“ତମେ ଜଣେ ବାଳ ହୀରୋ” ଫ୍ୟାନ୍ସ ଙ୍କ ଏମିତି ଜବାବ ରେ କଣ କହିଲେ ଅଭିନେତା Papu Pam Pam, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଭାରତ ର ସମସ୍ତ ଲୋକ ପ୍ରାୟ ଜାଣିଲେଣି । ଓଡ଼ିଆ ସିନେମା ଜଗତ ବର୍ତ୍ତମାନ ସମଗ୍ର ଦେଶ ରେ ବହୁତ ନାମ କରି ସାରିଲାଣି ।

ଏହାର ଶ୍ରେୟ ଯାଇଛି କେବଳ ଓଡ଼ିଆ ସିନେମା ଜଗତ ର ସମସ୍ତ ଉଚ୍ଚକୋଟୀର କଳାକାର ମାନଙ୍କୁ । ଓଡ଼ିଆ ସିନେମା ରେ ବହୁତ ଭାବରେ କମେଡି କୁ ଲୋକ ମାନେ ବେଶୀ ଭଲ ପାଇଥାନ୍ତି । ବର୍ତ୍ତମାନ ସମୟ ରେ ଓଡିଶା ର ସବୁଠାରୁ ଭଲ କମେଡିଆନ କହିଲେ ଲୋକ ମାନେ ପପୁ ପମ ପମ ଙ୍କୁ ବୁଝିଥାନ୍ତି । ତେବେ ଅତି ନିକଟ ରେ ପପୁ ପମ ପମ ଲାଇଭ ଆସି ନିଜ ଫ୍ୟାନ ମାନଙ୍କ ର କେତେକ ପ୍ରଶ୍ନ ର ଉତ୍ତର ଦେଇଛନ୍ତି ।

ପପୁ ପମ ପମ ପ୍ରଥମେ ନିଜ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଲୋକ ମାନଙ୍କୁ ଜଣାଇ ଥିଲେ । ସେ କହିଥିଲେ ଗତ କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭାଵରେ ଖରାପ ହୋଇଯାଇଥିଲା । ଡାକ୍ତର ଙ୍କ ପରାମର୍ଶ ନେବା ପରେ ସେ ଜାଣି ପାରିଲେ ଯେ ତାଙ୍କ ସୁଗାର ବଢି ଯାଇଛି । ଏହା ପରେ ସେ ନିଜ ସୁଗାର ଟେଷ୍ଟ କରିବା ପରେ ଜାଣି ପାରିଥିଲେ ଯେ ତାଙ୍କୁ ଡାଇବେଟିସ ହୋଇଯାଇଛି । କିନ୍ତୁ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଏହା ପରେ ସେ ନିଜ ଆଗକୁ ଆସୁଥିବା ଫିଲ୍ମ ସମ୍ପର୍କରେ ମଧ୍ୟ କହିଥିଲେ ।

ତାଙ୍କ ର ଆଗକୁ ଆସୁଥିବା ଫିଲ୍ମ ରେ ସେ ପୋଲିସ ଚରିତ୍ର ରେ ନଜର ଆସିବେ । ଏଥିରେ ଏକ ଡାଇଲୋଗ ଅଛି ସେ ଜଣେ ଗୁଣ୍ଡା କୁ କହୁଛନ୍ତି-“ଶୁଣ ଅଣ୍ଟା ରେ ଦଉଡି ଲଗେଇ ଥାନା ଭିତରକୁ ଘୋଷାଡି ଘୋଷାଡି ଆଣି ଅଣ୍ଟା ରେ ଝାଞ୍ଜ ଲଗେଇ ଏମିତି ପିଟିବି ବାହାର ଲୋକ ଭାବିବେ ଭିତରେ ଅଷ୍ଟପ୍ରହରି ଚାଲିଛି ନମସ୍କାର କରିକି ଯିବେ । ”

ଏହା ପରେ ତାଙ୍କୁ ଜଣେ ପଚାରି ଥିଲେ କି ଗୋଟିଏ ଫିଲ୍ମ ନିର୍ମାଣ ବାବଦ କୁ କେତେ ଟଙ୍କା ଖର୍ଚ୍ଚ ହୁଏ । ଏହାର ଉତ୍ତର ଦେଇ ପପୁ କହିଥିଲେ ଫିଲ୍ମ ର କାହାଣୀ କୁ ନେଇ ଏଥିରେ ଟଙ୍କା କେତେ ଖର୍ଚ୍ଚ ହେବ କୁହାଯାଇଥାଏ । ଖାସ କରି କାହାଣୀ ନିର୍ଦେଶନା ଓ ମ୍ୟାନେଜମେଣ୍ଟ କୁ ହିସାବ କରି କୁହାଯାଇଥାଏ ଯେ ଫିଲ୍ମ ରେ କେତେ ଟଙ୍କା ଖର୍ଚ୍ଚ ହେବ । ଏହା ପରେ ତାଙ୍କର ଆଗକୁ ଆଉ ଗୋଟିଏ ଫିଲ୍ମ ଆସୁଛି ଯାହାର ନାମ ହେଉଛି “ପଞ୍ଚୁ ପାଣ୍ଡବ” ।

ଏଥିରେ ପପୁ ଙ୍କୁ ନେଗେଟିଭ ଚରିତ୍ର ରେ ଦେଖିବାକୁ ମିଳିବ ବୋଲି ସେ କହିଥିଲେ । ଏହି ସମୟରେ ଆଉ ଜଣେ ୟୁଜର ତାଙ୍କୁ ବାଳ ହୀରୋ ବୋଲି କମେନ୍ଟ କରି ଥିଲେ । ଯାହାର ଉତ୍ତରରେ ସେ କହିଥିଲେ କି “ମୁଁ କେତେବେଳେ କହିଲେ କି ମୁଁ ହୀରୋ ବୋଲି । ତଥାପି ମତେ ବାଳ ହୀରୋ କୁହନ୍ତୁ ପଛେ, ହୀରୋ ର ମାନ୍ୟତା ଦେଇଛନ୍ତି, ଆପଣଙ୍କୁ ଧନ୍ୟବାଦ । ”

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *