ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ କରୋନା ରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରାଜ୍ୟ ରେ ଲକଡାଉନ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ରାଜ୍ୟ ରେ କରୋନା ସ୍ଥିତି ରେ ସୁଧାର ଆସୁଥିବାର ଦେଖାଯାଉଛି ।
ସଂକ୍ରମଣ ର ହାର ଦିନ କୁ ଦିନ କମିବାରେ ଲାଗିଛି । ତେଣୁ ରାଜ୍ୟ ସରକାର ବର୍ତ୍ତମାନ କେତେକ ସ୍ଥାନ ରୁ ଲକଡାଉନ ଉଠାଇବା ପାଇଁ ଚିନ୍ତା କରୁଛନ୍ତି । ଓଡିଶା ର ଯେଉଁ ଜିଲ୍ଲା ଗୁଡିକ ଗ୍ରୀନ ଜୋନ ରେ ରହିଛି ସେହି ସବୁ ସ୍ଥାନ ରୁ ଲକଡାଉନ ଉଠିପାରେ ବୋଲି ବର୍ତ୍ତମାନ ଶୁଣିବାକୁ ମିଳୁଛି । ଆସନ୍ତା ଜୁନ ୧୭ରେ ଲକଡାଉନ ର ଅବଧି ଶେଷ ହେବାକୁ ଯାଉଛି ।
ତେବେ ଆସନ୍ତା ଜୁନ ୧୭ ତାରିଖ ପରେ ଲକଡାଉନ ଉଠିବ ନା କିଛି ଜିଲ୍ଲା ରେ ଲକଡାଉନ କୁ କୋହଳ କରାଯିବ ସେ ବିଷୟରେ ବର୍ତ୍ତମାନ ବିଚାର ବିମର୍ଷ ଚାଲିଛି । ଶୁଣିବାକୁ ମିଳୁଛି ଯେ ଗ୍ରୀନ ଜୋନ ଗୁଡିକ ରେ ଲକଡାଉନ ଉଠିପାରେ । ହେଲେ ରେଡ଼ ଜୋନ ଗୁଡିକ ରେ ବର୍ତ୍ତମାନ ଭଳି କଟକଣା ରହିପାରେ ।
ବର୍ତ୍ତମାନ ଉଭୟ ସଂକ୍ରମଣ ଓ ପଜେଟିଭ କେସ ରେ ୬ଟି ଜିଲ୍ଲା ରେଡ଼ ଜୋନ ରେ ରହିଛି । ସେହି ଜିଲ୍ଲା ଗୁଡିକ ହେଉଛି-ଖୋର୍ଦ୍ଧା, ପୁରୀ, କଟକ,ଯାଜପୁର,ବାଲେଶ୍ଵର, ମୟୁରଭଞ୍ଜ । ଏହି ୬ ଜିଲ୍ଲା ରେ ଆକ୍ଟିଭ କେସ ୨ ହଜାର ୫୦୦ ରୁ ଅଧିକ ରହିଛି । ଏହା ସହିତ ୭.୫ ପ୍ରତିଶତ ରୁ ଉର୍ଦ୍ଧ୍ବ ସଂକ୍ରମଣ ହାର ରହିଛି । ଏହି ୬ ଜିଲ୍ଲା ରେ ଲକଡାଉନ ହଟି ନ ପାରେ ବୋଲି ସୂଚନା ମିଳୁଛି ।
ସେହିପରି କେନ୍ଦ୍ରାପଡା,ସୁନ୍ଦରଗଡ ଓ ଅନୁଗୁଳ ରେ ମଧ୍ୟ ସ୍ଥିତି ସୁଧୁରୀ ନାହିଁ । ସୁନ୍ଦରଗଡ ଜିଲ୍ଲା ରେ ୨୦୦୦ ରୁ ଅଧିକ ଆକ୍ଟିଭ କେସ ଥିବା ବେଳେ ସଂକ୍ରମଣ ହାର ୧.୯ ପ୍ରତିଶତ ରହିଛି । କେନ୍ଦ୍ରାପଡା ରେ ୪.୭ ପ୍ରତିଶତ ସଂକ୍ରମଣ ହାର ରହିଥିବା ବେଳେ ଆକ୍ଟିଭ କେସ ୧୬୦୦ ରୁ ଅଧିକ ରହିଛି ।
ତେବେ ଏହି ସବୁ ଜିଲ୍ଲା ରେ ଲକଡାଉନ ଉଠିବ କି ରହିବ ସେ ନେଇ ସରକାର ବିଚାର କରୁଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ ଗ୍ରୀନ ଜୋନ ଗୁଡିକ ରେ ଲକଡାଉନ ଉଠିବା ଉଚିତ ଓ ରେଡ଼ ଜୋନ ଗୁଡିକ ରେ ଲକଡାଉନ କଟକଣା ପୂର୍ବ ପରି ରହିବା ଉଚିତ । ତେବେ ବର୍ତ୍ତମାନ ସରକାର କଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତ ଙ୍କ ନଜର ରହିଛି ।
ତେବେ ଏଥିରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ