୧୫ ବର୍ଷ ପରେ ଖୋଲିଗଲା ଅମୃତା ସିଂହଙ୍କ ଛାଡପତ୍ରର ପ୍ରକୃତ ରହସ୍ୟ, ରାଗରେ ନାଲି ହେଇଗଲେ ଶେଫ

ଆପଣମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ଅମୃତା ସିଂହ ଓ ତାଙ୍କ ସ୍ଵାମୀ ଅଭିନେତା ସେଫ ଅଲି ଖାନଙ୍କୁ ନିଶ୍ଚୟ ଜାଣିଥିବେ । କରିନା କପୁରଙ୍କ ପୂର୍ବରୁ ସେଫ ଅମୃତା ସିଂହଙ୍କୁ ବିବାହ କରିଥିଲେ । ଅମୃତା ଓ ସେଫଙ୍କ ସମ୍ପର୍କ ଅଧିକ ବର୍ଷ ପର୍ଯ୍ୟନ୍ତ ରହି ନଥିଲା, ଶେଷରେ ଏହି ଦୁଇଜଣଙ୍କର ତଲାକ ହୋଇଥିଲା । ଅମୃତା ଓ ସେଫଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ତଲାକର ଅସଲି ରହସ୍ୟ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଅମୃତା ସିଂହ ବହୁତ ବଡ ବଡ ଫିଲ୍ମରେ କାମ କରିଛନ୍ତି । ବଲିଉଡରେ ସେ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ହେଲେ ନିଜ ଠାରୁ ୧୨ ବର୍ଷ ସାନ ସେଫ ଅଲି ଖାନଙ୍କୁ ସେ ୧୯୯୧ ମସିହାରେ ବିବାହ କରିଥିଲେ । ବିବାହ କରିବା ପରେ ଅମୃତା ଦୁଇଟି ପିଲାକୁ ଜନ୍ମ ଦେଇଥିଲେ ଓ ନିଜର ବଲିଉଡ କ୍ୟାରିୟରକୁ ତ୍ୟାଗ କରିଥିଲେ ।

ବଲିଉଡକୁ ତ୍ୟାଗ କରିବା ପରେ ଅମୃତା ନିଜ ଝିଅ ସାରା ଓ ପୁଅ ଇବ୍ରାହିମଙ୍କ ସହ ଘରୋଇ କର୍ତବ୍ୟର ପାଳନ କରିଥିଲେ । ହେଲେ ସେଫ ଅଲି ଖାନ ନିଜ ଠାରୁ ୧୨ ବର୍ଷ ବଡ ଝିଅ ଅମୃତାଙ୍କୁ ପ୍ରେମ କରି ବିବାହ କରିବାର ନିଷ୍ପତ୍ତି ନେଇଥିଲେ ମଧ୍ୟ ସେଫଙ୍କର ପିତା ମାତା ଏହି ବିବାହ ପାଇଁ ଖୁସି ନଥିଲେ । ଏହା ସହିତ ଅମୃତା ସିଂହଙ୍କର ପରିବାର ମଧ୍ୟ ଏହି ବିବାହ ପାଇଁ ବହୁତ ଆଶ୍ଚର୍ଯ୍ୟ ଥିଲେ ।

ବିବାହ ପରେ ଏହି ଦୁଇଜଣ ବହୁତ ଖୁସିରେ ଜୀବନ ଅତିବାହିତ କରିଥିଲେ । ହେଲେ ବିବାହର ୧୩ ବର୍ଷ ପରେ ସେମାନେ ଏହି ସମ୍ପର୍କକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଥିଲେ । କାରଣ ବିବାହର କିଛି ବର୍ଷ ପରେ ସେଫ ବଲିଉଡ ଅଭିନେତା କରିନା କପୁରଙ୍କ ସହ ଅଫେୟାର ରଖିଥିଲେ । ଯାହା ଫଳରେ ଅମୃତା ଓ ସେଫଙ୍କ ମଧ୍ୟରେ ବହୁତ ଥର ଝଗଡା ହୋଇଥିଲା । ଏହା ପରେ ଏହି ଦୁଇଜଣ ତଲାକ ନେବାର ନିଷ୍ପତ୍ତି ନେଇଥିଲେ ।

ଏହାର ସୂଚନା ନିଜେ ସେଫ ଅଲି ଖାନ ଏକ ଇଣ୍ଟର୍ବ୍ୟୁରେ ଦେଇଥିଲେ । ସେଫ ଅଲି ଖାନ ଅମୃତା ସିଂହଙ୍କୁ ବହୁତ ସମ୍ମାନ କରନ୍ତି । କାରଣ ଅମୃତା ସେଫଙ୍କ ଉନ୍ନତି ପାଇଁ ବହୁତ ସପୋର୍ଟ ଦେଇଥିଲେ । ତଲାକ ପରେ ସେଫ ଅମୃତାଙ୍କୁ ଏକ ବଡ ବଙ୍ଗଳା ଦେଇଥିଲେ, ତଲାକ କାରଣରୁ ଏକ ଏଗ୍ରୀମେଣ୍ଟ ମଧ୍ୟ ହୋଇଥିଲା ଯାହାଦ୍ୱାରା ସେଫ ପ୍ରତି ମାସରେ କିଛି ଟଙ୍କା ଅମୃତା ସିଂହ ଓ ତାଙ୍କ ପିଲା ମାନଙ୍କ ପାଇଁ ଦେବେ । ଏହା ଛଡା ସେଫଙ୍କୁ ଅମୃତା ତଲାକ ହେବା ପରେ ବହୁତ କଥା ଶୁଣାଇ ଥିଲେ ଓ ନିଜ ପିଲା ମାନଙ୍କ ସହ ଠିକ ଭାବରେ ଦେଖା କରିବାକୁ ନଥିଲେ ।


ତଲାକ ହେବା ପରେ ସେଫ କିଛି ମାତ୍ରାରେ ଖୁସି ଥିଲେ ତ ଅନ୍ୟ କିଛି ମାତ୍ରାରେ ଦୁଃଖି । ହେଲେ କିଛି ବର୍ଷ ପରେ ସେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରିନା କପୁରଙ୍କ ସହ ବିବାହ କରିଥିଲେ । ବର୍ତ୍ତମାନ ସେଫ ଓ କରିନାଙ୍କର ଏକ ପୁଅ ତେମୁର ମଧ୍ୟ ଜନ୍ମ ହୋଇଛି । ଯେଉଁଠି ଅମୃତା ନିଜ ପିଲା ଇବ୍ରାହିମ ଓ ସାରା ସହିତ ଖୁସିରେ ଅଛନ୍ତି ସେହିପରି ଅନ୍ୟ ପକ୍ଷରେ ସେଫ ନିଜ ସ୍ତ୍ରୀ କରିନା ଓ ପୁଅ ତେମୁର ସହ ବହୁତ ଖୁସିରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *