ ଘସନ୍ତୁ ଏବଂ ଯେତେବେଳେ ଏହି ରସ ଶୁଖିଯିବ, ତା’ ପରେ ଗାଧାନ୍ତୁ । ଏହାପରେ ପ୍ରତି ଘଣ୍ଟାରେ ଚେହେରାରେ ଲେମ୍ବୁ ରସ ଲଗାନ୍ତୁ । ଏହା ଦାଗ ଦୂର କରିବାର ସବୁଠାରୁ ସହଜ ଉପାୟ ଅଟେ ।

ଗରମ କ୍ଷୀର ଉପରେ ଜମିଥିବା ଏକ ଚାମଚ ସରରେ ଲେମ୍ବୁ ଚିପୁଡି ଚେହେରାରେ ଲଗାଇଲେ ବି ବ୍ରଣରୁ ବହୁତ ଆରମ ମିଳିଥାଏ । ଏହାଛଡା ଅଧା ଚାମଚ ଲେମ୍ବୁ ରସ ଓ ଅଧା ଚାମଚ ହଳଦୀ ନିଅନ୍ତୁ ଏବଂ ସେଥିରେ ଏକ ଚତୁର୍ଥାଂଶ ଲୁଣ ଓ ଗୋଟିଏ ଚାମଚ ପାଣି ମିଶାଇ ଗରମ କରି ଚେହେରାରେ ଲଗାନ୍ତୁ । ଏହା ସୁଖିବା ପରେ ଚେହେରା ଧୋଇ ଦିଅନ୍ତୁ । ଏହା ଦ୍ଵାରା ଚେହେରାର ସବୁ ଦାଗ ଓ ବ୍ରଣ ଦୂର ହୋଇଯିବ ।

Google

ଯଦି ଆପଣଙ୍କ ଚର୍ମ ତେଲିଆ ଅଟେ ତାହେଲେ ରାତିରେ ଶୋଇବା ସମୟରେ ଏକ ଚାମଚ ମଲାଇରେ କିଛି ବୁନ୍ଦା ଲେମ୍ବୁ ରସ ମିଶାଇ ଚେହେରାରେ ଲାଗାନ୍ତୁ । ସକାଳୁ ଉଠି ମୁଁହ ଧୋଇ ଦିଅନ୍ତୁ । ଏହା ଦ୍ଵାରା ଚେହେରାର ଦାଗ କମିଯିବ । ଏହାଛଡା ଦିନରେ କେତେ ଥର ଲେମ୍ବୁ ପାଣି ପିଇବା ଦ୍ଵାରା ତ୍ଵଚାର ତେଲିଆପଣ ଦୂର ହୋଇଯିବ । ଆଶା କରୁଛୁ ଆପଣଙ୍କୁ ଏହା ନିଶ୍ଚୟ ପସନ୍ଦ ଆସିଥିବ । ଏହିଭଳି ଆହୁରି ଅନେକ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *