ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଉତ୍ତରପ୍ରଦେଶ ନିର୍ବାଚନ କୁ ନେଇ ଘମାଘୋଟ ପ୍ରଚାର ଚାଲିଛି । ପ୍ରତିଦିନ ବିଜେପି ଓ ସମାଜବାଦୀ ପାର୍ଟି ର ନେତା ନେତା ଜଣେ ଅନ୍ୟ ଜଣକୁ ଟାର୍ଗେଟ କରୁଛନ୍ତି । ପ୍ରଚାର ଦୌଡ଼ ରେ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । କିନ୍ତୁ ଏହି ଘମାଘୋଟ ଲଢେଇ ଭିତରେ ଉତ୍ତରପ୍ରଦେଶ ର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଙ୍କ ଦେଖା ମିଳୁନାହିଁ । ନା ପ୍ରଚାର ମୈଦାନ ରେ ନଜର ଆସୁଛନ୍ତି ନା ପ୍ରତିପକ୍ଷ ଙ୍କୁ ଆହ୍ୱାନ ଦେଉଛନ୍ତି ।
ସ୍ଥିତି ଏଭଳି ହେଲାଣି ଯେ, ବିରୋଧୀ ଦଳ ଗୁଡିକ ମାୟାବତୀ ଙ୍କ ଅନୁପସ୍ଥିତି କୁ ନେଇ ଖୋଲାଖୋଲି ସମାଲୋଚନା କରିବା ଆରମ୍ଭ କରି ଦେଲେଣି । ମୁରଦାବାଦ ସଭା ରେ ଗୃହମନ୍ତ୍ରୀ ଅମିତ ସାହା କଟାକ୍ଷ କରି କହିଛନ୍ତି ଯେ, ଭଉଣୀ ଙ୍କ ଶୀତ ଛାଡ଼ି ନାହିଁ । ସେ ଭୟଭୀତ ଅଛନ୍ତି । ଭଉଣୀ ନିର୍ବାଚନ ଆସି ଗଲାଣି କୁଆଡେ ଗଲ ଆସି ଯାଅ । ନହେଲେ ପରେ କହିବ ନାହିଁ ଯେ, ମୁଁ ପ୍ରଚାର କରି ନଥିଲି ।
ଆପଣ ମାନେ ଉକ୍ତ ଭିଡିଓ ମାଧ୍ୟମରେ ଦେଖି ପାରୁଥିବେ କିଭଳି ଭାବରେ ଅମିତ ସାହା ମାୟାବତୀ ଙ୍କ ଅନୁପସ୍ଥିତି ରେ ତାଙ୍କର ପରିହାସ କରୁଛନ୍ତି । କେବଳ ବିଜେପି କାହିଁକି କଂଗ୍ରେସ ଓ ସମାଜବାଦୀ ପାର୍ଟି ର ନେତା ମଧ୍ୟ ମାୟାବତୀ ଙ୍କ ଅନୁପସ୍ଥିତି କୁ ନେଇ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଦୁଇ ବର୍ଷ ହେବ କେବଳ କଂଗ୍ରେସ ହି ଉତ୍ତରପ୍ରଦେଶରେ ଲୋକ ମାନଙ୍କ ସମସ୍ୟା ନେଇ ରାସ୍ତା କୁ ଆସିଛି ।
କିନ୍ତୁ ଏହା ବୁଝା ପଡୁନାହିଁ ଯେ, କଣ ପାଇଁ ମାୟାବତୀ ନିରବ ଅଛନ୍ତି । ନିର୍ବାଚନ ମୈଦାନ ରେ ଚାରି ଚାରି ଥରର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଙ୍କ ଅନୁପସ୍ଥିତି କୁ ନେଇ ବିରୋଧୀ ଙ୍କ ଏହି ସମାଲୋଚନା ଭିତରେ କିନ୍ତୁ ବହୁତ ଜଣ ସମାଜବାଦୀ ପାର୍ଟି ଏକଦମ ନିରବ ଅଛନ୍ତି । କିଏ-କିଏ ତ ସମାଲୋଚନା ରେ କହୁଛନ୍ତି ଯେ, ମାତାବତୀ ନିଖୋଜ ହୋଇ ଯାଇଛନ୍ତି ।
ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।