ଘର ସଂସାର ଛାଡି ଭାଲୁ ସହ ଜୀବନ କାଟୁଛନ୍ତି ବାବୁ, ଦୁଇ ବର୍ଷ ହେଲାନି ଭାଲୁମାନଙ୍କ ନିବାସସ୍ଥାନରେ ରହୁଛନ୍ତି …

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ପାହାଡ଼ରେ ଭାଲୁ ସହ ବାସ କରୁଛନ୍ତି ଯୁବକ ଏହା ଦିନ ବା ଦୁଇ ଦିନର କଥା ନୁହେଁ ବରଂ ଦୁଇ ବର୍ଷ ହେବ ଭାଲୁ ମାନଙ୍କର ଗହଣରେ ରହୁଛନ୍ତି ବାବୁ । ହଁ ଦର୍ଶକବନ୍ଧୁ ସାଧାରଣତଃ ଭାଲୁ ଭଳି ହିଂସ୍ରକ ଜନ୍ତୁମାନଙ୍କୁ ଦେଖିବା କ୍ଷଣି ଆମେ ତୁରନ୍ତ ସ୍ଥାନକୁ ତ୍ୟାଗ କରି ଧାଇଁ ଥାଉ । ମାତ୍ର ଗତଦୁଇବର୍ଷ ହେଲାନି ଭାଲୁମାନଙ୍କୁ ନିବାସସ୍ଥାନ  ପାଖରେ ରହୁଛନ୍ତି ଏହି ବାବୁ ଜଣକ ।

ଏହି ଘଟଣାଟି ହେଉଛି କେଉଁଝର ଜିଲ୍ଲା ସଦାପଲ୍ଲୀ ବ୍ଲକ ନେଲୁଙ୍ଗ ପାହାଡ଼ର । ଏହି ପାହାଡ଼ରେ ସରୀସୃପ ସହ ହିଂସ୍ରକଜନ୍ତୁମାନେ ରୁହନ୍ତି । ତେବେ ଏହି ପାହାଡରେ ନିଜର ଘରକରି ରହୁଛି ବାବୁ ନାୟକ । କିଛି ବର୍ଷେ ପୂର୍ବେ ବାବୁ ନାୟକଙ୍କର ବାପାଙ୍କ ପରଲୋକ ଘଟିଥିଲା ଯାହା ପରେ ବାବୁ ନାୟକ ନିଜର ଘର ସଂସାର ଉପରେ ଭରସା ଉଠିଯାଇଥିଲା ।

ତେଣୁ ସେ ନିଜ ଘରଦ୍ଵାରକୁ ତ୍ୟାଗ କରି ନେଲୁଙ୍ଗ ପାହାଡ଼ରେ ରହୁଛି । ବାବୁଙ୍କର ବୁଢୀ ମା ‘ଟିଏ ରହିଛି ଯାହାଙ୍କ ନାଁ କୁନ୍ତଳା ନାୟକ । ମାତ୍ର ପୁଅଟି ମା ‘ କୁ ଛାଡି ପାହାଡ଼ରେ ରହୁଛି ଯାହା ମା’ ର ପ୍ରାଣକୁ ସର୍ବଦା ବିଚଳିତ କରିଛି । କାରଣ ଗାଁ ଲୋକମାନଙ୍କ କହିବା ଅନୁସାରେ  ନେଲୁଙ୍ଗ ପାହାଡ଼ ହେଉଛି ଭାଲୁମାନଙ୍କର ଯିବାଆସିବା ସ୍ଥାନ ଆମେ କେତେଥର ବାବୁକୁ ସେଠାରୁ ତଳକୁ ଆଣିବାର ଚେଷ୍ଟା କରିଥିଲୁ ମାତ୍ର ବାବୁ ନାୟକ ତାଙ୍କ କଥାକୁ ଆଦୌ ଶୁଣିନଥିଲା ।

ମାଆ କିନ୍ତୁ ସବୁଦିନ ପୁଅର ଖାଇବାର ନେଇକି ଉପରକୁ ଯାଇଥାନ୍ତି ଓ ରଖି ତଳକୁ ଆସିଯାଆନ୍ତି । ମାତ୍ର ଆଶ୍ଚର୍ଯ୍ୟର ବିଷୟ ହେଲା ଦୁଇବର୍ଷ ହେଲାନି ଭାଲୁମାନେ ବାବୁଙ୍କର କୋଣସି କ୍ଷତି କରିନାହାଁନ୍ତି ବୋଧେ ହୁଏନ ବାବୁଙ୍କ ନିରୀହପଣକୁ ଭାଲୁ ବୁଝିପାରୁଛି । ତେବେ ସ୍ଥାନୀୟ ଲୋକମାନଙ୍କ କହିବା ମୁତାବକ ବାବୁ ନାୟକର ବାପାଙ୍କ ଯିବା ପରେ ଆର୍ଥିକ ସ୍ଥିତି ଦୁର୍ନୀୟ ହୋଇଯାଇଥିଲା ଏବଂ ତାଙ୍କର ରହିବାକୁ ଘର ଟିଏ ମଧ୍ୟ ନାହିଁ ।

ତେଣୁ ସରକାର ଯଦି ସେମାନଙ୍କୁ ସାହାଯ୍ୟର ହାତ ବଢାନ୍ତେ ତେବେ ଭଲ ହୁଆନ୍ତା । ମା’ ର ନିବେଦନ ଏହା ଯେ ପୁଅକୁ ପାହାଡ଼ରୁ ଆଣି ସମସ୍ତଙ୍କ ପରି ମଣିଷ କରିବାକୁ  । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *