କେଉଁ ଦିନ ତୁଳସୀ ମୂଳରେ କ୍ଷୀର ଢାଳିଲେ ରୋଜଗାର ମିଳେ ? ଆଜିର ଅନୁଚିନ୍ତା

ବନ୍ଧୁଗଣ ଘରେ ସୁଖ ଶାନ୍ତିରେ ରହିବା ପାଇଁ ହେଲେ ଏବଂ ନେଗେଟିଭ ଦୂର କରିବା ପାଇଁ କିଛି ଅବସ୍ତୁ ଉପାୟ ଅବଲମ୍ବନ କରିବା ଆବଶ୍ୟକ ହୋଇଥାଏ । 1- ନିଜ ପରିବାରକୁ ଦୁଃଖ, ରୋଗ, ଶୋକରୁ ରକ୍ଷା କରିବା ପାଇଁ ମୁଖ୍ୟଦ୍ଵାର ସ୍ଵସ୍ତିକ ଚିହ୍ନ ଆଂକିବା ଉଚିତ ହୋଇଥାଏ ।

2- ନିଜ ପରିବାରର ଲୋକଙ୍କର ଉନ୍ନତି ପାଇଁ ଘରର ମୁଖ୍ୟ ଦ୍ଵାରା ର ଗୋଟେ ପଟେ ତୁଳସୀ ଓ ଅନ୍ୟ ପଟେ କଦଳୀ ଗଛ ଲଗାଇବା ମଙ୍ଗଳକାରୀ ହୋଇଥାଏ ।

3- କୌଣସି ଜାଗାରେ ଘର ପରିବାର ନ ଥାନ୍ତି, ପଇସାର ଅଭାବ ଦେଖାଯାଏ ପୋଷ୍ୟ ନକ୍ଷତ୍ର ରେ ସେହି ଜାଗାରେ ଡାଳିମ୍ବ ଗଛ ଲଗାଇବା ଶୁଭ ହୋଇଥାଏ ।

4- ଘରେ କେବେ ବି ଭାଙ୍ଗି ଯାଇଥିବା ବାସନ କି ଖଟ ରଖିବା ଅନୁଚିତ । ଏହା ଦ୍ଵାରା ଧନ ହାନି ହୋଇଥାଏ ।

5- ଠାକୁର ଘରେ ରଖାଯାଇଥିବା ଶଙ୍ଖ କୁ ସକାଳେ ଓ ସନ୍ଧ୍ୟାରେ 3 ଥର ବଜାଇବା ଦ୍ଵାରା ଘରୁ ନେଗେଟିଭ ଶକ୍ତି ଦୂର ହୋଇଥାଏ ।

6- ଘରର ମୁଖ୍ୟ ଦ୍ଵାରରେ ଦୁଇଟି ଗଣେଶ ମୂର୍ତ୍ତି ଏପରି ରଖିବା ଉଚିତ ଯେପରି ଉଭୟଙ୍କର ପିଠି ଯୋଡି ହୋଇ ରହିବ । ଏହା ଦ୍ଵାରା ସବୁ ବାଧା ବିଘ୍ନ ଦୂର ହୁଏ ।

7- ଘରେ ଉତ୍ତର ବା ପୂର୍ବ ଦିଗରେ ଆଇନା ଲଗାଇବା ଉଚିତ । ଦକ୍ଷିଣ କାନ୍ଥ ରେ ଆଇନା ଲଗାଇବା ଅଶୁଭ ହୋଇଥାଏ ।

8- ଘରର ଐଶାନ୍ୟ କୋଣରେ ଗୃହପାଳିତ ପଶୁ ବା ପକ୍ଷୀ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଅନେକ ସମସ୍ଯା ଦେଖା ଯାଇଥାଏ ।

9- ଘରେ ଝାଡୁକୁ କେବେ ବି ଠିଆ କରି ରଖିଆବ ବା ଗୋଡ ବାଜିଲା ଭଳି ସ୍ଥାନରେ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଧନ ଆସିବାର ସମ୍ଭାବନା କମି ଯାଇଥାଏ ।

10- ପ୍ରତେକ ଘରେ ତୁଳସୀ, ଅଁଳା, ସୀତା ଅଶୋକ ଗଛ ରହିବା ଉଚିତ । ଏହା ଦ୍ଵାରା ସୁଖ ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହୋଇଥାଏ । ଘରର ମୁଖ୍ୟ ଦ୍ଵାରା ଦକ୍ଷିଣ ଦିଗକୁ ହେଲେ ପଇସାପତ୍ରର ଅଭାବ ଲାଗି ରୁହେ ।

11- ଘରେ କେବେ ପ୍ଲାଷ୍ଟିକ ଫୁଲ ବା ଗଛ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଦରିଦ୍ରତା ବୃଦ୍ଧି ହୁଏ । ଗୁରୁବାର ଦିନ ଉତ୍ତର ଦିଗରେ ପଦ୍ମ ଫୁଲ ରଖିଲେ ଧନ ବୃଦ୍ଧି ହୁଏ ।

12- ପଇସା ରଖୁଥିବା ଆଲମାରୀରେ ସେଣ୍ଟ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଆର୍ଥିକ କ୍ଷତି ହୋଇଥାଏ । ପୂର୍ଣ୍ଣିମା ଦିନ ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିତ୍ର ଆଙ୍କିବା ଶୁଭ ହୋଇଥାଏ । ଏହା ଦ୍ଵାରା ଧାର କରଜ ରୁ ମୁକ୍ତି ମିଳେ ।

13- ଶରୀର ଅସୁସ୍ଥ ରହୁଥିଲେ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ । ଶୋଇବା ଘରେ କାଚ ପାତ୍ରରେ ସେନ୍ଧା ଲୁଣ ରଖିବା ଉଚିତ ।

14- ଗୁରୁବାର ଦିନ ତୁଳସୀ ମୂଳରେ କ୍ଷୀର ଢାଳିଲେ ଆର୍ଥିକ ସ୍ଥିତି ମଜବୁତ ହୁଏ ଓ ବେରୋଜଗାର ଲୋକଙ୍କୁ ରୋଜଗାର ପ୍ରାପ୍ତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *