କଟକ ସହର କିଏ ପ୍ରତିଷ୍ଠା କରିଥିଲେ ? ଏହିଭଳି କିଛି ବଛା ବଛା 15+ General knowledge Question With Answer

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥିମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ଏହି ସବ୍ୟ ଜ୍ଞାନ ଆପଣଙ୍କର ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣିନେବା ।

1- ଓଡିଶା କେବେ ସ୍ଵତନ୍ତ୍ର ପ୍ରଦେଶ ଭାବେ ଘୋଷିତ ହେଲା ?

ଉତ୍ତର;- ଓଡିଶା 1936 ମସିହା ଅପ୍ରେଲ 1 ତାରିଖରେ ସ୍ଵତନ୍ତ୍ର ପ୍ରଦେଶ ଭାବେ ଘୋଷିତ ହୋଇଥିଲା ।

2- ଓଡିଶା କେବେ ଆଫଗାନ ଶାସନାଧୀନ ଥିଲା ?

ଉତ୍ତର;- ଓଡିଶା 1559 ମସିହାରୁ 1578 ମସିହା ପର୍ଯ୍ୟନ୍ତ ଆଫଗାଁ ଶାସନାଧୀନ ଥିଲା ।

3- କଟକର ପ୍ରାଚୀନ ନାମ କଣ ?

ଉତ୍ତର;- କାତର ପ୍ରାଚୀନ ନାମ ହେଉଛି ବାରଣାସୀ କଟକ ।

4- ଓଡିଶାର ଶେଷ ହିନ୍ଦୁ ରାଜା କିଏ ଥିଲେ ?

ଉତ୍ତର;- ଓଡିଶାର ଶେଷ ହିନ୍ଦୁ ରାଜା ହେଉଛନ୍ତି ରାଜା ମୁକୁନ୍ଦଦେବ ।

5- କଟକ ସହର କିଏ ପ୍ରତିଷ୍ଠା କରିଥିଲେ ?

ଉତ୍ତର;- କଟକ ସହର ରାଜା ନୃପକେଶରୀ ପ୍ରତିଷ୍ଠା କରିଥିଲେ ।

6- କୋଣାର୍କରେ ସୂର୍ଯ୍ୟ ମନ୍ଦିର କିଏ ପ୍ରତିଷ୍ଠା କରିଥିଲେ ?

ଉତ୍ତର;- କୋଣାର୍କରେ ସୂର୍ଯ୍ୟ ମନ୍ଦିର ରାଜା ଲାଙ୍ଗୁଳା ନରସିଂହ ଦେବ ପ୍ରତିଷ୍ଠା କରିଥିଲେ ।

7- ଗଦାକ୍ଷେତ୍ର କାହାକୁ କୁହାଯାଏ ?

ଉତ୍ତର;- ଯାଜପୁରକୁ ଗଦାକ୍ଷେତ୍ର ବୋଲି କୁହାଯାଏ ।

8- ଏକାମ୍ର କାନନ କେଉଁଠାରେ ଅଛି ?

ଉତ୍ତର;- ଏକାମ୍ରକାନନ ଭୁବନେଶ୍ବର ଠାରେ ଅଛି ।

9- ତୁଳସୀ କ୍ଷେତ୍ର କାହାକୁ କୁହାଯାଏ ?

ଉତ୍ତର;- ତୁଳସୀ କ୍ଷେତ୍ର କେନ୍ଦ୍ରପଡାକୁ କୁହାଯାଇଥାଏ ।

10- ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ପାଟରାଣୀ କିଏ ଥିଲେ ?

ଉତ୍ତର;- ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ପାଟରାଣୀ ଥିଲେ ଗୁଣ୍ଡିଚା ।

11- ଜଗନ୍ନାଥଙ୍କର ରଥର ନାମ କଣ ?

ଉତ୍ତର;- ଜଗନ୍ନାଥଙ୍କ ରଥର ନାମ ହେଉଛି ନନ୍ଦିଘୋଷ ।

12-ବଳଭଦ୍ରଙ୍କ ରଥର ନାମ କଣ ?

ଉତ୍ତର;- ବଳଭଦ୍ରଙ୍କ ରଥର ନାମ ହେଉଛି ତାଳଧ୍ଵଜ ।

13- ଦେବଦଳନ ରଥ କାହାର ?

ଉତ୍ତର;- ଦେବଦଳନ ରଥ ହେଉଛି ମା’ ସୁଭଦ୍ରାଙ୍କର ।

14- ଅରୁଣସ୍ତମ୍ଭର ଉଚତା କେତେ ?

ଉତ୍ତର;- ଅରୁଣସ୍ତମ୍ଭର ଉଚତା ହେଉଛି 12 ମିଟର ।

15- ଗଙ୍ଗବଂଶର ଶେଷ ରାଜା କିଏ ?

ଉତ୍ତର;- ଗଙ୍ଗବଂଶର ଶେଷ ରାଜା ହେଉଛନ୍ତି ଚତୁର୍ଥ ଭାନୁଦେବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *