ସାମ୍ନାକୁ ଆସିଲା ନର୍ଥ କୋରିୟାର ଶାସକ କିମ ଜୋଂଗଙ୍କ ଘୃଣ୍ୟକାଣ୍ଡ, ମଣିଷର ଶବକୁ ଖାଦ କରି…

ପୁରା ବିଶ୍ଵ ଯେତେବେଳେ କରୋନା ଭାଇରସ ସହ ଯୁଦ୍ଧ କରୁଛି, ଏହିଭଳି ସମୟରେ ଅନ୍ୟ ପଟେ ନର୍ଥ କୋରିୟାରେ ଲଗାତାର ମିସାଇଲ ପରୀକ୍ଷଣ କରାଯାଉଛି । ନର୍ଥ କୋରିୟାର ଶାସକ କିମ ଜୋଂଗ ଉନ ଉପରେ ସବୁବେଳେ ହିଁ କୌଣସି ନା କୌଣସି ଆରୋପ ଲାଗିଥାଏ । କିନ୍ତୁ ଏଥର କିମ ଜୋଂଗ ଉନ ଯେଉଁ କାମ କରିଛନ୍ତି, ତାହା ମାନବତାକୁ ଲଜ୍ଜିତ କରିବାର କାମ ଅଟେ ।

ନର୍ଥ କୋରିୟାର ଜେଲରୁ ଫେରାର ହୋଇଥିବା ଏକ ମହିଳା କିମ ଜୋଂଗ ଉନଙ୍କୁ ନେଇ କେତେକ ରହସ୍ୟ ଖୋଲିଛନ୍ତି । ସେ କହିଲେ କି ନର୍ଥ କୋରିୟାର ଶାସକ କିମ ଜୋଂଗ ଉନ ନିଜର ବିରୋଧୀମାନଙ୍କୁ ମାରିବା ପରେ ତାଙ୍କର ଶବକୁ ଖାଦ କରି ଚାଷ ଜମିରେ ବ୍ୟବହାର କରୁଛି ।

ଡେଲୀ ମେଲରେ ଛପି ଥିବା ଏକ ଖବର ଅନୁସାରେ, କିମ ଇଲ ସୁନ ନାମକ ଜଣେ ମହିଳା ନର୍ଥ କୋରିୟାର ଜେଲରେ ବନ୍ଦ ଥିଲା । ଯିଏ ଗତ ବର୍ଷ ନର୍ଥ କୋରିୟାର ଜେଲରୁ ଫେରାର ହୋଇଯାଇଥିଲା । କିନ୍ତୁ ବର୍ତ୍ତମାନ ସେ ସାଉଥ କୋରିୟାର ସୋଲ ସହରରେ ରହୁଛି । କିମ ଇଲ ସୁନ ବର୍ତ୍ତମାନ ନର୍ଥ କୋରିୟାରେ ଜାରି ଅପରାଧର ଯାଞ୍ଚ ପାଇଁ ତିଆରି କରାଯାଇଥିବା ଅନ୍ତରାଷ୍ଟ୍ରୀୟ ମାନବାଧିକାର କମିଟି ସାମ୍ନାରେ କିମ ଜୋଂଗ ଉନଙ୍କୁ ନେଇ କେତେକ ରହସ୍ୟ ଖୋଲିଲେ ।

ସେ କମିଟିକୁ କହିଲେ କି କିମ ମନୁଷ୍ୟର ଶବର ବ୍ୟବହାର ଚାଷ ଜମିରେ ଖାଦ ରୂପରେ କରିଥାଏ । କିମ ଜୋଂଗ ଉନ ଉପରେ ଏହା ଆରୋପ ଲାଗିଛି କି ସେ ସରକାର ବିରୋଧୀମାନଙ୍କ ପାଇଁ ନର୍ଥ କୋରିୟାର ରାଜଧାନୀ Pyongyang ନିକଟରେ ଏକ ଶିବିର କରିଛନ୍ତି । ଏହି ଶିବିରର ସୁରକ୍ଷା କରୁଥିବା ସୁରକ୍ଷାକର୍ମୀଙ୍କ ଖାଦ୍ୟ ପେୟ ପାଇଁ ପାଖରେ ହିଁ ଏକ ଚାଷ ଜମିରେ ପନିପରିବା ଅମଳ କରାଯାଏ ।

ଆରୋପ ଏହା ଅଟେ କି ଚାଷ ଜମିରେ ମାନବ ଶରୀରକୁ ଖାଦ ରୂପରେ ବ୍ୟବହାର କରାଯାଉଛି । କିମ ଇଲ ସୁନର ଆରୋପ ଏହା ଅଟେ କି ସବୁକିଛି କିମ ଜୋଂଗ ଉନଙ୍କ କହିବା ଦ୍ଵାରା ହିଁ ହେଉଛି । ସେ ଏହା ବି କହିଲେ କି ମାନବ ଶରୀରର ଖାଦ ଦ୍ଵାରା ଚାଷ କରୁଥିବା ସୁରକ୍ଷାକର୍ମୀମାନଙ୍କୁ ବି ଏହା ବହୁତ ପସନ୍ଦ ଆସୁଛି । କିମ ଇଲ ସୁନ କୁହନ୍ତି କି ସୁରକ୍ଷାକର୍ମୀ ମାନନ୍ତି କି ମନୁଷ୍ୟର ଶବ ଖାଦ ପାଇଁ ଭଲ ଉପାୟ ଅଟେ ।

ସେ ଆଗକୁ କହିଲେ କି ସରକାର ବିରୋଧୀମାନଙ୍କ ପାଇଁ କରାଯାଇଥିବା ଏହି ଶିବିର ଏକ ପାହାଡ ନିକଟରେ ଅବସ୍ଥିତ । ଏହା ଛଡା ନର୍ଥ କୋରିୟା ଯୋଜନା କରୁଛି କି ବନ୍ଦୀମାନଙ୍କୁ ମାରି ତାଙ୍କର ଖାଦର ବ୍ୟବହାର ଆଖପାଖ ଜମିରେ ବି କରାଯିବ । ଯାହା ଦ୍ଵାରା ତାହା ବି ଉପକାରୀ ହୋଇ ପାରିବ । ଏହି ସମସ୍ତ ରହସ୍ୟ ସାମ୍ନାକୁ ଆସିବା ପରେ ମାନବାଧିକାର କମିଟି ଡାୟରେକ୍ଟର ଗ୍ରେଗ ସ୍କାରଲେଓଇୟୁ ବୟାନ ଜାରି କରି କହିଲେ କି କିମ ଇଲ ସୁନର କହିବା ଦ୍ଵାରା ଏହା ସ୍ପଷ୍ଟ ହୋଇଗଲା କି ନର୍ଥ କୋରିୟାରେ ମାନବାଧିକାର ନିୟମକୁ ପୂରାପୂରି ଉଲ୍ଲଂଘନ କରାଯାଉଛି ।

Leave a Reply

Your email address will not be published. Required fields are marked *