ଦେଖନ୍ତୁ ସବ୍ୟ-ଅର୍ଚ୍ଚିତା ଙ୍କ ରିସିପ୍ସନ ର ଫୁଲ ଭିଡିଓ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ୱେବ ପୋର୍ଟାଲ କୁ ସ୍ଵାଗତ । ବନ୍ଧୁଗଣ ଅଲିଉଡ ର ଖୁବ ଚର୍ଚ୍ଚିତ ଯୋଡି ହେଲେ ସବ୍ୟସାଚି ଓ ଅର୍ଚ୍ଚିତାଙ୍କ ଯୋଡି । ଦୁହେଁ ଏକା ସହିତ ଅନେକ ଗୁଡିଏ ହିଟ ଓଡିଆ ସିନେମା କରିଛନ୍ତି । ଯାହା ହିଟ ମଧ୍ୟ ହୋଇଛି । ଏଥିରେ ଏମାନଙ୍କ ଯୋଡିକୁ ଦର୍ଶକ ମାନେ ଖୁବ ଭଲ ପାଇଛନ୍ତି । କିନ୍ତୁ ଶୁଣିବାକୁ ମିଳିଥିଲା କି ଏହି ଯୋଡି ପ୍ରେମ ରେ ଅଛନ୍ତି । କିନ୍ତୁ ସେମାନଙ୍କ ତରଫରୁ କୌଣସି ସ୍ପଷ୍ଟିକରଣ ହୋଇ ନଥିଲା । କିନ୍ତୁ ଏମାନଙ୍କୁ ବହୁତ ଜାଗାରେ ଏକା ସହିତ ଦେଖା ଯାଉଥିଲା ।

ସମାଜ ସେବା କାର୍ଯ୍ୟରେ ମଧ୍ୟ ଏମାନଙ୍କୁ ଏକାଠି ଦେଖା ଯାଇଥିଲା । କିନ୍ତୁ ସେମାନେ ତାଙ୍କର ଲଭ ଅଫେୟାର କୁ ସିକ୍ରେଟ ରଖିଥିଲେ। କିନ୍ତୁ ହଠାତ ସବ୍ୟ ଓ ଅର୍ଚ୍ଚିତା ଙ୍କର ଏହି ଯୋଡି ନିଜ ଫ୍ୟାନ୍ସ ମାନଙ୍କୁ ସରପ୍ରାଇଜ ଦେଇଛନ୍ତି । ଗତ ଫେବୃଆରୀ 28 ତାରିଖ ଦିନ ଏମାନେ ନିଜ ଫ୍ୟାନ୍ସ ମାନଙ୍କୁ ସରପ୍ରାଇଜ ଦେଇ ଏକ ଖୁସି ଖବର ଶୁଣାଇ ଥିଲେ କି ଏହି ରିଲ ଲାଇଫ ଯୋଡି ରିଅଲ ଲାଇଫ ରେ ବିବାହ କରିବେ ।

ଏହାକୁ ଶୁଣି ଫ୍ୟାନ୍ସ ମାନଙ୍କ ମନରେ ଉତ୍ସାହ ଖେଳି ଯାଇଥିଲା । ଗତ 1 ମାର୍ଚ ଦିନ ଦୁହେଁ ରାଜସ୍ଥାନ ର ଏକ ପ୍ୟାଲେସ ରେ ଖୁବ ଧୁମଧାମ ର ସହିତ ବିବାହ କରି ନେଇଛନ୍ତି । ଦୁହେଁ ସାତ ଜନମ ପାଇଁ ଦୁହିଙ୍କ ହାତ ଧରିଛନ୍ତି ।

ସବ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ଅର୍ଚ୍ଚିତା ଙ୍କର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ କି ଆଜି ଠାରୁ ତୁମର ସବୁ ସୁଖ ଦୁଃଖ ଭଲ ମନ୍ଦ ସବୁ ମୋର । ଠିକ ସେହିପରି ଅର୍ଚ୍ଚିତ ମଧ୍ୟ ନିଜର ଇନଷ୍ଟାଗ୍ରାମ ଆକାଉନ୍ଟ ରେ ସବ୍ୟ ଙ୍କର ଏକ ଫଟୋ ପୋଷ୍ଟ କରି ଲେଖିଲେ ଆଜି ଠାରୁ ତୁମର ସବୁ ସୁଖ ଦୁଃଖ ଭଲ ମନ୍ଦ ମୋର ।

ସୋସିଆଲ ମିଡିଆରେ ମଧ୍ୟ ଦୁହିଁଙ୍କର ବିବାହ ର ଚର୍ଚ୍ଚା ଖୁବ ଜୋର ଧରିଛି ଓ ଏମାନଙ୍କ ବିବାହର ଢେର ସାରା ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଫ୍ୟାନ୍ସ ମାନେ ଢେର ସାରା ଶୁଭେଶ୍ଚା ମଧ୍ୟ ଜଣାଉଛନ୍ତି । ଏହା ମଧ୍ୟରେ ଗତ କାଲି ତାଙ୍କର ରିସିପ୍ସନ ପାର୍ଟି ମଧ୍ୟ ରଖା ଯାଇଥିଲା ।

ଦୁହେଁ ଏହାକୁ ଖୁବ ଏନଜୟ କରୁଥିବାର ନଜର ଆସୁଛନ୍ତି । ଅର୍ଚ୍ଚିତା ବୋହୁ ବେଶରେ ସଜେଇ ହୋଇ କୌଣସି ପରି ଠାରୁ କମ ଲାଗୁ ନାହାଁନ୍ତି । ଆପଣ ମଧ୍ୟ ଏହି ଭିଡିଓ ରେ ଦେଖି ପାରୁଥିବେ । ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ସବ୍ୟ ଓ ଅର୍ଚ୍ଚିତା ଙ୍କ ଯୋଡି କେମିତି ଲାଗୁଛି ଆମକୁ କମେନ୍ଟ କରି ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଓଲିଉଡ ର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *