ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ଫଙ୍କ ନଜର ହାଇଡ୍ରୋକ୍ସିକ୍ଳୋରୋକ୍ଵିନ ଉପରେ ପଡିବାରୁ ପଶ୍ଚିମବଙ୍ଗରେ ଚାଷ କରାଯାଉଥିବା ସିଙ୍କୋନା ଚାଷୀମାନଙ୍କର ଆଶା ଅଟେ କି ଏହା ଦ୍ଵାରା ତାଙ୍କର ଭାଗ୍ୟ ବଦଳିଯିବ । ସିଙ୍କୋନା ଗଛର ଛେଲିରୁ ହାଇଡ୍ରୋକ୍ସିକ୍ଳୋରୋକ୍ଵିନ ପ୍ରସ୍ତୁତ କରାଯାଉ ଥିବାରୁ ଦାର୍ଜଲିଙ୍ଗର ଚାଷୀ ମାନଙ୍କ ମନରେ ଏକ ନୂଆ ଆଶା ସୃଷ୍ଟି ହେଇଛି । ୧୮୬୨ ମସିହାରେ ସେଠାରେ ସିଙ୍କୋନାର ଚାଷ ଆରମ୍ଭ ହୋଇଥିଲା । ଏହାର ମ୍ୟାଲେରିଆ କୁ ଭଲ କରିବା ପାଇଁ ବେଶ ଦରକାରୀ ହୋଇଥାଏ । ସିଙ୍କୋନା ଗଛର ଛେଲିରୁ ପ୍ରସ୍ତୁତ କୁନୈନ ବଟିକା ଏବଂ ହାଇଡ୍ରୋକ୍ସିକ୍ଳୋରୋକ୍ଵିନ ମ୍ୟାଲେରିଆ ରୋଗୀଙ୍କର ଚିକିତ୍ସା ପାଇଁ ଉପଯୋଗ କରାଯାଏ ।
୨୦୧୬ ମସିହାରେ ବିଶ୍ଵ ମ୍ୟାଲେରିଆ ରିପୋର୍ଟ ଅନୁସାରେ ଭାରତର ଅଧା ଜନସଂଖ୍ୟାଙ୍କୁ ମ୍ୟାଲେରିଆ ହେବାର ସମ୍ଭାବନା ଥିଲା । ପାଖାପାଖି କିଛି ବର୍ଷ ଧରି ସିଙ୍କୋନା ଚାଷ କରୁଥିବା ଚାଷୀ ମାନଙ୍କୁ କିଛି ଅସୁବିଧାର ସାମନା କରିବାକୁ ପଡିଲା କାରଣ ସିନ୍ଥେଟିକ ଉପାୟରେ କୁନୈନ ବଟିକା ପ୍ରସ୍ତୁତ ହେବାକୁ ଲାଗିଲା । ପଶ୍ଚିମ ବଙ୍ଗରେ ସିଙ୍କୋନା ଦେଖାଶୁଣା କରୁଥିବା ନିର୍ଦେଶକ ସେମ୍ୟୁଏଲ ରାୟ କହିଛନ୍ତି କରୋନା ର ଆତଙ୍କ ମ୍ୟାଲେରିଆ ଔଷଧର ଚାହିଦା ବଢାଇଛି ଏହା ଦ୍ଵାରା ଦାର୍ଜଲିଙ୍ଗ ରେ ବି ସିଙ୍କୋନା ର ଚାଷ ବଢିବ ।
ବହୁତ ବର୍ଷ ପରେ ବ୍ୟବସାୟରେ ସୁଧାର ଆସିବ ବୋଲି ସେ କହିଛନ୍ତି । ସିଙ୍କୋନା ଗଛ ଛାଲରେ ଅନେକ ପ୍ରକାରର ଔଷଧ ତିଆରି କରାଯାଉ ଥିବା କାରଣରୁ ଔଷଧ ତିଆରି କରୁଥିବା କମ୍ପାନୀ ଗୁଡିକ ଏହି ଗଛକୁ ନିଲାମ ଧରି କିଣିଥାନ୍ତି ।
ଯେତେବେଳେ ତାଙ୍କୁ ପଚରାଗଲା କି ବେପାର ବଢିବ ବୋଲି ତାଙ୍କୁ କାହିଁକି ଲାଗୁଛି, ଶ୍ରୀ ରାୟ କହିଲେ ମ୍ୟାଲେରିଆ ଔଷଧର ଚାହିଦା ବଢୁ ଥିବାର ଦେଖି ଲାଗୁଛି କୁନୈନ ଉତ୍ପାଦନ ବଢିବ । ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ମ୍ୟାଲେରିଆ ଔଷଧର ଚାହିଦା ବଢିବା ସମୟରେ ସିଙ୍କୋନା ଗଛର ସୁଖୀ ଯାଇଥିବା ଛାଲ ବିଷୟରେ ସୂଚନା ମାଗିଛନ୍ତି । ଆମର ଆଶା ଅଛି କି ପ୍ରାକୃତିକ କୁନୈନ ଲାଭକାରୀ ହେବ । ଶ୍ରୀ ରାୟ କହିଛନ୍ତି ସିଙ୍କୋନା ଦାର୍ଜଲିଙ୍ଗ ଏବଂ କଲିମ୍ପୋଗ ରେ ହୋଇଥାଏ । ଆଶା କରୁଛୁ ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗିଥିବ । ଏହାକୁ ଶେୟାର କରି ଆମ ସହିତ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।