ACF Soumyaranjan ଡେଥ ମିଷ୍ଟ୍ରି: ଉଠିଲା ବଡ଼ ପ୍ରଶ୍ନ..କିଏ କହୁଛି ସତ ? ଫରେନ୍ସିକ ନା କ୍ରାଇମବ୍ରାଞ୍ଚ ? ଷଡଯନ୍ତ୍ରରେ ସାମିଲ ହେଲେ କି ତଦନ୍ତବିଭାଗ ? ରହସ୍ୟ..

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ପାରଳାଖେମୁଣ୍ଡି ଏସସିଏଫ ସୌମ୍ୟ ରଞ୍ଜନ ଙ୍କ ମୃତ୍ୟୁ ର ରହସ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ପୋଲିସ ଓ କ୍ରାଇମବ୍ରାଞ୍ଚ ଏହି ସମ୍ବନ୍ଧରେ ନିଜର ତଦନ୍ତ ଜାରି ରଖିଥିଲା ।

କିନ୍ତୁ ହଠାତ ଗତକାଲି ପାରଳାଖେମୁଣ୍ଡି ପୋଲିସ, କ୍ରାଇମବ୍ରାଞ୍ଚ ଟିମ ଡିଏଫଓ ସଂଗ୍ରାମ କେଶରୀ ବେହେରା, ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ଓ ରୋଷେୟା ମନ୍ମଥ କୁମ୍ଭ କୁ ଜେରା କରି କ୍ଲିନ ଚିଟ୍ ଦେଇ ସାରିଛି । ଯାହା ସୌମ୍ୟ ଙ୍କ ପରିବାର ଗ୍ରହଣ କରିପାରୁ ନାହାନ୍ତି । ଏହି ସମ୍ବନ୍ଧରେ ସୌମ୍ୟ ଙ୍କ ପଡ଼ୋଶୀ କହିଛନ୍ତି, ତାଙ୍କର ସରକାର ଶାସନ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ଓ ବିଶ୍ୱାସ ଥିଲା ।

ସେମାନେ ଏହା ଆଶା ରଖିଥିଲେ ଯେ ତାଙ୍କୁ ନିଶ୍ଚିତ ଭାବରେ ନ୍ୟାୟ ମିଳିବ । କିନ୍ତୁ ସୌମ୍ୟ ଙ୍କ ପରିବାର ଦ୍ଵାରା ସନ୍ଦେହ ରେ ଥିବା ତିନି ଜଣ ଆସାମୀ ଙ୍କୁ କ୍ଲିନ ଚିଟ୍ ମିଳିବା ପରେ ବର୍ତ୍ତମାନ ସେହି ଭରସା ଉଠି ଯାଇଛି ।

ସେ କହିଛନ୍ତି ଯେ, ଏହାପରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ ହେଉଛି ସେମାନେ ପୁନର୍ବାର ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରିବେ ଏବଂ ସତ୍ୟ ସାମ୍ନା କୁ ଆଣିବା ପରେ ନିଜର ସମସ୍ତ ଶକ୍ତି ଓ ଚେଷ୍ଟା ଜାରି ରଖିବେ । ସନ୍ଦେହ ରେ ଥିବା ଆସାମୀ ଙ୍କୁ କ୍ଲିନ ଚିଟ୍ ମିଳିବା ପରେ ସୌମ୍ୟ ଙ୍କ ବଡ଼ ଭାଇ ମଧ୍ୟ ସମ୍ପୂର୍ଣ୍ଣ ରୂପରେ ଭାଙ୍ଗି ପଡିଛନ୍ତି ।

ସେ ପରବର୍ତ୍ତୀ ରିପୋର୍ଟ ର ଅପେକ୍ଷା ରେ ଅଛନ୍ତି । ଏହାପରେ ହିଁ ସେ କିଛି ଦୃଢ଼ ପଦକ୍ଷେପ ଗ୍ରହଣ କରିବେ । ଯଦି ତାଙ୍କୁ ନ୍ୟାୟ ନ ମିଳିବ ତେବେ ସେ ହାଇକୋର୍ଟ ଏବଂ ସିବିଆଇ ର ସହାୟତା ନେବା ପାଇଁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ ବୋଲି କହିଛନ୍ତି ସୌମ୍ୟ ଙ୍କ ବଡ଼ ଭାଇ । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *