କେମିତି ଜାଣିବେ ଆପଣଙ୍କୁ ହୋଇଛି Liver କ୍ୟାନ୍ସର, ମିଳିଥାଏ ଏହି ସଙ୍କେତ (Health tips)

ବନ୍ଧୁଗଣ ବର୍ତ୍ତମାନର ସମୟରେ ଅଧିକାଂଶ ଲୋକ ଲିଭର ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆମ ଭାରତରେ ପାଖାପାଖି ୩୦ ପ୍ରତିଶତ ଲୋକ ଲିଭର ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସାଧାରଣତଃ ଏହି ସମସ୍ୟାକୁ ଫ୍ୟାଟି ଲିଭର କୁହାଯାଏ । ଯଦି ଅଧିକ ଚର୍ବି ଲିଭର ସେଲରେ ରହିବ ତା ହେଲେ ଫ୍ୟାଟି ଲିଭର ସମସ୍ୟା ହେବ । ଫ୍ୟାଟି ଲିଭର ସମସ୍ୟା କେଉଁ ମାନଙ୍କର ହେବାର ଅଧିକ ସମ୍ଭାବନା ଅଛି ତାହା ବିଷୟରେ ଜାଣିବା ନିହାତି ଆବଶ୍ୟକ ।

ସାଧାରଣତଃ ଯେଉଁ ମାନେ ଅଧିକ ମାତ୍ରାରେ ମ-ଦ୍ୟ-ପା-ନ କରନ୍ତି ସେମାନଙ୍କୁ ଫ୍ୟାଟି ଲିଭର ହେବାର ଅଧିକ ସମ୍ଭାବନା ରହିଛି । ଏହା ବ୍ୟତୀତ ଡାଇବେଟିସ, କୋଲେଷ୍ଟ୍ରୋଲ, ମୋଟାପଣ ଓ ଅତ୍ୟଧିକ ମେ-ଡ଼ି-ସି-ନ-ର ସେବନ ହେତୁ ଫ୍ୟାଟି ଲିଭର ସମସ୍ୟା ହୋଇଥାଏ । ଲିଭର ଜନିତ ସମସ୍ୟା ହେଲେ କିଛି ବିଶେଷ ଲକ୍ଷଣ ରହିଛି । ଲୋକ ମାନଙ୍କୁ ଦୁର୍ବଳ ଲାଗିବ । ଆମ ଡାହାଣ ପଟ ପେଟରେ ହାଲ୍କା ହାଲ୍କା କରି ବ୍ୟଥା ହେବ ।

ମ-ଦ୍ୟ-ପା-ନ ଜନିତ ଲିଭର ରୋଗର ଲକ୍ଷଣ ଗୁଡିକ ହେଉଛି ବାନ୍ତି ହେବ, ଭୋକ ଲାଗିବ ନାହିଁ, ଜଣ୍ଡିସ ହେବ ଓ ର-କ୍ତ-ବା-ନ୍ତି ହେବା ସହ କ-ଳା ଝା-ଡା ହେବ । ଅନ୍ୟାନ୍ୟ କିଛି କାରଣ ପାଇଁ ବି ଲିଭର ସମସ୍ୟା ହୋଇଥାଏ । ଏହି ସବୁ କାରଣ ଗୁଡିକ ହେଉଛି ଶୀଘ୍ର ଓଜନ କମିବା, ଡାକ୍ତରଙ୍କ ବିନା ପରାମର୍ଶରେ ଔ-ଷ-ଧ ସେବନ କରିବା, କେତେକ ଅ-ପ-ରେ-ସ-ନ ପରେ ଯକୃତରେ ମଧ୍ୟ ଚର୍ବି ଜମା ହୁଏ ଓ ରକ୍ତରେ ଅଧିକ କୋଲେଷ୍ଟ୍ରୋଲ ଜମା ହେଲେ ।

ତେଣୁ ବନ୍ଧୁଗଣ ମ-ଦ୍ୟ-ପା-ନ ଜନିତ ଲିଭର ରୋଗ ନହେବା ପାଇଁ ଗୋଟିଏ ମାତ୍ର ଉପାୟ ଅଛି । ଆପଣ ମାନଙ୍କୁ ମ-ଦ୍ୟ-ପା-ନ-କୁ ତ୍ୟାଗ କରିବାକୁ ପଡିବ । ଫ୍ୟାଟି ଲିଭର ସମସ୍ୟା ହେଲେ ଯଦି ଆପଣ ମ-ଦ୍ୟ-ପା-ନ ବନ୍ଦ କରିଦେବେ ତା ହେଲେ ଆଗାମୀ ସମସ୍ୟା ଗୁଡିକ ହେବ ନାହିଁ । ଯଦି ଆପଣଙ୍କ ଲିଭର ଜନିତ କୌଣସି ସମସ୍ୟା ଅଛି ତା ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଏହା ସହିତ ଆପଣ ନିଜ ଖାଦ୍ୟ ପେୟ ଓ ଜୀବନ ଶୈଳୀ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଅଧିକ ତେଲ ମସଲା ଜାତୀୟ ଖାଦ୍ୟର ସେବନ କରନ୍ତୁ ନାହିଁ । ନିଜ ମୋଟାପଣକୁ କମାଇବା ପାଇଁ ଯୋଗ ଓ ବାୟମ ଆଦି ନିଶ୍ଚୟ କରନ୍ତୁ । ଏହା ସହିତ ଆପଣ ଦିନକୁ ୪ ରୁ ୫ ଲିଟର ପାଣି ପିଅନ୍ତୁ । ଯଦି ଆପଣ ଏହି ସବୁ କଥାକୁ ମାନି ଚଳିବେ ତା ହେଲେ ଆପଣଙ୍କୁ ଲିଭର ଜନିତ ସମସ୍ୟା ହେବାର ବହୁତ କମ ସମ୍ଭାବନା ଅଛି । ତା ହେଲେ ବନ୍ଧୁଗଣ ଏହି ସବୁ କଥା ଗୁଡିକର ପାଳନ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *