କରିସ୍ମା କପୁରଙ୍କ ଫିଲ୍ମ ‘ଶକ୍ତି ଦ ପାୱାର’ ରେ କରିସ୍ମାଙ୍କ ପୁଅ ରୋଲ କରିଥିବା ଏହି ପିଲାଟି ଏବେ ହେଇଯାଇଛନ୍ତି ବଡ, ଦେଖନ୍ତୁ ଏମିତି ହିଁ କିଛି ବାଲ୍ୟ କଳାକାରଙ୍କ ଲାଟେଷ୍ଟ ଫଟୋ

ସାଧାରଣତଃ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ବାଲ୍ୟ କଳାକାର ଅଭିନୟ କରନ୍ତି । ଏମାନଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରନ୍ତି ଯାହାଫଳରେ ହିରୋ ହିରୋଇନ ଠାରୁ ଅଧିକ ଏମାନେ ଫେମସ ହୋଇଯାନ୍ତି । ହେଲେ ସମୟ କ୍ରମେ ଏହି ବାଲ୍ୟ କଳାକାର ମାନେ ବର୍ତ୍ତମାନ ପୁରା ବଦଳି ଯାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ବାଲ୍ୟ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହି ବାଲ୍ୟ କଳାକାରଙ୍କ ବିଷୟରେ ।

୧. ଅମୃତା ପ୍ରକାଶ

ଅମୃତା ପ୍ରକାଶ ‘ବିବାହ’ ଫିଲ୍ମରେ ନିଜର ଡେବ୍ୟୁ କରିଥିଲେ । ସେହି ଫିଲ୍ମରେ ତାଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ‘ବିବାହ’ ଫିଲ୍ମ ପରେ ସେ ‘ଏକ ବିବାହ ଏସେ ଭି’ ଓ ‘ୱି ଆର ଫ୍ୟାମିଲି’ ଭଳି ଫିଲ୍ମ କରି ବହୁତ ଲୋକ ପ୍ରିୟତା ହାସଲ କରିଥିଲେ ।


ବର୍ତ୍ତମାନ ସେ ୩୨ ବର୍ଷ ବୟସର ହୋଇ ସାରିଛନ୍ତି । ବର୍ତ୍ତମାନ ସେ ନିଜର ଲୁକକୁ ବଦଳାଇ ସାରିଛନ୍ତି । ବଡ ପରଦା ପରେ ସେ ଛୋଟ ପରଦାରେ ମଧ୍ୟ କାମ କରିଛନ୍ତି । ଲୋକମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି, ଯାହାଫଳରେ ବଲିଉଡରେ ସେ ବହୁତ ଫେମସ ଅଟନ୍ତି ।

୨. ସନା ସଇଦ


ସନା ନିଜ ପ୍ରଥମ ଫିଲ୍ମର ଡେବ୍ୟୁ ‘ କୁଛ କୁଛ ହୋତା ହେ’ରୁ କରିଥିଲେ । ସେହି ଫିଲ୍ମରେ ସେ ସାହାରୁଖ ଖାନଙ୍କ ଝିଅର ଭୂମିକା କରିଥିଲେ । ଏହି ଫିଲ୍ମ ଦ୍ଵାରା ସେ ବହୁତ ଲୋକଙ୍କ ମନକୁ ଜିତି ସାରିଥିଲେ । ଏହି ଫିଲ୍ମ ପରେ ସେ ‘ବାଦଲ’ ଫିଲ୍ମରେ ମଧ୍ୟ ବହୁତ ଭଲ ଅଭିନୟ କରିଥିଲେ । ବର୍ତ୍ତମାନ ସନା ବହୁତ ସୁନ୍ଦର ଓ ଆକର୍ଷିତ ଦେଖା ଯାଉଛନ୍ତି । ବଡ ହେବା ପରେ ସେ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ ଓ ‘ଫୁଗଲି’ ଭଳି ଫିଲ୍ମରେ କାମ କରି ସାରିଛନ୍ତି । ତାଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରନ୍ତି ।

୩. ସିଦ୍ଧାର୍ଥ ନିଗମ


୨୦୧୩ ରେ ଆସିଥିବା ଫିଲ୍ମ ‘ଧୂମ ୩’ ରେ ଆମିର ଖାନଙ୍କ ପିଲା ବେଳର ଭୂମିକା କରିଥିଲେ ସିଦ୍ଧାର୍ଥ । ତାଙ୍କର ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମ ପରଠୁ ସେ ଛୋଟ ପରଦାରେ ନଜର ଆସିଥିଲେ । ‘ଅଶୋକ ସମ୍ରାଟ’, ‘ଚନ୍ଦ୍ର ନନ୍ଦିନୀ ଓ ପେଶୱା ବାଜିରାଓ ଆଦି ସିରିଏଲରେ କାମ କରିଥିଲେ । ବର୍ତ୍ତମାନ ସିଦ୍ଧାର୍ଥ ୧୯ ବର୍ଷର ହୋଇସାରିଛନ୍ତି ଓ ସେ ବହୁତ ହ୍ୟାଣ୍ଡସମ ଦେଖାଯାଉଛନ୍ତି ।

୪. ଅନୁଜ ପଣ୍ଡିତ


ଅନୁଜ ନିଜ ପ୍ରଥମ ଫିଲ୍ମ ‘କୋଇ ମିଲ ଗେୟା’ ରେ ବହୁତ ଭଲ ଅଭିନୟ କରିଥିଲେ । ତାଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମ ପରେ ସେ କୌଣସି ଫିଲ୍ମରେ ନଜର ଆସି ନଥିଲେ, ସେ ନିଜ ପାଠ ପଢା ଉପରେ ଧ୍ୟାନ ଦେଇଥିଲେ । ୨୦୧୫ରେ ‘ପର୍ବରିଶ’ ସିରିଏଲରେ ସେ ନଜର ଆସିଥିଲେ । ଏହା ପରେ ସେ କିଛି ଫିଲ୍ମରେ ମଧ୍ୟ କାମ କରିଥିଲେ ।

୫. ଜୟ ଗିଦ୍ୱାନୀ


ଶକ୍ତି ଦ ପାୱାରରେ ଜୟ କରିସ୍ମାଙ୍କ ପୁଅର ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମ ପରେ ସେ ନିଜ ପାଠ ପଢା ଉପରେ ଧ୍ୟାନ ଦେଇଥିଲେ । ବର୍ତ୍ତମାନ ଏହି କଳାକାର ଜଣକ ୨୮ ବର୍ଷର ହୋଇ ସାରିଛନ୍ତି ଏବଂ ଏହି ଅଭିନେତା ଜଣକ ବହୁତ ବଦଳି ଯାଇଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ କଥା ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *