କୋଇଲା ରୁ କିପରି ତିଆରି ହୁଏ ବିଜୁଳି ? ଦେଖନ୍ତୁ ଭିଡିଓ …

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଆମ ଜୀଵନ ରେ ପାଣି,ଖାଦ୍ୟ ଯେତେ ଆବଶ୍ୟକ ସେତିକି ବିଜୁଳି ମଧ୍ୟ ବହୁତ ଆବଶ୍ୟକ । ବିଜୁଳି ବିନା ଆମର ଅନେକ କାମ ଅଟକି ଯାଇଥାଏ । ତେବେ ଯଦି କିଛି ସମୟ ପାଇଁ ଆମ ଘରର ବିଜୁଳି ଚାଲି ଯାଏ ତେବେ ଆମେ ବିଚଳିତ ହୋଇ ଉଠୁଛୁ । ତେବେ ଭାବନ୍ତୁ ଯଦି ବିଜୁଳି ସବୁଦିନ ପାଇଁ ପଳେଇବ ତେବେ ଅବସ୍ଥା କଣ ହେବ ।
ଏହି କଥା ଭାବିଲା ବେଳେ ହିଁ ଡର ଲାଗୁଛି କିନ୍ତୁ ବର୍ତ୍ତମାନ ଏହା ସତ୍ୟ ହେବାକୁ ଲାଗୁଛି ।


କାରଣ ଆମ ଦେଶ ର ଅଧା ସ୍ଥାନରେ ବର୍ତ୍ତମାନ ବିଜୁଳି ର ଅଭାବ ଦେଖା ଦେଲାଣି ଅର୍ଥାତ କୋଇଲା ର ଅଭାବ ଦେଖା ଗଲାଣି ଯାହା ଯୋଗୁଁ ତାପଜ ବିଦ୍ୟୁତ ଉତ୍ପାଦନ ହୋଇ ପାରୁ ନାହିଁ ଏବଂ ଏହା ଯୋଗୁଁ ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ସମେତ ଦେଶ ର ଅନେକ ରାଜ୍ୟ ରେ ବର୍ତ୍ତମାନ ବିଦ୍ୟୁତ ସଙ୍କଟ ଦେଇ ଗତି କରୁଛି ।

ତେବେ ଆସନ୍ତୁ ଜାଣିନେବା କି କୋଇଲା ରୁ କିପରି ବିଦ୍ୟୁତ ପ୍ରସ୍ତୁତ ହୁଏ । ତେବେ ସର୍ବପ୍ରଥମେ ଟ୍ରେନ ସାହାର୍ଯ୍ୟ ରେ କୋଇଲା କୁ ପାୱାର ପ୍ଲାଣ୍ଟ କୁ ଅଣା ଯାଇଥାଏ ଏବଂ ପରେ ଟ୍ରେନ ରୁ ଡବା କୁ ଅଲଗା କରି ଦିଆ ଯାଇଥାଏ । ତେବେ ଏହା ପରେ ସେ ଡ଼ବା କୁ ସମ୍ପୂର୍ଣ୍ଣ ଭାବରେ ଓଲଟା କରି ରଖା ଯାଏ ଏବଂ ସବୁ କୋଇଲା କୁ ବାହାର କରି ମେସିନ କୁ ପକାଯାଏ ।


ତେବେ ଏହା ପରେ ଏହାକୁ ଏକ ବ୍ୟବସ୍ଥିତ ସ୍ଥାନରେ ରଖାଯାଇଥାଏ । ତେବେ ପରେ ଏହା ଉପରେ ପାଣି ମଧ୍ୟ ଛିଟକା ଯାଇଥାଏ । ତେବେ ପରେ ବାଉଲ ମେସିନ କୁ ପଠାଯାଏ ଯେଉଁଠି ଏହି ପଥର ହୋଇଥିବା କୋଇଲା କୁ ଛୋଟ ଛୋଟ କରି ପାଉଡର କରି ଦିଆଯାଏ । ତେବେ ଏହା ଦ୍ୱାରା ଏଥିରେ ଥିବା ଅଶୁଦ୍ଧି ବାହାରି ଯାଇଥାଏ ।

ତେବେ ଏହା ପରେ ଏହି ପାଉଡର କୁ ବୟଲର କୁ ପଠା ଯାଏ ଯେଉଁଠି ସେମାନେ ସହଜରେ ନିଆ ଧରି ନିଅନ୍ତି ତେବେ କୋଇଲା ରେ ନିଆଁ ଧରିବା ପରେ ସେଥିରେ ଥିବା ଭାରି ପଦାର୍ଥ କୁ ତଳକୁ ପଲାଏ । ତେବେ ଯେଉଁଠି ନିଆଁ ଲାଗିଥାଏ ସେଗୁଡିକ ସେହି ଟିୟୁବ କୁ ବହୁତ ହିଟ କରେ ଯେଉଁଠି ପାଣି ରହିଥାଏ ତେବେ ଏହା ବାଷ୍ପ ରେ ପରିଣତ ହୋଇଯାଏ ତେବେ ଯେତେ ବେଳେ ଏହି ବାଷ୍ପ ସୁପର ହିଟ ହୋଇଯାଏ । ତେବେ ସେତେବେଳେ ସେହି ପାଇପ ସାହାର୍ଯ୍ୟ ରେ ତାକୁ ଆଗକୁ ପଠା ଯାଇଥାଏ ।


ତେବେ ଏହି ତାପ ପରେ ଟରବାଇନ ରେ ବୁଲି ଥାଏ ଏବଂ ଏହା ରଟେଡ଼ ହେବା ଦ୍ୱାରା ଏକ ଚାର୍ଜ ତିଆରି ହୁଏ ଯାହାକୁ ଏକ ବଡ଼ ଜେନେରେଟର ସାହାର୍ଯ୍ୟ ରେ ତାହାକୁ ଆଗର ସବଷ୍ଟେସନ କୁ ଟ୍ରାନ୍ସପର କରି ଦିଆଯାଏ । ତେବେ ଏହାପରେ ଆମ ଘରକୁ ସହରକୁ ବିଜୁଳି ଆସିଥାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *