ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ପୋଲିସ ଅଫିସରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଦେଖିବାକୁ ପାଇଁ ଏକ ମଡେଲ ପରିକା ହେଲେ ତାଙ୍କ କାମ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।
ବର୍ତ୍ତମାନର ସମୟରେ ସମସ୍ତ କାମରେ ଝିଅ ମାନେ ପୁଅ ମାନଙ୍କ ଠାରୁ ପଛରେ ନାହାନ୍ତି । ଝିଅ ମାନେ ସେହି ସମସ୍ତ କାମରେ ସଫଳତା ହାସଲ କରୁଛନ୍ତି ଯାହା ଆଗରୁ ପୁଅ ମାନେ କରୁଥିଲେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଲେଡି ପୋଲିସ ଅଫିସରଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ଅଙ୍କିତା ଶର୍ମା ।
ଅଙ୍କିତା ଏକ ମଡେଲ ପରିକା ଦେଖାଯାନ୍ତି ହେଲେ ସେ ଏକ ସଚଟ ପୋଲିସ ଅଫିସର ଅଟନ୍ତି । ଅଙ୍କିତା ହେଉଛନ୍ତି ଏକ ଆଇପିଏସ ଅଫିସର । ଆଜି ଆମେ ଆପଣ ମାନଙ୍କ ତାଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ତାଙ୍କ ବିଷୟରେ । ଏକ ମଡେଲ ପରିକା ଦେଖାଗଲେ ମଧ୍ୟ ସେ ହାତରେ ବନ୍ଧୁକ ଧରି ଲାଲଗଡର ବଣ ଜଙ୍ଗଲରେ ବୁଲି ନକ୍ସଲ ମାନଙ୍କୁ ନିପାତ କରନ୍ତି । ମାଓବାଦୀ ସ୍ଥିତ ସ୍ଥାନରେ ମାଓ ଅପେରସନର ନେତୃତ୍ଵ ନେଇଛନ୍ତି ଅଙ୍କିତା ଶର୍ମା । ଯେଉଁ ଜିଲ୍ଲା ଗୁଡିକୁ ମାଓ ଗଡ କୁହାଯାଏ ସେହି ଜିଲ୍ଲାରେ ମାଓବାଦୀଙ୍କ ମୂଳପୋଛ କରିବା ପାଇଁ ଦଇତ୍ଵ ନେଇଛନ୍ତି ଅଙ୍କିତା ।
ଅଙ୍କିତା ପୂର୍ବରୁ ରାଇପୁରର ପୋଲିସ ଅଦକ୍ଷ ଭାବେ କାର୍ଯ୍ୟରତ ଥିଲେ । ଆଇପିଏସ ଅଙ୍କିତା ଶର୍ମାଙ୍କ ଜନ୍ମ ୧୯୯୨ ମସିହା ଏପ୍ରିଲ ୩୬ ତାରିଖରେ ଛତିଶଗଡର ଏକ ଛୋଟିଆ ଗାଁରେ ହୋଇଥିଲା । ଅଙ୍କିତା ଏକ ସରକାରୀ ବିଦ୍ୟାଳୟରୁ ପାଠ ପଢା ଆରମ୍ଭ କରିଥିଲେ । ଦୁଇ ଠାରେ ଚେଷ୍ଟା କରି ବିଫଳ ହେବା ପରେ ତୃତୀୟ ଥର ୨୦୧୮ରେ ସେ ୟୁପିଏସୀରେ ସଫଳତା ପାଇଥିଲେ ।
ସେ ୟୁପିଏସୀରେ ୨୦୦୩ ରାଙ୍କ ପାଇ ନିଜ ଯାତ୍ରା ଆରମ୍ଭ କରିଥିଲେ । ଏକ ଇଣ୍ଟର୍ବ୍ୟୁରେ ଅଙ୍କିତା କହିଥିଲେ-‘ଛୋଟ ବେଳୁ ମୋର ଆଇପିଏସ ହେବାର ଇଛା ଥିଲା କିନ୍ତୁ ଏ ବିଷୟରେ ମୋର କୌଣସି ଧାରଣା ନଥିଲା କି ମାର୍ଗ ଦର୍ଶନ କଲା ଭଳି କେହି ନଥିଲେ । ଯେଉଁଥିପାଇଁ ମତେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି ।
ଗ୍ରାଜୁଏସନ ଶେଷ କରିବା ପରେ ଏମବିଏ ଓ ପରେ ୟୁପିଏସୀ ପାଇଁ ମୁ ପ୍ରସ୍ତୁତି ଆରମ୍ଭ କରିଥିଲି’ । ହେଲେ ବନ୍ଧୁଗଣ ସେହି ସମୟରେ ଅଙ୍କିତାଙ୍କ ବିବାହ କରଯାଇଥିଲା । ଅଙ୍କିତାଙ୍କ ସ୍ଵାମୀ ହେଉଛନ୍ତି ଜଣେ ଆର୍ମି ଅଫିସର ତେଣୁ ସମୟ ସମୟରେ ତାଙ୍କର ଟ୍ରାନ୍ସଫର ହେଉଥିଲା ଯେଉଁଥି ପାଇଁ ଅଙ୍କିତାଙ୍କୁ ମଧ୍ୟ ତାଙ୍କ ସହ ଯିବାକୁ ପଡୁଥିଲା । ଏହି କାରଣ ହେତୁ ଅଙ୍କିତା ଦୁଇ ଥର ୟୁପିଏସୀ ପରୀକ୍ଷାରେ ବିଫଳ ହୋଇଥିଲେ ।
ବନ୍ଧୁଗଣ ଯେମିତି ଆଉ କିଏ ତାଙ୍କ ପରି ଅସୁବିଧାର ସମ୍ମୁଖୀନ ନହେଉ ସେଥିପାଇଁ ସେ ସମୟ ସମୟରେ କିଛି ଛାତ୍ର ମାନଙ୍କୁ ନିଜେ ପାଠ ପଢାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଲେଡି ଆଇପିଏସ ଅଫିସର ଅଙ୍କିତାଙ୍କ ଶର୍ମାଙ୍କ ଜୀବନ କାହାଣୀ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।