ଖୁବ ଶୀଘ୍ର 2021 ରେ ବିବାହ କରିବାକୁ ଯାଉଛନ୍ତି Bollywood ର ଏହି 6 ଟି ଯୋଡି, 4 ନମ୍ବର ଯୋଡିର ନାଁ ଜାଣିଲେ ଚମକି ପଡିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବିଗତ ବର୍ଷ ଅନେକ କଳାକାର ବିବାହ ବନ୍ଧନ ରେ ଆବଦ୍ଧ ହୋଇଥିଲେ । ସେହିପରି କିଛି ଦିନ ପୂର୍ବରୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ୟାମି ଗୌତମ ମଧ୍ୟ ଡ଼ାଇରେକ୍ଟର ଆଦିତ୍ୟ ଧର ଙ୍କୁ ବିବାହ କରିଛନ୍ତି ।

ତେବେ ସୂଚନା ଅନୁସାରେ ଏହି ବର୍ଷ ବଲିଉଡ ର ଅନ୍ୟ କେତେକ ଯୋଡ଼ି ମଧ୍ୟ ଅଛନ୍ତି ଯେଉଁମାନେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ର ସେହି ଯୋଡ଼ି ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ରଂବୀର କପୁର ଓ ଆଲ୍ୟା ଭଟ୍ଟ- ବଲିଉଡ ଇଣ୍ଡଷ୍ଟ୍ରୀ ର ସୁପ୍ରସିଦ୍ଧ ଅଭିନେତା ରଂବୀର କପୁର ଏବଂ ଅଭିନେତ୍ରୀ ଆଲ୍ୟା ଭଟ୍ଟ ଦୀର୍ଘ ସମୟ ଧରି ପରସ୍ପର ଙ୍କୁ ଡେଟ୍ କରୁଛନ୍ତି । ଉଭୟ ଙ୍କୁ ପରସ୍ପର ଙ୍କ ଫ୍ୟାମିଲି ସହିତ ମଧ୍ୟ ଅନେକ ଥର ସ୍ପଟ କରାଯାଇଛି । ତେଣୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହି ଯୋଡ଼ି ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

୨. ଅର୍ଜୁନ କପୁର ଓ ମଲାଇକା ଆରୋରା- ବଲିଉଡ ର ଲୋକପ୍ରିୟ ଅଭିନେତା ଅର୍ଜୁନ କପୁର ଓ ଅଭିନେତ୍ରୀ ମଲାଇକା ଆରୋରା ପରସ୍ପର ଙ୍କୁ ନିଜ ପ୍ରେମ ର ଇଜହାର କରିବାର କୌଣସି ବି ସୁଯୋଗ ହାତଛଡା କରନ୍ତି ନାହିଁ । ବର୍ତ୍ତମାନ ଏହି ଯୋଡ଼ି ଙ୍କ ଚର୍ଚ୍ଚା ସମସ୍ତ ଦର୍ଶକ କରୁଛନ୍ତି । ଶୁଣିବାକୁ ମିଳୁଛି ଯେ, ୩୬ ବର୍ଷ ର ଅର୍ଜୁନ କପୁର ୪୭ ବର୍ଷୀୟ ମଲାଇକା ଙ୍କୁ ଏହି ବର୍ଷ ବିବାହ କରି ପାରନ୍ତି ।

୩. ଟାଇଗର ସ୍ରଫ ଓ ଦିଶା ପଟାନୀ- ବଲିଉଡ ଇଣ୍ଡଷ୍ଟ୍ରୀ ର ଏହି ଯୋଡ଼ି କେବେବି ନିଜ ସମ୍ପର୍କ କୁ ମିଡିଆ ଆଗରେ ଖୋଲିକରି କହି ନାହାନ୍ତି । କିନ୍ତୁ ଏହି ଯୋଡ଼ି କୁ ଏକାଠି ଅନେକ ଜାଗା ରେ ସ୍ପଟ କରାଯାଇଛି । ଏହି ଯୋଡ଼ି ସମସ୍ତ ଦର୍ଶକ ଙ୍କ ପ୍ରିୟ ଅଟନ୍ତି । ତେବେ ଏହି ଯୋଡ଼ି ମଧ୍ୟ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

୪. କେ ଏଲ ରାହୁଲ ଓ ଆଥିୟା ସେଟ୍ଟୀ- ଭାରତ ର ଦମଦାର କ୍ରିକେଟ ଖେଳାଳୀ କେ ଏଲ ରାହୁଲ ଓ ବଲିଉଡ ର ପ୍ରସିଦ୍ଧ ଅଭିନେତା ସୁନୀଲ ସେଟ୍ଟୀ ଙ୍କ ଝିଅ ଆଥିୟା ସେଟ୍ଟୀ ଙ୍କ ପ୍ରେମ କାହାଣୀ ମିଡିଆ ସାମ୍ନା କୁ ଆସି ସାରିଛି । ଏହି ଯୋଡ଼ି ମଧ୍ୟ ଖୁବ ଶୀଘ୍ର ବିବାହ ବନ୍ଧନ ରେ ଆବଦ୍ଧ ହୋଇ ପାରନ୍ତି । ଏହି ଯୋଡିକୁ ବର୍ତ୍ତମାନ ଏକ ଆଡ୍ ର ସୁଟ୍ ରେ ଏକାଠି ଦେଖିବାକୁ ମିଳିଥିଲା ।

୫. ଫରହାନ ଅକ୍ତର ଓ ଶିବାନୀ ଦାଣ୍ଡେକର୍- ବଲିଉଡ ର ଅଭିନେତା ଫରହାନ ଅକ୍ତର ଓ ଶିବାନୀ ଦାଣ୍ଡେକର୍ ମଧ୍ୟ ଦୀର୍ଘ ସମୟ ଧରି ରିଲେସନ ରେ ଅଛନ୍ତି । ଶୁଣିବାକୁ ମିଳୁଛି ଯେ ଏହି ଯୋଡ଼ି ଖୁବ ଶୀଘ୍ର ନିଜ ସମ୍ପର୍କ କୁ ନୂଆ ନାଁ ଦେବାକୁ ଚାହୁଁଛନ୍ତି । ତେବେ ଯଦି ଏହି ଯୋଡ଼ି ପରସ୍ପର କୁ ବିବାହ କରିବେ ତେବେ ଏହା ଫରହାନ ଙ୍କ ଦ୍ଵିତୀୟ ବିବାହ ହେବ । କାରଣ ସେ ୨୦୦୦ ମସିହାରେ ଅଧୁନା ଭବାନୀ ଙ୍କୁ ବିବାହ କରିଥିଲେ କିନ୍ତୁ ୨୦୧୭ ରେ ଏମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ।

୬. ଅଲ୍ଲୀ ଫଜଲ ଓ ରିଚା ଚଡ୍ଡା- ବଲିଉଡ ର ଅଭିନେତା ଅଲ୍ଲୀ ଫଜଲ ଓ ଅଭିନେତ୍ରୀ ରିଚା ଚଡ୍ଡା ଙ୍କ ବିବାହ କୁ ନେଇ ତାଙ୍କ ଫାନ୍ସ ମାନେ ଅପେକ୍ଷା ରେ ଅଛନ୍ତି । ଶୁଣିବାକୁ ମିଳୁଛି ଯେ, ଏହି ଯୋଡ଼ି ୨୦୨୦ ମସିହାରେ ପରସ୍ପର ଙ୍କୁ ବିବାହ କରିଥାନ୍ତେ । କିନ୍ତୁ କୋରନା ର ପରିସ୍ଥିତି ଯୋଗୁଁ ସେମାନେ ବିବାହ କରିପାରି ନଥିଲେ । ହୁଏତ ଏହି ଯୋଡ଼ି ଏହି ବର୍ଷ ବିବାହ ବନ୍ଧନ ରେ ଆବଦ୍ଧ ହୋଇ ପାରନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *