କିଛି ସମୟ ପରେ ଜଳିଥାନ୍ତା ଜୁଇ, ମାତ୍ର ଏମିତି କିଛି ହେଲା ଯାହାକୁ ଦେଖି ସମସ୍ତେ ଚକିତ ହୋଇଗଲେ…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଶବକୁ ଜଳାଇବା ପାଇଁ ହୋଇସାରିଥିଲା ସବୁ କାର୍ଯ୍ୟ କେବଳ ବାକି ଥିଲା ଶବକୁ ନେଇ କାଠ ଉପରେ ରଖିବାର କାମ ମାତ୍ର ଏଥିକି ବେଳକୁ ମୃତଶବ ଉଠି ପାଣି ମାଗିବା ଦୃଶ୍ୟ ପରିବାର ଲୋକମାନଙ୍କ ଭିତରେ କୋଳାହଳ ଓ ଆଶ୍ଚର୍ଯ୍ୟର ମାହଲ  ଦେଖିବାକୁ ମିଳିଥିଲା । ମୃତଶବ କିପରି ବଞ୍ଚିପାରେ ଏଥିପାଇ କିଏ ହେଉଛି ଦାୟୀ ?

ସୂଚନା ଅନୁସାରେ ଏହି ଘଟଣା ଟି ହେଉଛି କପ୍ତିପଦା ଥାନା ବାଲୁହୁରୁଡା ଗ୍ରାମର । ଗ୍ରାମରେ ରହୁଥିବା ସୁହାନି ବିନ୍ଧାଣି ମହିଳା ଗତକିଛି ଦିନରୁ ଗୁରୁତର ଭାବରେ ଆହତ ହୋଇ ଉଦଳା ଚିକିତ୍ସାଳୟ ଚିକିତ୍ସିର ହେଉଥିଲେ । ଗତକାଲି ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଏହି ଖବର ଶୁଣିବା ପରେ ଘରଲୋକେ କାନ୍ଦି ଫାଟିପଡିଥିଲେ ମାତ୍ର ସତ୍ୟକୁ ଗ୍ରହଣ କରି ଶବକୁ ଡାକ୍ତରଖାନାରୁ ଘରକୁ ନେଇଆସିଥିଲେ ।

ଗ୍ରାମର ରୀତିନୀତି ଅନୁଯାୟୀ ଶବର ଶେଷକାର୍ଯ୍ୟ ଆରମ୍ଭ କରିଥିଲେ । ଘରେ ଗ୍ରାମଲୋକମାନଙ୍କର ଗୋହଳି ଲାଗିଥିଲେ ଶବକୁ ଶେଷଥର ଦେଖିବାକୁ ଜଣେ ପରେ ଜଣେ ଆସୁଥାନ୍ତି । ସେପଟେ ଜୁଇ ପାଇଁ ଆବଶ୍ୟକ ହେଉଥିବା ଜିନିଷ ଏକଜୁଟ କରାଯାଉଥାଏ । ମାତ୍ର ହଠାତ ମୃତଦେହ ଉପରକୁ ଉଠି ଶୋଷ ହେଉଛି ବୋଲି କହି ପାଣି ପିଇଥିଲା ।

ଏହାକୁ ଦେଖି ଲୋକେ ଭାବିଲେ କଣ ଭୂତ ଉଠିଲା କିନ୍ତୁ ପରେ ଜାଣିଲେ ଯେ ଶବ ଜୀବିତ ଅଛି । ଏହା ପରେ ତାନ୍ତ୍ରିକ ବାବା ଘରକୁ ଆସି ପୂଜା କରି ମହିଳାକୁ ବଞ୍ଚାଇବେ ବୋଲି କହିଥିଲେ । ପରିବାରଲୋକେ ଏହାକୁ ବିଶ୍ଵାସ କରି ପୁଣ୍ୟବାର ମୃତ ଘୋଷିତ କରିଥିବା ଡାକ୍ତରଖାନା କୁ ନେଇକି ଯାଇଥିଲେ । ମାତ୍ର ଡାକ୍ତର ପୁଣ୍ୟବାର ମହିଳାଙ୍କର ମୃ-ତ୍ୟୁ କହିବା ପରେ ପରିବାର ଓ ଗ୍ରାମବାସୀ ଡାକ୍ତର ମିଛ କହୁଛି ବୋଲି ଅଭିଯୋଗ କରିଛନ୍ତି ।

କାରଣ ତାଙ୍କ ଆଖି ସାମ୍ନାରେ ଶବ ଉଠି ପାଣି ପିଇଥିଲା ଏବେ ଡାକ୍ତର ମୃତ କହିବାକୁ ନେଇ ଏହାକୁ ଗ୍ରହଣ କରୁନାହାଁନ୍ତି ଲୋକେ । ଡାକ୍ତରକୁ ଆଉ ଥରେ ଭଲଭାବରେ ଚିକିତ୍ସା କରିବା ପାଇଁ ଦାବି କରିଥିବା ସୂଚନା ମିଳିଛି । ତେବେ ଏହା କଣ ଅନ୍ଧବିଶ୍ଵାସ ବା ଚିକିତ୍ସାର ଅବହେଳା ତାହା ଏ ଯାଏ ପ୍ରକାଶ ପାଇନି । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *