Bollywood ଅଭିନେତ୍ରୀ Sharmila Tagore ଏ ପର୍ଯ୍ୟନ୍ତ ଦେଖି ନାହାଁନ୍ତି ନିଜର ନବଜାତ ନାତି ର ମୁହଁ, ଜାଣନ୍ତୁ କଣ ପାଇଁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜିଆମେ ଆପଣ ମାନଙ୍କୁ ବଲିଉଡର ଦିଗଜ ଅଭିନେତା ସେଫ ଅଲି ଖାନ ଓ ଅଭିନେତ୍ରୀ କରିନାଙ୍କ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଏହି କିଛି ଦିନ ପୂର୍ବରୁ ଗତ ଫେବୃୟାରି ୨୧ ତାରିଖ ଦିନ ସେଫ ଓ କରିନାଙ୍କ ଦୁତୀୟ ପୁଅ ଜନ୍ମ ହୋଇଛି । ଏହି ପୁତ୍ର ଜନ୍ମ ହେବା ପରେ ସେଫ ଚତୁର୍ଥ ଥର ପାଇଁ ପିତା ହୋଇଛନ୍ତି ।

ବନ୍ଧୁଗଣ କରିନା ଓ ସେଫ ବର୍ତ୍ତମାନ ନିଜ ଘରକୁ ଫେରି ସାରିଛନ୍ତି । ବର୍ତ୍ତମାନ ତାଙ୍କୁ କେତେକ ଦିଗଜ କଳାକାର ଓ ସମ୍ପର୍କୀୟ ମାନେ ଶୁଭେଛା ଜଣାଇଛନ୍ତି । ଏହା ବ୍ଯତୀତ କେତେଜଣ ସେଫଙ୍କ ପୁଅ ସହ ଦେଖା କରିବାକୁ ମଧ୍ୟ ଆସିଛନ୍ତି । ହେଲେ ବନ୍ଧୁଗଣ ଜେଜେ ମା ଶର୍ମୀଲା ଟାଗୋର ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ନାତୀକୁ ଦେଖିପାରି ନାହାନ୍ତି ।

ବନ୍ଧୁଗଣ ମିଡିଆ ରିପୋର୍ଟ ଅନୁସାରେ ଶର୍ମୀଲା ନିଜ ନାତି କୁ ଦେଖିନପାରିବାର କାରଣ ହେଉଛି ସେ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି ଓ କରୋନା କୋପ ବଢୁଥିବା ହେତୁ ସେ ଦିଲ୍ଲୀରୁ ମୁମ୍ବାଇ ଆସି ପାରୁ ନାହାନ୍ତି । ବନ୍ଧୁଗଣ ଏହି କାରଣ ପାଇଁ ସେ ତାଙ୍କ ନାତୀ ନାତୁଣୀଙ୍କୁ ଦେଖି ପାରି ନାହାନ୍ତି ।


ବନ୍ଧୁଗଣ ଦୁତୀୟ ଥର ପାଇଁ କରିନା ମା ହେବାରୁ ତାଙ୍କୁ ବଲିଉଡର କେତେକ ବଡ ବଡ କଳାକାର ଓ ତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ଶୁବେଛା ଜଣାଇଛନ୍ତି । ଏହା ସହିତ ବନ୍ଧୁଗଣ ଏହି କିଛି ଦିନ ହେବ କରିନା ସୋସିଆଲ ମିଡିଆରେ ମଧ୍ୟ ବହୁତ ଚର୍ଚାରେ ଅଛନ୍ତି । କରିନାଙ୍କ ପୁଅଙ୍କୁ ଦେଖିବା ପାଇଁ ବଲିଉଡ କଳାକାର ମଲାଇକା ଅରୋରା, ଅର୍ଜୁନ କପୁର, ଶୋହା ଖାନ ଓ କୁନାଲ ଖେମୁ ଆଦି ଆସିଥିଲେ ।

ଗତ ଗୁରୁବାର ଦିନ ସେଫଙ୍କ ବଡ ଝିଅ ସାରା ଅଲି ଖାନ ନିଜ ଭାଇକୁ ଦେଖିବା ପାଇଁ ଆସିଥିଲେ । ସାରା ନିଜ ଭାଇ ପାଇଁ କେତେକ ଉପହାର ମଧ୍ୟ ଆଣିଥିଲେ । ବନ୍ଧୁଗଣ ବର୍ତ୍ତମାନ କରିନା ଓ ସେଫଙ୍କ ଫ୍ୟାନ୍ସ ମାନେ ତାଙ୍କ ଦୁତୀୟ ପୁଅର ନାମ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି । ତେମୁର ଅଲି ଖାନଙ୍କ ପରେ ବର୍ତ୍ତମାନ କରିନାଙ୍କ ଦୁତୀୟ ପୁଅ ବହୁତ ଅଧିକ ଚର୍ଚାରେ ରହୁଛନ୍ତି ।

ନାମ କାରଣ ପାଇଁ ସେଫ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଶିଶୁର ନାମ କରଣ କରାଯାଇ ନାହିଁ । ଏହା ସହିତ କରିନା ଓ ବେବି ସୁସ୍ଥ ଅଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ସେଫଙ୍କ ଦୁତୀୟ ପୁଅର ନାମକୁ ଟ୍ରୋଲ କରିବା ପାଇଁ ମଧ୍ୟ ପ୍ରୟାସ ଚାଲିଥିଲା । କାରଣ ତେମୁରଙ୍କ ନାମ ପାଇଁ ବହୁତ ବିବାଦ ହୋଇଥିଲା । ତେଣୁ ସେଫଙ୍କ ଦୁତୀୟ ପୁଅର ନାମକୁ ଜାଣିବା ପାଇଁ ବହୁତ ଲୋକ ଅପେକ୍ଷା କରିଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *