ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଦୀର୍ଘ ୫୦୦ ବର୍ଷ ତଳେ ସେହି ଦିବ୍ୟଧାମ ପୁରୀ ରେ ନନ୍ଦିଘୋଷ ଅଟକି ଯାଇଥିଲା । ଲକ୍ଷ ଲକ୍ଷ ଭକ୍ତ ଙ୍କ ମେଳ ରେ । ଜଣେ ବେଶ୍ୟା ପାଇଁ । କଣ ଆପଣ ମାନେ ଜାଣନ୍ତି ରୂପଜୀବୀ ଯମୁନା ର କଥା?
ରୂପଜିବି ଯମୁନା ର ଘର ଝଡ଼ଙ୍ଗା ସାହି ରେ । ଦିନେ ତା’ର ମନରେ ଜାଗ୍ରତ ହେଲା ଲୋକମାନେ ନିଜର ପାପ ପ୍ରଖ୍ୟାଳନ ପାଇଁ ପୁରୀ ଆସୁଛନ୍ତି । ଅଥଚ ମୁଁ ଏହି ଦିବ୍ୟଧାମ ରେ ରହି ଲୋକ ମାନଙ୍କୁ ପାପୀ କରାଉଛି । ମୋ ଜୀବନ ରେ କଣ ମୁକ୍ତି ନାହିଁ? ସେ ମନରେ ସ୍ଥିର କଲା ନିଶ୍ଚିତ ଭାବରେ ଜଗନ୍ନାଥ ଙ୍କୁ ଦେଖିବାକୁ ଯିବ । କିନ୍ତୁ ମନରେ ସିନା ଆଶା ରଖି ସେ ଯାଇଥିଲା । ଅରୁଣ ସ୍ତମ୍ଭ ପାଖରେ ପହଞ୍ଚିବା ମାତ୍ରେ ପଣ୍ଡା ମାନେ ତାକୁ ଘେରି ଗଲେ ।
ତାକୁ ଅପବିତ୍ର କହି ସେଠାରୁ ତଡ଼ି ଦେଲେ । ଯମୁନା ର ମନ ମୌଳି ଗଲା । ଫେରିବା ସମୟ ରେ ବାଟ ରେ ଯାଉଥିଲେ ବଳରାମ ମହାପାତ୍ର । ଜଣେ କ୍ଷତ୍ରିୟ ଯୁବକ । ସେ ଆସିଥିଲେ କାଳିଆ ର ଦର୍ଶନ ନିମନ୍ତେ । କିନ୍ତୁ ଯମୁନା କୁ ଦେଖିବା ପରେ ତା’ ରୂପରେ ମୁଗ୍ଧ ହୋଇ ଯମୁନା ପଛେପଛେ ଧାଇଁଲେ । ସେ ଯମୁନା ପ୍ରେମ ରେ ନିଜ ଘରକୁ ଯିବାକୁ ମଧ୍ୟ ଚାହିଁଲେ ନାହିଁ ଏବଂ ଯମୁନା ପାଖରେ ରହିବାକୁ ପସନ୍ଦ କରିଲେ ।
ଏହି କଥା ଯାଇ ପହଁଞ୍ଚିଲା ସୋମନାଥ ମହାପାତ୍ର ଙ୍କ ପାଖରେ । ଯିଏ ବଳରାମ ମହାପାତ୍ର ଙ୍କ ବାପା ଅଟନ୍ତି । ଲୋକ ଅପବାଦ ସହି ନ ପାରି ନିଜ ପୁଅ କୁ ଫେରାଇ ନେବାକୁ ଆସିଥିଲେ । କିନ୍ତୁ ନିରାଶ ହୋଇଥିଲେ । ସେଦିନ ଥିଲା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥି । ଯମୁନା ର କୋଳ ରେ ବଳରାମ । ଭାଵ ର ଆଦାନ ପ୍ରଦାନ ହେଉଥିବା ସମୟ ରେ ହଠାତ ଶୁଣାଗଲା ଘଣ୍ଟ, ମର୍ଦଳ, ହରିବୋଲ, ହୁଳହୁଳି ର ଶବ୍ଦ ।
ଯମୁନା କୁ ପଚାରିଲେ ଏହି ଧ୍ୱନି କେଉଁଠାରୁ ଆଗତ ହେଉଛି? ଯମୁନା କହିଥିଲେ ଏହା କାଳିଆ ଙ୍କ ଲୀଳା । ଆଜି ପ୍ରଭୁ ଜଗନ୍ନାଥ ନିଜ ଭକ୍ତ ମାନଙ୍କୁ ଦର୍ଶନ ଦେବା ନିମନ୍ତେ ଆସିବେ । ଏହା ଶୁଣିବା ମାତ୍ରେ ବଳରାମ ଧାଇଁଥିଲେ କାଳିଆ ର ଦର୍ଶନ ନିମନ୍ତେ । କିନ୍ତୁ ସେଠାରେ ତାଙ୍କୁ ଅ-ପ-ମା-ନ କରାଯାଇଥିଲା ଏବଂ ଅପବିତ୍ର କହି ବେ-ତ୍ରା-ଘା-ତ କରା ଯାଇଥିଲା ।
ସେହି ସମୟ ରେ ବଳରାମ କାଳିଆ କୁ ପ୍ରଶ୍ନ କରିଥିଲା ଏହା କଣ ତୋର ବଡ଼ ପଣିଆ ? ତୋ ଆଗରେ ତୋର ଭକ୍ତ କୁ ଏଭଳି ବେ-ତ୍ରା-ଘା-ତ କଣ ତୋ ପାଇଁ ସ-ହ-ନୀ-ୟ ? ଏହାପରେ ସେଠାରୁ ବଳରାମ ଚାଲି ଆସିଥିଲେ ଏବଂ କାଳିଆ କୁ କହିଲେ ଯଦି ପ୍ରକୃତ ରେ ମୁଁ ତୋର ଭକ୍ତ ହୋଇଥିବି ତେବେ ରଥ ଗଡ଼ିବ ନାହିଁ ।
ଏହାପରେ ରଥ ଗଡ଼ିଲା ନାହିଁ । ଅଟକି ଗଲା ନନ୍ଦିଘୋଷ । ଲକ୍ଷ ଲକ୍ଷ ଭକ୍ତ ମିଶି ଟାଣି ପାରିଲେ ନାହିଁ ରଥ । ଯାହାକି ଇସାରା ରେ ସାରା ସଂସାର ଚାଲିଥାଏ ତାକୁ ଅବା କିଏ ଲୀଳା କରିବାରୁ ଅଟକାଇ ପାରିବ? ପ୍ରଭୁ ଙ୍କ ଭକ୍ତ କୁ ଅପବିତ୍ର କହି ସିନା ଘଉଡ଼ାଇ ଦେଲ । ବଳରାମ ର ହାତ ବାଜିଲେ ହିଁ ଗଡ଼ିବ ନନ୍ଦିଘୋଷ । ଏହାପରେ ବଳରାମ କୁ ରାଜ ପାଲିଙ୍କି ରେ ଅଣାଗଲା ।
ବଳରାମ ନନ୍ଦିଘୋଷ କୁ ହାତ ମାରିବା ମାତ୍ରେ ନନ୍ଦିଘୋଷ ଗଡ଼ିବାକୁ ଲାଗିଲା । ପ୍ରଭୁ ଜଗନ୍ନାଥ ଜାତି ଅଜାତି ରୁ ଉର୍ଦ୍ଧ୍ବ ରେ, ପବିତ୍ର ଅପବିତ୍ର ରୁ ଉର୍ଦ୍ଧ୍ବ ରେ । କାଳିଆ କୁ ଆବଶ୍ୟକ କେବଳ ସମର୍ପଣ ।