‘ଦେବଗଡ ପ୍ରୋଗ୍ରାମରୁ ଆମର କଥାବାର୍ତ୍ତା ଆରମ୍ଭ ହେଇଥିଲା, ତା’ପରେ ଧୀରେ ଧୀରେ ଆମେ ଦୁହେଁ…’ ଦେଖନ୍ତୁ କଣ କହିଲେ ଅଭିନେତ୍ରୀ Gungun

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଇଣ୍ଡଷ୍ଟ୍ରୀର ଆଙ୍କର ତଥା ଅଭିନେତ୍ରୀ ଗୁନଗୁନ କିଛି ଏଭଳି କଥା କହିଛନ୍ତି ଯାହା ଆପଣ ମାନଙ୍କୁ ଚକିତ କରିଦେବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । କଲେଜ ଟାଇମ ରେ ଯେତେବେଳେ ଗୁନଗୁନ ପାଠ ପଢୁଥିଲେ ସେତେବେଳେ ତାଙ୍କୁ ପ୍ରେମ ହୋଇଥିଲା କି ନାହିଁ ସେହି ସମ୍ବନ୍ଧରେ ସେ କିଛି କଥା ସେୟାର କରିଛନ୍ତି । ଗୁନଗୁନ କହିଛନ୍ତି ଯେ ସେ ପୂର୍ବରୁ କଲେଜ ଟାଇମ ରେ ଚଳଚିତ୍ର କରିବା ଆରମ୍ଭ କରିଦେଇଥିଲେ ।

ଏହା ସହିତ ସେ 92.7 ବିଗ ଏଫଏମ ଜଏନ କରିଯାଇଥିଲେ । ତାଙ୍କର ୧୮ ବର୍ଷ ମଧ୍ୟ ହୋଇନଥିଲା ସେ ଚାକିରୀ କରୁଥିଲେ । ଏହା ଭିତରେ ତାଙ୍କର ଦେଢ ରୁ ଦୁଇ ବର୍ଷ ବାହାରି ଗଲା । ଏହିଭଳି ଭାବରେ କଲେଜ ସମୟ ତାଙ୍କର ବିତିଗଲା । ତାଙ୍କ ପାଖରେ ଏତେ ସମୟ ନଥିଲା ଯେ ସେ କାହାକୁ ସମୟ ଦେବେ ତଥା କିଏ ତାଙ୍କୁ ସମୟ ଦେବ ।

ସେ ଘରୁ ଗାଡି ବାହାର କରି ସିଧା କ୍ଳାସ କରନ୍ତି ଏହାପରେ ଗାଡି ରଖି ସିଧା କ୍ଳାସ ସାରି ଘରକୁ ଜାଆନ୍ତି । ଗୁନଗୁନ ଙ୍କ ପାଖରେ ଏତେ ସମୟ ନଥାଏ ଯେ ସେ କାହା ସହିତ ବସି କଥାହେବେ । ଏଣୁ କଲେଜ ଲାଇଫରେ କେବେ ମଧ୍ୟ ସେହିଭଳି ପ୍ରେମ ସମ୍ବନ୍ଧୀୟ ମାମଲା ହୋଇନାହିଁ ବୋଲି ସେ କହିଛନ୍ତି । ଗୁନଗୁନ ଙ୍କର ବିବାହ ସରିଛି, ଏହାକୁ ନେଇ ସେ କହିଛନ୍ତି ଯେ ୨୦୨୦ ରେ ସେ ଦେବଗଡ ପ୍ରୋଗ୍ରାମରେ ଯାଇଥିଲେ ।

ତାଙ୍କ ସ୍ଵାମୀ ଙ୍କ ଘର ସେଠାରେ ଥିଲା । ତାଙ୍କ ଫ୍ୟାମିଲି ତରଫରୁ ହିଁ ସେଠାରେ ଏକ ବଡ ପ୍ରୋଗ୍ରାମ କରାଯାଉଥିଲା । ସେଠାରେ ଗୁନଗୁନ ଙ୍କୁ ଡକାଯାଇଥିଲା । ଏହାପରଠାରୁ କଥାବାର୍ତ୍ତା ବଢିଥିଲା ଉଭୟଙ୍କ ମଧ୍ୟରେ । ଏହାପରେ ଘର ତରଫରୁ କଥାବାର୍ତ୍ତା ଚାଲିଲା ଏବଂ ହଉ ହଉ ହୋଇଗଲା ବିବାହ । ବର୍ତ୍ତମାନ ସେ ନିଜ ବୈବାହିକ ଜୀବନରେ ଖୁସିରେ ଅଛନ୍ତି ବୋଲି କହିଥିଲେ ।

ତାଙ୍କ ଘରେ ସବୁବେଳେ ଶିକ୍ଷା ମିଳିଥିଲା ଯେ ସେ ନିଜକୁ କିଭଳି ଦାଇତ୍ଵବାନ ବନାଇବେ, ଏଣୁ ବିବାହ ପରେ ସେ କେବେ ମଧ୍ୟ ନିଜ ମନରେ ଆଣିନଥିଲେ ସେ ଜଣେ ଭଲ ବୋହୂ ହେବେ ବୋଲି । ସେ ନିଜର କର୍ତବ୍ୟ କରି ଉତ୍ତମ ମଣିଷଟିଏ ହେବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *