କଣ ଆପଣ ଜାଣିଛନ୍ତି ଫେମସ ଅଭିନେତ୍ରୀ Kirron Kher କରିଛନ୍ତି 2 ଟି ବିବାହ, ଦ୍ଵିତୀୟ ସ୍ବାମୀଙ୍କ ଠାରୁ ବହୁତ ହ୍ୟାଣ୍ଡସମ ଦେଖାଯାନ୍ତି ତାଙ୍କର ପ୍ରଥମ ସ୍ଵାମୀ

ନମସ୍କାର ବନ୍ଧୁଗଣ ବଲିଉଡ ଜଗତକୁ କିଏ ନ ଜାଣେ । ବଲିଉଡରେ ହେଉଥିବା ସିନେମା ପୁରା ବିଶ୍ୱ ରେ ପରିଚିତ । ବଲିଉଡ ର ସିନେମା ଏବଂ ସେଠାକାର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ପାଇଁ ଲୋକ ମାନଙ୍କ ମନରେ ବହୁତ କ୍ରେଜ ରହିଥାଏ ।

ଲୋକମାନେ ନିଜର ମନ ପସନ୍ଦର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା କୁ ଦେଖିବା କୁ କେବେବି ଭୁଲନ୍ତି ନାହିଁ ଏବଂ ସେମାନେ ସର୍ଵଦା ନିଜ ପ୍ରିୟ ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଆସିବାର ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ ରେ ଅନେକ ଲୋକପ୍ରିୟ ଅଭିନେତ୍ରୀ ଏବଂ ଅଭିନେତା ମାନେ ଅଛନ୍ତି ସେଥି ମଧ୍ୟରୁ କିରଣ ଖେର ଅନ୍ୟତମ । କିରଣ ଙ୍କୁ ଲୋକମାନେ ଖୁବ ପସନ୍ଦ କରନ୍ତି ଏବଂ ଭଲପାଇବା ମଧ୍ୟ ଦିଅନ୍ତି ତେବେ ଆସନ୍ତୁ ଆଜି କିରଣ ଖେର ଙ୍କ ବିଷୟ ରେ କିଛି କଥା ଆଲୋଚନା କରିନେଵା ।

କିରଣ ବଲିଉଡ ରେ ନିଜର ପ୍ରଥମ ପାଦ ରଖି ଏହା ସାବ୍ୟସ୍ତ କରିଥିଲେ କି ସେ ଏହି ବଲିଉଡ ଜଗତ ପାଇଁ ଏକଦମ ପରଫେକ୍ଟ । ତେବେ କିରଣ ଙ୍କ ଜନ୍ମ ୧୪ ଜୁନ ୧୯୫୨ ରେ ପଞ୍ଜାବ ରେ ହୋଇଥିଲା । ସେ ନିଜର ପାଠ ପଢା ମଧ୍ୟ ସେହିଠାରେ ଶେଷ କରିଛନ୍ତି । ବର୍ତ୍ତମାନ ସେ ୬୯ ବର୍ଷ ବୟସ ହୋଇଗଲେଣି ।

କିରଣ ନିଜର କ୍ୟାରିଅର ପଞ୍ଜାବୀ ସିନେମା ‘ ଆସରା ପ୍ୟାର ଦା’ ରୁ ଆରମ୍ଭ କରିଥିଲେ । ଏହା ପରେ ସେ ଦେବଦାସ,ଓଁ ଶାନ୍ତି ଓଁ, ମେ ହୁଁ ନା, ଅପନେ,କଭି ଅଲବିଦା ନା କେହେନା ଆଦି ଅନେକ ସିନେମା ରେ ସେ କାମ କରିଛନ୍ତି ଏବଂ ନିଜର ଅଭିନୟ ଏବଂ ସୁନ୍ଦର ହସ ରେ ସେ ଦର୍ଶକ ମାନଙ୍କ ହୃଦୟ ଜିଣିବା ରେ ସଫଳ ମଧ୍ୟ ହୋଇଛନ୍ତି । ସିନେମା ଛଡା ସେ ଛୋଟ ପରଦାର ରିୟାଲିଟି ସୋ ରେ ମଧ୍ୟ ଜଜ୍ ହୋଇଛନ୍ତି ।

କିରଣ ନିଜ ଜୀଵନ ରେ ଦୁଇ ଥର ବିବାହ କରିଥିଲେ ପ୍ରଥମ ବିବାହ ସେ ଯେତେବେଳେ ନିଜର କ୍ୟାରିଅର ନୂଆ ଆରମ୍ଭ କରିଥିଲେ ସେତେବେଳେ ସେ ବଡ଼ ବ୍ୟବସାୟୀ ଗୌତମ ବେରୀ ଙ୍କ ପ୍ରେମ ରେ ପଡ଼ି ଯାଇଥିଲେ ଏବଂ ୧୯୭୯ ରେ ସେମାନେ ବିବାହ କରିଦେଇ ଥିଲେ ଏବଂ ସେମାନଙ୍କ ର ଏକ ପୁତ୍ର ମଧ୍ୟ ଅଛି ସିକନ୍ଦର ଖେର । ତେବେ ଏହି ବିବାହ ସଫଳ ହୋଇ ପାରିଲା ନାହିଁ ଏବଂ କିଛି ବର୍ଷ ପରେ ଦୁହେଁ ଛାଡପତ୍ର ନେଇ ଅଲଗା ହୋଇଗଲେ ।

ଏହା ପରେ କିରଣ ଅନୁପମ ଖେର ଙ୍କ ପ୍ରେମ ରେ ପଡି ଯାଇଥିଲେ । ୧୯୮୫ ରେ ନଦୀରା ବବର ଭଳି ଏକ ନାଟକ ରେ ହିଁ ଦୁଇ ଜଣ ଅଧିକ ନିକଟତର ହେଲେ ଏବଂ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ସେମାନେ ବିବାହ କରି ନେଇଥିଲେ । ତେବେ କିରଣ ଙ୍କ ପୂର୍ବରୁ ଅନୁପମ ମଧୁ ମାଳତୀ ଙ୍କ ସହ ବିବାହ କରିଥିଲେ କିନ୍ତୁ ସେମାନଙ୍କ ଭିତରେ ମଧ୍ୟ ଭଲ ସଂପର୍କ ନ ହେବାରୁ ଦୁହେଁ ଅଲଗା ହୋଇ ଯାଇଥିଲେ । ତେବେ କିରଣ ଙ୍କ ର ଏବଂ ଅନୁପମ ଙ୍କ ର ଦ୍ଵିତୀୟ ବିବାହ ସଫଳ ହୋଇଥିଲା

କିରଣ ବଲିଉଡ ରେ ଅନେକ ସିନେମା ରେ କାମ କରିଛନ୍ତି ତେବେ ଏଥିପାଇଁ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି । ଯେପରି ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର,ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଆଦି । ଏହା ଛଡା କିରଣ ବର୍ତ୍ତମାନ ରାଜନୀତି ରେ ମଧ୍ୟ ଅଛନ୍ତି ସେ ୨୦୧୪ ଲୋକସଭା ନିର୍ବାଚନ ରେ ବିଜେପି ଠାରୁ ଟିକେଟ ନେଇ ଚଣ୍ଡୀଗଡ଼ ନିର୍ବାଚନ ଲଢ଼ିଲେ ଏବଂ ଜିତିଲେ ମଧ୍ୟ ।
ତେବେ କିରଣ ଖେର ଆପଣ ଙ୍କୁ କିଭଳି ଲାଗନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *