ଶରୀରରେ ଅକ୍ସିଜେନ (Oxygen) ର ଅଭାବ ହେଲେ କିପରି ଜାଣିବେ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଭାରତ ର ଅନେକ ରାଜ୍ୟ ରେ କରନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଆଭାଵ ପାଇଁ ଲୋକ ମୃ-ତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି ।

ଦିଲ୍ଲୀ, ମହାରାଷ୍ଟ୍ର ଭଳି ବଡ଼ ବଡ଼ ରାଜ୍ୟ ମାନଙ୍କ ରେ ବର୍ତ୍ତମାନ ଅମ୍ଳଜାନ ର ଆଭାଵ ନିମନ୍ତେ ଅନେକ ଲୋକ ମୃ-ତ୍ୟୁ ବରଣ କରୁଛନ୍ତି । କିନ୍ତୁ ପ୍ରଥମ କଥା ହେଉଛି ଆପଣଙ୍କ ଶରୀର ରେ ଅମ୍ଳଜାନ ର ଅଭାଵ ହେଉଛି ବୋଲି ଆପଣ ଜାଣିବେ କିପରି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ସେହି ବିଷୟ ରେ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ଯାଉଛୁ । ତେବେ ଆସନ୍ତୁ ଏହି ବିଷୟ ରେ ଆହୁରି ଅଧିକ କିଛି କଥା ଜାଣିବା । ବନ୍ଧୁଗଣ ରକ୍ତ ରେ ଥିବା ହିମୋଗ୍ଲୋବିନ ବା ଲୋହିତ ରକ୍ତ କଣିକା ଅମ୍ଳଜାନ କୁ ଶରୀର ର ବିଭିନ୍ନ ଅଙ୍ଗ ରେ ପହଞ୍ଚାଇ ଥାଏ । ଶରୀର ର ବିଭିନ୍ନ ଅଙ୍ଗ ରେ ଅମ୍ଳଜାନ ପଠାଇବା ପାଇଁ ଯେଉଁ ପାର୍ସିଆଲ ପ୍ରେସର ଆବଶ୍ୟକ ହୋଇଥାଏ ତାହାର ପରିମାଣ ସାଧାରଣ ଲୋକଙ୍କ ଠାରେ ୯୭ ରୁ ୯୮ ରହିଥାଏ ।

ଯଦି ଶରୀର ରେ ଫୁସଫୁସ, ହୃଦୟ କିମ୍ବା ବୃକକ ଜନିତ କୌଣସି ସମସ୍ୟା ଦେଖା ଦେଇଥାଏ ତେବେ ଶରୀର ରେ ଅମ୍ଳଜାନ ର ଅଭାବ ଦେଖା ଦେଇଥାଏ । ଯଦି କୌଣସି ଗୁରୁତର ରୋଗ ହୋଇ ନ ଥାଏ ତେବେ ଶରୀର ରେ ଅମ୍ଳଜାନ ର ଅଭାବ ଦେଖିବାକୁ ମିଳି ନ ଥାଏ । ଶରୀର ର ସମସ୍ତ କୋଷ ବଞ୍ଚି ରହିବା ପାଇଁ ଅମ୍ଳଜାନ ଆବଶ୍ୟକ କରିଥାନ୍ତି । ଶରୀର ରେ ଅମ୍ଳଜାନ ର ଅଭାବ ହେଲେ ଶରୀର ର ପ୍ରତ୍ୟେକ ପ୍ରଭାବିତ ହୋଇଥାଏ ।

ଶରୀର ର କେତେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ରେ ଅମ୍ଳଜାନ ନ ପହଁଚିଲେ ତାହା ଆମର ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଥାଏ । ଉଦାହରଣ ସ୍ୱରୂପ ଯଦି ଆମ ମସ୍ତିଷ୍କ ରେ ଉପଯୁକ୍ତ ପରିମାଣ ରେ ଅମ୍ଳଜାନ ପହଂଚି ନ ପାରେ ତେବେ ମସ୍ତିଷ୍କ ଠିକ ଭାବରେ କାର୍ଯ୍ୟ କରିବ ନାହିଁ ଓ ପାର୍ଶ୍ୱ ପ୍ରତିକ୍ରିୟା ଠିକ ଭାବରେ କରି ପାରିବ ନାହିଁ ।

ଯଦି ହୃଦୟ ରେ ଠିକ ଭାବରେ ଅମ୍ଳଜାନ ପହଂଚି ନ ଥାଏ ତେବେ ହୃଦଘାତ ଭଳି ସମସ୍ୟା ଦେଖା ଦେଇଥାଏ । ସେହିଭଳି ଯଦି ବୃକକ ରେ ଅମ୍ଳଜାନ ର ଅଭାଵ ଦେଖା ଦେଇଥାଏ ତେବେ ବୃକକ ମଧ୍ୟ ଖରାପ ହୋଇଯାଇଥାଏ ।

ବନ୍ଧୁଗଣ ଶରୀର ରେ ଅମ୍ଳଜାନ ର ଅଭାଵ ହେଲେ ଆମ ଶରୀର ବାୟୁ ମଣ୍ଡଳ ରୁ ଅଧିକ ପରିମାଣ ରେ ଅମ୍ଳଜାନ ଆବଶ୍ୟକ କରିଥାଏ । ଯଦି ଗୋଟିଏ ସୁସ୍ଥ ଲୋକ ଗୋଟିଏ ମିନିଟ ରେ ୧୫ ରୁ ୨୦ ଥର ଶ୍ଵାସକ୍ରିୟା କରିଥାଏ ତେବେ ସେହି ସ୍ଥାନ ରେ ଯେଉଁ ବ୍ୟକ୍ତି ର ଅମ୍ଳଜାନ ର ଅଭାବ ଦେଖା ଦେଇଥାଏ ସେହି ବ୍ୟକ୍ତି ପ୍ରତି ମିନିଟ ରେ ୩୦ ରୁ ୪୦ ଥର ଶ୍ଵାସକ୍ରିୟା କରିଥାଏ ।

ଏହା ବ୍ୟତୀତ ପଲସ ଅକ୍ସୀମିଟର ଦ୍ୱାରା ମଧ୍ୟ ଶରୀର ରେ ଅମ୍ଳଜାନ ର ପରିମାଣ ଜଣାପଡ଼ିଥାଏ । ଏହି ମିଟର ରେ ଯଦି ଅମ୍ଳଜାନ ହାର ଶତକଡା ୯୪ ପ୍ରତିଶତ ରୁ କମ ହୋଇଥାଏ ତେବେ ଆପଣ ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ । ଯଦି ଆପଣଙ୍କୁ ଧଇଁସଇଁ ଲାଗୁଛି, ନିଶ୍ୱାସ ପ୍ରଶ୍ଵାସ କ୍ଷିପ୍ର ହେଉଛି ତେବେ ଆପଣ ଜାଣି ରଖନ୍ତୁ ଯେ ଆପଣଙ୍କ ଶରୀର ରେ ଅମ୍ଳଜାନ ର ଅଭାଵ ଅଛି ଓ ଆପଣ ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *