BJD ରେ ଚହଳ, କିଏ ଏହି ଗାୟତ୍ରୀ ପଟ୍ଟନାୟକ ? ହେବେ କି Naveen ଙ୍କ ଉତ୍ତରାଧିକାରୀ ?

ବନ୍ଧୁଗଣ ଆମେ ମାନେ ଓଡିଶା ବାସୀ ଗୋଟେ କଥା ଭଲ ଭାବରେ ଜାଣିନୁ ତାହା ହେଉଛି ବିଜୁ ପଟ୍ଟନାୟକଙ୍କ ପରିବାରର ବୃହତ ରୂପ ରେଖାଟି କଣ । ଯଦି ବନ୍ଧୁଗଣ ଆପଣ ମାନଙ୍କ ମୁଣ୍ଡରେ ଆସେ ଗାୟତ୍ରୀ ପଟ୍ଟନାୟକ କିଏ ଆପଣଙ୍କ ମୁଣ୍ଡ ଚକ୍କର ଖାଇବା ଥୟ । ବନ୍ଧୁଗଣ ଗାୟତ୍ରୀ ପଟ୍ଟନାୟକ ଏବେ ଆସିଛନ୍ତି ଓଡିଶାକୁ । ଆପଣ ପଟ୍ଟନାୟକ ସାଜ୍ଞା ଦେଖି ଜାଣି ପାରୁଥିବେ ଯେ, ଗାୟତ୍ରୀଙ୍କର ଓଡିଶା ସହିତ କିଛି ଗୋଟେ ଭାବଗତ ସମ୍ପର୍କ ଥିବ ।

ଏତେ ଦିନ ପରେ ଓଡିଶା ଆସିବାର କାରଣ କଣ ହୋଇଥାଇ ପାରେ ଗାୟତ୍ରୀଙ୍କର । ବନ୍ଧୁଗଣ ଗାୟତ୍ରୀ ଓଡିଶା ଆସିବା ପରେ ଏବେ ବିଜେଡି ଦଳରେ ଚହଳ ପଡିଯାଇଛି । ତେବେ ବନ୍ଧୁଗଣ ଗାୟତ୍ରୀ ପଟ୍ଟନାୟକ କିଏ ଆସନ୍ତୁ ଜାଣିବା । ବନ୍ଧୁଗଣ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ବହୁତ ଚର୍ଚ୍ଚାରେ ଥିଲେ । ଅରୁଣ ପରବର୍ତ୍ତୀ ସମୟରେ ନବୀନଙ୍କ ଉତ୍ତରାଧିକାରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା ।

କିନ୍ତୁ ମୁଖ୍ୟମନ୍ତ୍ରୀ ଯେତେବେଳେ କହିଦେଲେ ମୋ ପରିବାରର କେହି ଉତ୍ତରାଧିକାରୀ ହେବେ ନାହିଁ ତାହା କେବଳ ଲୋକ ବାଛିବେ । ଏହା ପରେ ଅରୁଣଙ୍କୁ ନେଇ ଚର୍ଚ୍ଚା ଥମି ଯାଇଥିଲା । ହେଲେ ଏବେ ଗାୟତ୍ରୀ ଚର୍ଚ୍ଚାରେ ଅଛନ୍ତି । ଗାୟତ୍ରୀ ହେଉଛନ୍ତି ନବୀନଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ପ୍ରଥମ ପତ୍ନୀଙ୍କ ଝିଅ ଅର୍ଥାତ ନବୀନଙ୍କ ଝିଆରୀ ଓ ଅରୁଣ ପଟ୍ଟନାୟକଙ୍କ ସାବତ ଭଉଣୀ ।

ଗାୟତ୍ରୀ ଓଡିଶା ଆସିଛନ୍ତି ସତ ହେଲେ ସେ ନିଜ ପୈତୃକ ଘର ନବୀନ ନିବାସରେ ନ ରହି ଏକ 5 ଷ୍ଟାର ହୋଟେଲରେ ରହୁଛନ୍ତି । ଗାୟତ୍ରୀ ପଟ୍ଟନାୟକ ଓଡିଶାକୁ ଆସି 10 ଦିନ ରହି ଛନ୍ତି । ଓଡିଶା ଆସିବାର ଅନେକ କିଛି କାରଣ ଥାଇ ପାରେ । ଗାୟତ୍ରୀ ପଟ୍ଟନାୟକଙ୍କ ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଗାୟତ୍ରୀ ହେଉଛନ୍ତି ଜଣେ ସମୃଦ୍ଧ ଲେଖିକା ।

ଗାୟତ୍ରୀ ବହୁତ କମ ବୟସରେ ଆମେରିକା ଯାଇଥିଲେ । ସେ ଆମେରିକାରେ ନିଜ ପିଲା ଦିନ କାଟି ଛନ୍ତି । ବନ୍ଧୁଗଣ ଏ ସବୁ କଥା ତ ଆମେ ମାନେ ଆଗରୁ ଜାଣି ନଥିଲୁ ହେଲେ ସେ ଓଡିଶା ଆସି ନବୀନ ନିବାସରେ ରହୁ ନାହାନ୍ତି ଏ କଥାଟି ଟିକେ ଠିକ ଲାଗୁନି । ଏହି କଥାକୁ ନେଇ ଏବେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *