ଆସୁଛି ଅନୁଭବଙ୍କ ବାୟୋପିକ, ଯେଉଁଥିରେ ଅନୁଭବଙ୍କ ସହ ତାଙ୍କର ଦିଲ୍ଲୀ ପ୍ରେମିକା….

ବନ୍ଧୁଗଣ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆପଣମାନେ ତ ଜାଣିଥିବେ ସାରା ଓଡିଶାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ବର୍ଷା ଓ ଅନୁଭବଙ୍କ ବିବାଦ । ଯାହା ପ୍ରତିଦିନ କିଛି ନୂଆ ମୋଡ ନେଉଛି । ଦୁହେଁ ଦୁହିଙ୍କ ଉପରେ ଆରୋପ ଲଗାଇବାରେ ପଛଉ ନାହାଁନ୍ତି । କିଛି ମାସ ପୂର୍ବରୁ ଓଡିଆ ସିନେମାର ସୁପର ଷ୍ଟାର ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡପତ୍ର ଦେବା ପାଇଁ ଦିଲ୍ଲୀର ପଟିଆଲା କୋର୍ଟ ରେ ଦରଖାସ୍ତ ଦେଇଛନ୍ତି ।

ଖୁବ ଶୀଘ୍ର ଅନୁଭବ ମହାନ୍ତିଙ୍କର ବାୟୋପିକ ତିଆରି ହେବାକୁ ଯାଉଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଫିଲ୍ମ ର ସ୍କ୍ରିପ୍ଟ ଲେଖିଛନ୍ତି ଦିଲ୍ଲୀ ର ଜାଗୃତି ଶୁକ୍ଲା । ଜାଗୃତି ଶୁକ୍ଲା ସେହି ଝିଅ ଅଟନ୍ତି ଯାହା ସହିତ ଅନୁଭବ ଙ୍କର ଅଫେୟାର ର ଚର୍ଚ୍ଚା ଜୋର ଧରିଛି । ଜାଗୃତି ଦିଲ୍ଲୀ ଲୋକସଭା ଟିଭି ରେ ଆଙ୍କର ଭାବରେ କାମ କରନ୍ତି ।

ଏମିତିରେ ଅନୁଭବ ଙ୍କ ବାୟୋପିକ ର ସ୍କ୍ରିପ୍ଟ ଲେଖି ଜାଗୃତି ଆହୁରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଅନୁଭବ ଙ୍କ ସହିତ ଜାଗୃତିଙ୍କର ଏପ୍ରିଲ ମାସରେ ଦେଖା ହୋଇଥିଲା ଓ ସେତେବେଳେ ଜାଗୃତି ଉପହାର ରୂପରେ ଅନୁଭବ ଙ୍କୁ ନିଜର କବିତା ସଂକଳନ ପୁସ୍ତକ ଦେଉଥିବାର ଫଟୋ ଭାଇରାଲ ହୋଇଥିଲା ।

ଜାଗୃତି ଅନୁଭବ ଙ୍କ ବିଷୟରେ କୁହନ୍ତି କି ସେ ଜଣେ ଭଲ ମଣିଷ ଅଟନ୍ତି ଓ ଲୋକମାନଙ୍କର ପ୍ରିୟ ସାଂସଦ ମଧ୍ୟ ଅଟନ୍ତି । ଏହା ସହିତ ସେ ଜଣେ ସଫଳ ଓ ଦକ୍ଷ ଅଭିନେତା ଅଟନ୍ତି । ଖବର ଏହା ମଧ୍ୟ ଆସିଥିଲା କି ଏହି ଦିଲ୍ଲୀ ଝିଅଙ୍କ କାରଣରୁ ବର୍ଷା ଓ ଅନୁଭବଙ୍କର ଛାଡପତ୍ର ହେବାକୁ ଯାଉଛି ।

କିନ୍ତୁ ଅନୁଭବ ଓ ଜାଗୃତିଙ୍କ ମଧ୍ୟରେ କଣ ସମ୍ପର୍କ ରହିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କିନ୍ତୁ ଏହି ବାୟୋପିକ ର ଖବର ସାମ୍ନାକୁ ଆସିବା ପରେ ଦୁହିଁଙ୍କର ଚର୍ଚ୍ଚା ଆହୁରି ବଢି ଯାଇଛି । ଏହି ଫିଲ୍ମ ରେ ଲୋକମାନେ ଦେଖି ପାରିବେ କି ଅନୁଭବ ମହାନ୍ତି କେମିତି ଓଡିଆ ଫିଲ୍ମ ରେ ଏଣ୍ଟ୍ରି କଲେ ଓ ସଫଳତା ପାଇଲେ ।

ଏହା ସହିତ ତାଙ୍କର ପ୍ରେମ ସମ୍ପର୍କ କେମିତି ବର୍ଷାଙ୍କ ସହିତ ଆରମ୍ଭ ହୋଇଥିଲା ଓ ଶେଷରେ କେମିତି ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । ଏହି ଫିଲ୍ମର ଭଏସ ଓ କନସେପ୍ଟ ଦାୟିତ୍ଵ ନିଜେ ଅନୁଭବ ନେଇଛନ୍ତି ଓ ଲୁବୁନ ଟୁବୁନ ଗ୍ରାଫିକ୍ସ ଦାୟିତ୍ଵ ନେଇଛନ୍ତି ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *