କୋଟି କୋଟି ଟଙ୍କାର ମାଲିକ ବଲିଉଡର ସେହେନ୍ସା ବିଗ ବି Amitabh Bacchan, ହେଲେ ଆଜି ବି ଖାଇବାକୁ ପାଆନ୍ତି ନାହିଁ ତାଙ୍କର ଏହି ପରିବାର

ବନ୍ଧୁଗଣ, ସାଧାରଣତଃ ଆପଣ ମାନେ ଏହା ଜାଣିଛନ୍ତି ଯେ ବଲିଉଡର ସେହେନ୍ସା ଅଭିନେତା ଅମିତାଭ ବଚ୍ଚନ ହେଉଛନ୍ତି କୋଟି କୋଟି ଟଙ୍କାର ଉତ୍ତରାଧିକାରୀ । ମାତ୍ର ଦୁଃଖର ବିଷୟ ଯେ ତାଙ୍କ ଭାଇ ଭିକ ମାଗୁଛନ୍ତି । ତେବେ ଏହି କଥାଟି ଆପଣଙ୍କୁ ଟିକିଏ ଅଡୁଆ ଲାଗୁଥିବ ମାତ୍ର ଏହି ଘଟଣାଟି ସଂପୂର୍ଣ୍ଣ ଭାବରେ ସତ ଅଟେ । ଅମିତାଭ ବଚ୍ଚନ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ବରେ ଚଳଚିତ୍ର ମାଧ୍ୟମରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି । ଏହା ସହିତ ସେ ବିଶ୍ଵରେ ଥିବା ଧନୀ ବ୍ୟକ୍ତି ମାନଙ୍କ ତାଲିକା ମଧ୍ୟରେ ତାଙ୍କ ନାମ ରହିଅଛି ।

ମାତ୍ର ସେ ଏତେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିଲେ ମଧ୍ୟ ତାଙ୍କ ପରିବାରର ଜଣେ ସଦସ୍ୟ ଅତି ଗରିବ ହୋଇ ନିଜର ଜୀବନ ବିତାଉଛନ୍ତି । ତେବେ ସେ ଆଉ ଅନ୍ୟ କେହି ନୁହଁନ୍ତି । ସେ ଅମିତାଭ ବଚ୍ଚନ ଙ୍କ ମାଉସୀ ଙ୍କ ପୁଅ ଅନୁପ୍ରାସ ଚନ୍ଦ୍ର ଅଟନ୍ତି । ନିଜର ପରିବାର ଚଳାଇବା ପାଇଁ ସେ ଅସମର୍ଥ । ଅମିତାଭ ଙ୍କ ପରିବାର ଠାରୁ ଅନୁପ ଦୂରେଇ ଯିବାର ମୁଖ୍ୟ କାରଣ ହେଉଛି ଜମି ବିବାଦ ।

ଅନୁପ ଙ୍କ ପରିବାର ସ୍ଥିତି ଭଲ ନଥିଲା ଏବଂ ତାଙ୍କର ଧୀରେ ଧୀରେ ଧନସମ୍ପତ୍ତି ପ୍ରତି ଆଶକ୍ତି ବଢିଯାଇଥିଲା । ଏବଂ ଏହି କାରଣ ହେତୁ କ୍ରମଶଃ ସେ ଅମିତାଭ ଙ୍କ ପରିବାର ଠାରୁ ଦୂରେଇବାକୁ ଲାଗିଲେ । ବର୍ତ୍ତମାନ ଅନୁପ ଙ୍କ ପୈତୃକ ଘରେ ସେ ବସବାସ କରୁଛନ୍ତି । ତେବେ ଏହି ଘଟଣା ସମ୍ବନ୍ଧରେ ଖୁବ କମ ଲୋକ ଜାଣିଛନ୍ତି । ଅମିତାଭ ବଚ୍ଚନ ନିଜ ଜୀବନରେ ବହୁତ କଷ୍ଟ କରି ଏ ପର୍ଯ୍ୟନ୍ତ ଆସିପାରିଛନ୍ତି ।

ତାଙ୍କ ସଂଘର୍ଷ ର କାହାଣୀ ତାଙ୍କ ପରିବାର ଲୋକେ ଜାଣିଛନ୍ତି । ଅମିତାଭ ବଚ୍ଚନ ଙ୍କ ଧର୍ମପତ୍ନୀ ସବୁକ୍ଷେତ୍ରରେ ତାଙ୍କ ପାଦରେ ପାଦ ମିଳାଇ ଚାଲି ଆସିଛନ୍ତି । ଅମିତାଭ ବଚ୍ଚନ ଚଳଚିତ୍ର ଜଗତରେ ପାଦ ଦେଲା ପରେ ବଲିଉଡ ଜଗତକୁ ବହୁତ ସୁପର ଡୁପର ହିଟ ଚଳଚିତ୍ର ଦେଇଆସିଛନ୍ତି ।

ତାଙ୍କ ଅଭିନୟରେ ଅନେକ ଫ୍ୟାନ୍ସ ତାଙ୍କ ଦିୱାନା ଅଛନ୍ତି । ଏବଂ ସବୁଠାରୁ ବଡ କଥା ଯେ ଅଭିଷେକ ବଚ୍ଚନ ନିଜ ପିତାଙ୍କ ଭଳି ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସେ କରିପାରି ନାହାଁନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *