କେଉଁ ମାସରେ ଘର ତିଆରି କଲେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ- Vastu Shastra

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ନିଜ ଘର କରି ରହିବା ପାଇଁ ଇଛା କରିଥାନ୍ତି । ଗୋଟେ ନିଜ ଘର କରିବାର ସ୍ଵପ୍ନ ଏହି ଦୁନିଆର ସମସ୍ତ ମଣିଷଙ୍କର ରାଇଥାଏ । ଏଥିପାଇଁ ମଣିଷ ଦିନ ରାତି କଷ୍ଟ କରିଥାଏ । ବନ୍ଧୁଗଣ ଘର କରିବାର କିଛି ଠିକ ମାସ ଓ ସମୟ ରହିଛି ଯାହାକୁ ମାନି ଘର କରିବା ନିହାତି । ଆବଶ୍ୟକ ଯଦି ଆପଣ ଠିକ ମାସରେ ଘର ନକରିବେ ତା ହେଲେ ଆପଣଙ୍କ ଘରେ ସବୁବେଳେ କଳହ ଓ ବିଶୃଙ୍ଖଳା ଲାଗିରହିବ । ଏହା ସହିତ ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ରହିବ । ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ଠିକ ଭାବରେ ନିଜ ଘର କରିପାରି ନଥାନ୍ତି ସେମାନଙ୍କ ଘର ଅଧା ହୋଇ ରହିଯାଇଥାଏ । ଯଦି ବନ୍ଧୁଗଣ ଘର ମଧ୍ୟରେ ସୁଖ ଶାନ୍ତି ରହିବ ନାହିଁ ତା ହେଲେ ସେହି ଘର କରି କୌଣସି ଲାଭ ନାହିଁ ।

ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏପରି କିଛି ମାସ ରହିଛି ଯେଉଁ ସମୟରେ ଘର କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ବଜାଇ ରହିଥାଏ । ବନ୍ଧୁଗଣ ଘରର ସବୁଠାରୁ ମୁଖ୍ୟ ଅଂଶ ହେଉଛି ଘରର ମୁଖ୍ୟ ଦ୍ଵାର । ଯଦି ମୁଖ୍ୟ ଦ୍ଵାର ଠିକ ଦିଗରେ ନଥିବ ତା ହେଲେ ଘରେ ସବୁବେଳେ ବିଶୃଙ୍ଖଳା ଲାଗିରହିବ । ବନ୍ଧୁଗଣ ଘରର ମୁଖ୍ୟ ଦ୍ଵାର ସବୁବେଳେ ପୂର୍ବ କିମ୍ବା ଉତ୍ତର ଦିଗରେ ରହିବା ସବୁଠାରୁ ଶୁଭ ହୋଇଥାଏ । ଆପଣ ଚେଷ୍ଟା କରିବେ ଆପଣଙ୍କ ଘରର ମୁଖ୍ୟ ଦ୍ଵାର ଯେପରି ପୂର୍ବ କିମ୍ବା ଉତ୍ତର ଦିଗ ଆଡକୁ ହୋଇ ରହିଥିବ ।

ବୈଶାଖ ମାସ- ଯଦି ବନ୍ଧୁଗଣ ଆପଣ ବୈଶାଖ ମାସରେ ଘର କରିବେ ତା ହେଲେ ଆପଙ୍କ ଘରେ କେବେହେଲେ ଧନର ଅଭାବ ହେବ ନାହିଁ । ଏହି ମାସରେ ଘର କରିବା ଦ୍ଵାରା ଆପଣଙ୍କ ଘର ସୁଖ ସମୃଦ୍ଧିରେ ଭରିଯିବ ଓ ଆପଣଙ୍କ ଜୀବନରେ କୌଣସି ସମସ୍ଯା ଆସିବ ନାହିଁ ।

ଆଷାଢ ମାସ- ଯଦି ବନ୍ଧୁଗଣ ଆପଣ ଆଷାଢ ମାସରେ ଘର କରିବେ ତା ହେଲେ ଧାନ ପ୍ରାପ୍ତି ଓ ଗୃହପାଳିତ ପଶୁଙ୍କର ବୃଦ୍ଧି ହେବ । ଏହି ମାସରେ ଘର କରିବା ଅତ୍ୟନ୍ତ ଶୁଭ ହୋଇଥାଏ ତେଣୁ ଆପଣ ଚେଷ୍ଟା କରନ୍ତୁ ଏହି ମାସରେ ଘର କରିବା ପାଇଁ ।

ମାର୍ଗଶିର- ବନ୍ଧୁଗଣ ଏହି ମାସରେ ଯଦି ଆପଣ ଘର କରିବେ ତା ହେଲେ ଆପଣଙ୍କ ଘରେ କେବେହେଲେ ଧନର ଅଭାବ ହେବ ନାହିଁ । ଆପଣଙ୍କ ଉପରେ ସର୍ବଦା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବ ଓ ଆପଣ ବହୁତ ଉନ୍ନତି କରିବେ ।

ଫାଲ୍ଗୁନ- ଯଦି ଆପଣ ଫାଲ୍ଗୁନ ମାସରେ ଘର କରିବେ ତା ହେଲେ ଆପଣ ଧନଲାଭ ସହିତ ଉନ୍ନତି କରିବେ । ଆପଣଙ୍କ ପରିବାରରେ ସବୁବେଳେ ଆନନ୍ଦ ଖେଳି ରହିବ ଓ ଆପଣଙ୍କୁ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତା ହେଲେ ବନ୍ଧୁଗଣ ଏହି ୪ଟି ମାସକୁ ଧ୍ୟାନରେ ରଖି ଘର କରନ୍ତୁ ଦେଖିବେ ଆପଣ ଆଜୀବନ ଖୁସି ଓ ଆନନ୍ଦରେ ଜୀବନ ଅତିବାହିତ କରିବେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *