କାଶ୍ମୀର ପାଇଁ ବରଦାନ ସାଜିଲା ପାକିସ୍ତାନର ବାର୍ବାଦୀ, ହେଇଗଲା ଏମିତି ଗଜବ ଖେଳ କି…

ନମସ୍କାର ବନ୍ଧୁଗଣ ତେବେ ପାକିସ୍ତାନରେ ବର୍ତ୍ତମାନ ଯେଉଁ ରାଜନୈତିକ ସ୍ଥିତି ସୃଷ୍ଟି ହୋଇଛି ସେଥିରେ ସେନାର ମଧ୍ୟ ଭୂମିକା ରହିଛି ଏବଂ ବିଭିନ୍ନ କାରଣରୁ ସେନା ଦେଶରେ ଆଗୁଆ ନିର୍ବାଚନ ଚାହୁଥିବା ଖବର ଚର୍ଚ୍ଚାରେ ରହିଛି । ପାକିସ୍ତାନ ସଂସଦ ଦ୍ବାରା ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦିଆଯିବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପରାମର୍ଶକ୍ରମେ ଜାତୀୟ ଆସେମ୍ବ୍ଲିକୁ ରାଷ୍ଟ୍ରପତି ଆରିଫ ଆଲଭି ଭଙ୍ଗ କରିଦେଇଛନ୍ତି ।


ଏହାପରେ ସେନା ପ୍ରବକ୍ତା ବାବର ଇଫତିକର କହିଛନ୍ତି ପାକିସ୍ତାନରେ ବର୍ତ୍ତମାନ ଦେଖାଦେଇଥିବା ରାଜନୈତିକ ହଟଚମଟରେ ସେନା କୌଣସି ଭାବେ ସଂଶ୍ଳିଷ୍ଟ ନାହିଁ । ସେହିଭଳି ଏହି ମାମଲାରେ ସେନାର ମଧ୍ୟ କିଛି କରିବାର ନାହିଁ ବୋଲି ସେ କହିଛନ୍ତି । ତେବେ ଏହି କାରଣ ଯୋଗୁଁ ବର୍ତ୍ତମାନ ସେମାନେ କାଶ୍ମୀର ଉପରେ ଆକ୍ରମଣ କରୁ ନାହାନ୍ତି ତେବେ ସେଥିପାଇଁ ବର୍ତ୍ତମାନ କାଶ୍ମୀର ଉନ୍ନତି ଦିଗ ରେ ଗତି କରୁଛି ।

ତେବେ ବର୍ତ୍ତମାନ କାଶ୍ମୀର କୁ ନେଇ ଏକ ବଡ଼ ଖବର ଶୁଣିବାକୁ ମିଳିଛି କି ବର୍ତ୍ତମାନ କାଶ୍ମୀର ରେ ୟୁଏଇ ର ଏକ ଡେଲିଗେସନ ଆସିଛି । ତେବେ ୟୁଏଇ ର ଅନେକ ବଡ଼ ବଡ଼ ବ୍ୟବସାୟୀ ଏହି ଠାରେ ଆସିଛନ୍ତି । ତେବେ ସେମାନେ ଏହା ଘୋଷଣା କରିଛନ୍ତି ଆସନ୍ତା କିଛି ମାସ ରେ ସେ କାଶ୍ମୀର ରେ ୭୦ ହଜାର କୋଟି ଟଙ୍କା ନିବେଶ କରିବେ । ତେବେ ସେମାନେ କହିଛନ୍ତି କି ପ୍ରଥମ କିସ୍ତି ଆସିବ ୨୭ ହଜାର କୋଟି ର ଯାହା ଆସୁଥିବା ଦୁଇ କିମ୍ବା ତିନି ମାସ ଭିତରେ କାଶ୍ମୀର ରେ ନିବେଶ କରାଯିବ ।

ତେବେ ଏହା ପରେ ନୂଆ ନୂଆ ଜିନିଷ କୁ ଡେଭଲଫ କରାଯିବ । ଯେପରି କିଏ ଏଠାରେ ଟୁରିଷ୍ଟ ରିଜର୍ଟ କିମ୍ବା ହୋଟେଲ ବନେଇବ । କିଏ ଥିମ ପାର୍କ କିମ୍ବା ଆଇ ଟି ପାର୍କ ବନେଇବ । କିଏ କିଏ କାଶ୍ମୀର ର କେଶର କୁ ଆମଦାନୀ ଓ ରପ୍ତାନୀ କରିବ । ତେବେ ଏହା ଭାରତ କୁ ବଡ଼ ଫାଇଦା ମିଳୁଛି । ତେବେ ଯଦି କାଶ୍ମୀର ରେ ପାକିସ୍ତାନ ଆଟାକ କରିବ କିମ୍ବା ବଡ଼ ବଡ଼ ବିଲିଡିଂ କୁ ଭାଂଗି ଦିଆ ଯିବ ତେବେ ଏହା ୟୁଏଇ ପାଇଁ କ୍ଷତି କାରକ ହେବ ସେମାନଙ୍କ ବ୍ୟବସାୟୀ ମାନେ କ୍ଷତି ସହିବେ ଏବଂ ଏହା ଦ୍ୱାରା ୟୁଏଇ ପାକିସ୍ତାନ ର କାନ ଧରିବ ।

ତେବେ ପାକିସ୍ତାନ କୁ ଅଧିକାଂଶ ଟଙ୍କା କିମ୍ବା ନିବେଶ ଏହି ଆରବ ଦେଶ ରୁ ଆସିଥାଏ । ଯେତେବେଳେ ପାକିସ୍ତାନ ବ୍ୟାଙ୍କ ର କରଜ ହେଉ କିମ୍ବା ଟଂକା ଉପରେ ବ୍ୟାନ ଲାଗେ ତେବେ ଏହି ଦେଶ ମାନେ ହିଁ ସାହାର୍ଯ୍ୟ କରିଥାନ୍ତି । ତେବେ ଯଦି ପାକିସ୍ତାନ କାଶ୍ମୀର କୁ ହାମଲା କରିବ ତେବେ ୟୁଏଇ ସହ ତାର ସମ୍ପର୍କ ଖରାପ ହୋଇଯିବ ଏବଂ ପାକିସ୍ତାନ ଦେଶ ବହୁତ ବଡ଼ କ୍ଷତି ସହିବ ।


ଏହା ସହ ପାକିସ୍ତାନ ସେତେବେଳେ ଆଟାକ କରେ ଯେତେବେଳେ ନିଜ ଦେଶ ସ୍ଥିର ଥାଏ । କିନ୍ତୁ ବର୍ତ୍ତମାନ ନିଜ ଦେଶ ର ରାଜନୈତିକ ହଟାହଟ ଯୋଗୁଁ ବର୍ତ୍ତମାନ ପାକିସ୍ତାନ ସେନା କୌଣସି ଆକ୍ରମଣ ପାଇଁ ପ୍ରସ୍ତୁତ ନୁହେଁ । ତେବେ ଏହା ସହ ତିନି ବର୍ଷ ହେବ ଆତଙ୍କବାଦୀ ଆକ୍ରମଣ କମିବାରେ ମଧ୍ୟ ଲାଗିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *