Karishma Tanna ବହୁତ ଜଲ୍ଦି ଏହି ଷ୍ଟାର ଙ୍କୁ କରିବାକୁ ଯାଉଛନ୍ତି ବିବାହ, କରି ସାରିଛନ୍ତି ନିର୍ବନ୍ଧ

ବନ୍ଧୁଗଣ ବର୍ତ୍ତମାନ ବିବାହ ସିଜନ ଚାଲିଛି । ଏହି ସମୟରେ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିର କଳାକାର ମାନେ ନିଜ ବିବାହ ପାଇଁ ବହୁତ ଚର୍ଚାରେ ରହୁଛନ୍ତି । ଯେଉଁଠି ଭିକି କୌଶଲ ଓ କାଟ୍ରିନା କେଆଫଙ୍କ ବିବାହ ଚର୍ଚା ହେଉଛି ଅନ୍ୟ ପକ୍ଷରେ ଟିଭି ଅଭିନେତ୍ରୀ କରିସ୍ମା ତନ୍ନାଙ୍କ ନିର୍ବନ୍ଧ ଖବର ସାମ୍ନାକୁ ଆସିଛି । କରିସ୍ମା ତନ୍ନା ଜଣେ ହିନ୍ଦୀ ଟିଭି ଅଭିନେତ୍ରୀ ଅଟନ୍ତି । ଆପଣ ମାନେ ତାଙ୍କୁ ଅନେକ ଲୋକପ୍ରିୟ ସିରିଏଲରେ ନିଶ୍ଚୟ ଦେଖିଥିବେ । କରିସ୍ମା ଟିଭି ସିରିଏଲ ସହିତ କେତେକ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

ଆପଣ ମାନେ ତାଙ୍କୁ ବଲିଉଡ ଫିଲ୍ମ ‘ସଞ୍ଜୁ’ରେ ନିଶ୍ଚୟ ଦେଖିଥିବେ । ହେଲେ ବର୍ତ୍ତମାନ ସେ ଅଭିନୟ ଦୁନିଆରୁ ଦୂରେଇ ଅଛନ୍ତି ଓ ନିଜ ଲାଇଫ ଏଞ୍ଜୋଏ କରୁଛନ୍ତି । ଗତ କିଛି ମାସ ତଳେ କରିସ୍ମାଙ୍କ ଲଭ ଅଫେୟାରର ଖବର ସାମ୍ନାକୁ ଆସିଥିଲା । ଏବେ ଖବର ଆସୁଛି ଯେ, କରିସ୍ମା ନିଜ ବୟଫ୍ରେଣ୍ଡ ବରୁଣ ବଙ୍ଗେରାଙ୍କ ସହ ନିର୍ବନ୍ଧ ବନ୍ଧନରେ ବାନ୍ଧି ହୋଇଛନ୍ତି ।

କରିସ୍ମା ତନ୍ନାଙ୍କ ବୟଫ୍ରେଣ୍ଡ ବରୁଣ ବଙ୍ଗେରା ଜଣେ ରିୟଲ ଷ୍ଟେଟ ବିଜନେସ ମ୍ୟାନ ଅଟନ୍ତି । ଗତ କିଛି ଦିନ ତଳେ ବରୁଣ କରିସ୍ମାଙ୍କ ସହ ନିଜ ସୋ-ସି-ଆ-ଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଥିଲେ । ଏହି ଫଟୋରେ ଉଭୟ ବହୁତ ବହୁତ ଖୁସି ନଜର ଆସୁଛନ୍ତି । ଏହା ସହିତ କରିସ୍ମା ଏକ କେକର ଫଟୋ ମଧ୍ୟ ସୋ-ସି-ଆ-ଲ ମି-ଡି-ଆରେ ସେୟାର କରିଛନ୍ତି ସେହି କେକରେ ଲେଖା ଯାଇଛି ‘କଙ୍ଗ୍ରାଚୁଲେସନ’ ।

ବନ୍ଧୁଗଣ କରିସ୍ମାଙ୍କର ଏକ ବନ୍ଧୁ ଏହି ଖବର ବିଷୟରେ ଜଣାଇ କହିଛନ୍ତି ଯେ, କରିସ୍ମା ଓ ବରୁଣଙ୍କ ନିର୍ବନ୍ଧରେ କେବଳ ପରିବାର ଲୋକ ଏବଂ କିଛି ଖାସ ସାଙ୍ଗ ମାନେ ଉପସ୍ଥିତ ଥିଲେ । କରିସ୍ମା ଓ ବରୁଣ ଏକ ସାଙ୍ଗ ଜରିଆରେ ପରସ୍ପର ସହ ସାକ୍ଷାତ କରିଥିଲେ । ପ୍ରଥମ ଦେଖା ପରେ ଉଭୟ ପରସ୍ପର ସହ ଅନେକ ଥର ସାକ୍ଷାତ କରିଥିଲେ ।

ଧୀରେ ଧୀରେ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରି ବସିଲେ ଓ ଉଭୟ ଡେଟ କରିବାକୁ ଲାଗିଲେ । ଏହି ଦୁଇଜଣ ବହୁତ କ୍ଵାଲିଟି ଟାଇମ ବିତାଇ ଥାନ୍ତି । ଦୁଇଜଣ ନିଜ ଲଭ ଅଫେୟାର ପାଇଁ ବହୁତ ସିରିୟସ ଅଛନ୍ତି ଓ ଉଭୟ ବହୁତ ଶୀଘ୍ର ବିବାହ କରି ପାରନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଏହି ଦୁଇଜଣ ବହୁତ ଶୀଘ୍ର ବିବାହ କରିପାରନ୍ତି ।

ଏହା ପୂର୍ବରୁ କରିସ୍ମା ନିଜ ବୟଫ୍ରେଣ୍ଡ ବରୁଣଙ୍କ ଜନ୍ମ ଦିନରେ ଏକ ପାର୍ଟି ରଖିଥିଲେ । ଏହି ପାର୍ଟିରେ କରିସ୍ମା ନିଜର ବହୁତ ସାଙ୍ଗ ମାନଙ୍କୁ ଡକାଇ ଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କରିସ୍ମା ଓ ବରୁଣଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *