ବନ୍ଧୁଗଣ, ସୂଚନା ଅନୁଯାୟୀ ରେଳବାଇ ରେ ଚାକିରୀ କରାଇଦେବେ କହି ଜଣେ ଯୁବକଙ୍କ ଠାରୁ ସାଢେ ସାତ ଲକ୍ଷ ଟଙ୍କା ଠକି ନେଇଛନ୍ତି ଆଉ ବର୍ତ୍ତମାନ ଧରାଛୁଆଁ ଦେଉ ନଥିଲେ । ବର୍ତ୍ତମାନ ମାଡି ବସିଛି ପୋଲିସ । ତେବେ ଘଟଣା ଟି ହେଉଛି ବ୍ରହ୍ମପୁର ଟାଉନ ଥାନା ପୋଲିସ ଜଣେ ଯୁବତୀ ଙ୍କୁ ଗିରଫ କରିଛି ଆଉ ଗିରଫ ଯୁବତୀ ହେଉଛନ୍ତି ପ୍ରଭା । ତାଙ୍କ ଘର ଜଗସିଂହପୁର ଜିଲ୍ଲାରେ ବୋଲି ଜଣା ପଡିଛି ।
ଆଉ ସେ ବ୍ରହ୍ମପୁରର ଶରଧାବାଲି ଦ୍ଵିତୀୟ ଗଳିରେ ରହୁଥିଲେ । ଆଉ ତାଙ୍କ ଠାରୁ 3 ଟି ଡାଏରୀ ଗୋଟିଏ ବ୍ୟାଙ୍କ ଖାତା, ଆଉ ଗୋଟିଏ ଆଇ ଫୋନ, ଆଧାର କାର୍ଡ, ସ୍କୁଟି କୁ ଜବତ କରିଛି ପୋଲିସ । ସରୋଡା ଥାନା ଗୋବିନ୍ଦପୁର ଅଞ୍ଚଳର ଏସ ହିତେଶ ମହାପାତ୍ର ନାମକ ଜଣେ ଯୁବକ ଚାକିରୀ ଖୋଜୁଥିଲେ । ଆଉ ଏହି ମାଡାମ ଜଣକ ତାକୁ ଚାକିରୀ କରାଇଦେବା ପାଇଁ କହିଥିଲେ ।
ଆଉ ଏଭଳି ସେଭଳି ଚାକିରୀ ନୁହେଁ ବରଂ ଗୃପ ସି ଚାକିରୀ ଅର୍ଥାତ ରେଳବାଇ ରେ ଚାକିରୀ । ସେଥିପାଇଁ ସମୁଦାୟ ୧୧ ଲକ୍ଷ ଟଙ୍କା ମାଗିଥିଲେ ମାଡାମ । ଏତେ ଟଙ୍କା ଯୁବକ ଙ୍କ ପକ୍ଷେ ସମ୍ଭବ ନ ହୋଇଥିବାରୁ ସେ ସାଢେ ୭ ଲକ୍ଷ ଟଙ୍କା ଦେଇଥିଲେ ମହିଳା ଜଣଙ୍କୁ । ଏହାପରେ ମାଡାମ ଆଇଡି କାର୍ଡ, ନିଯୁକ୍ତି ପତ୍ର, ଆଟେଡାନ୍ସ କାର୍ଡ ଆଉ ସବୁଠାରୁ ବଡ କଥା ଅଫର ଲେଟର ମଧ୍ୟ ଦେଇଥିଲେ ।
ଆଉ ଯେତେବେଳେ ଯୁବକ ଜାଣିଲେ ସେ ଫସିସାରିଛନ୍ତି, ସେତେବେଳେ ସେ ଥାନାର ଦ୍ଵାରସ୍ଥ ହେଲେ । ଆଉ ଏହା ପଛରେ ଲୁଚିଠିବା ସମସ୍ତ କଳାକାରନାମା ବାହାରକୁ ଆସିଥିଲା । ତେବେ ଯୁବକ ଜଣଙ୍କ ଝିଅଟିଏ ବୋଲି ତାଙ୍କ ଉପରେ ବିଶ୍ଵାସ କରିଥିଲେ ବୋଲି କହିଛନ୍ତି । ମହିଳା ଜଣକ ଯାହା କହିଲେ ତାଙ୍କ କଥାରେ ବିଶ୍ଵାସ ମଧ୍ୟ କରିଲେ ଉକ୍ତ ଯୁବକ ଜଣଙ୍କ, କାରଣ ତାଙ୍କର କାମ ଦରକାର ଥିଲା ।
ମାତ୍ର କଥାବାର୍ତ୍ତା ରୁ ଆଦୌ ଲାଗୁ ନଥିଲା ଯେ ସେ ତାଙ୍କୁ ଠକିବେ ବୋଲି, ଚାଲିଚଳନ ଏକ ସାଧାରଣ ଭଦ୍ରଘରର ଝିଅ ଭଳି ଥିବାରୁ ତାଙ୍କୁ ଦେଖି ଏହା ଆଦୌ ଲାଗୁ ନଥିଲା ଯେ ସେ ତାଙ୍କୁ ଧୋକା ଦେବେ ବୋଲି । ମାତ୍ର ବର୍ତ୍ତମାନ ଅନୁତାପ୍ତ କରୁଛନ୍ତି ଯୁବକ ଜଣଙ୍କ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।