ମୃତ୍ୟୁ କେବେ କିପରି କାହା ପାଖକୁ ଆସେ କିଏ ଜାଣିପାରେନି , ହସୁ ହସୁ ଚାଲିଗଲା ଏହି କୁନି ପୁଅର ଜୀବନ ……

ନମସ୍କାର ବନ୍ଧୁଗଣ । ସୂଚନା ମୁତବାକ ଆଜି ଶବ କାଲି  କେକ୍ କାଟୁଥିଲା । ହଁ ଦର୍ଶକବନ୍ଧୁ   ସେହି କଳାରାତ୍ରି ନେଇଗଲା କୁନି ପୁଅ ଜୀବନ । ଆପଣମାନେ ଶୁଣିଥିବେ ବିବାହ  ଭୋଜିରୁ ଫେରୁଥିବା ମିନି ବସକୁ ଧକା ଦେଲା ସରକାରୀ ବସ ଏବଂ ଏହି ଦୁର୍ଘଟଣାରେ 12 ଜଣକ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି ।

ସେହିବସରେ ମା ଶିବାନୀଙ୍କ ସହ ମାଉସୀ ରୂପାଲିକୁ ବିଦାୟ ଦେଇ  1 ବର୍ଷ ଆଦ୍ୟିକ ବସରେ ମା ଓ ସାନ ମାଉସୀଙ୍କ ସହ ଘରକୁ ଫେରୁଥିଲା ମାତ୍ର ମଝି ରାସ୍ତାରେ ବସିଥିଲା ମୃତ୍ୟୁ ଅକାଳରେ ଚାଲିଗଲା ତିନିଜଣକ ଜୀବନ । ତେବେ ସାତ ଦିନ ପୂର୍ବରୁ ଆଦ୍ୟିକ ତାହାର ପ୍ରଥମ ବର୍ଷ ଜନ୍ମଦିନ ବେସ୍ ଧୂମଧାମରେ ହସ ଖୁସିରେ ପାଳନ କରିଥିଲେ ।

ଜନ୍ମଦିନର କେତେକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଓ ସେହି ଭିଡିଓରେ ଆଦ୍ୟିକର ହସ ମୁଖ ଦେଖିଲେ ଜଣାପଡୁଛି । ଯେ ଆଦ୍ୟିକ ଜନ୍ମଦିନକୁ  ଚିମ୍ ଚିମ୍  ଆନନ୍ଦରେ ପାଳନ କରିଛି । ମାତ୍ର କୁହାଯାଏ ନା ମୃତ୍ୟୁ ସମୟ ଆସିଲେ ଅଜାଣତାରେ ମଣିଷ ଟିକେ ଅଧିକ ଖୁସି ହୋଇଯାଏ ଠିକ ସେହିପରି ଏହି କୁନି ପୁଅ ଆଦ୍ୟିକ ହସୁ ହସୁ ଚାଲିଗଲା ।

ସାତ ଦିନପୂର୍ବରୁ ଜନ୍ମଦିନରେ ହସିଥିଲା ଓ ଗତକାଲି ତା ମାଉସୀ ବାହାଘରରେ ଆଇସ କ୍ରିମ୍ ଖାଇ ଫଟୋ ଉଠାଇ ବେସ୍ ଖୁସିଥିଲା ଆଦ୍ୟିକ । ବାହାଘରରେ ମା ‘ କେବଳ ଆଇସକ୍ରିମ୍ ଦେବାକକୁ ଜିଦ୍ କରି ସମସ୍ତଙ୍କ ସ୍ନେହ ଆଦର ପାଇଥିଲା । ମାତ୍ର ଯେବେ ସବୁକାମ ସାରି ମାଉସୀକୁ ଶେଷ ଥର Bye  କହି ମା ‘ସହ ବସରେ ବସିଥିଲା ।

ମାତ୍ର ଗତକାଲିର ଦୁର୍ଘଟଣାରେ ଆଦ୍ୟିକ ଓ ତା ମା ,ମାଉସୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ଘରଲୋକେ କାନ୍ଦି ଫାଟି ପଢୁଛନ୍ତି । କୁନି ପୁଅର ଜନ୍ମ ଦିନର ଚିତ୍ର ଦେଖି ବାପା ପୁଅର ହସକୁ ଝୁରୁଛନ୍ତି । ଏଭଳି ଦୁଃଖଦାୟକ ଘଟଣା ଶୁଣିବା ପରେ ସ୍ଥାନୀୟ ଲୋକେ ମଧ୍ୟ ଶୋକସମୁଦ୍ରରେ ବୁଢିଛନ୍ତି ।

ସତରେ ମରଣ କେବେ କାହା ପାଖକୁ ଆସି ପହଞ୍ଚିଯାଏ କି ଜାଣିପାରେନି ଆଦିତ୍ୟ ମଧ୍ୟ ମାତ୍ର 1 ବର୍ଷର ତା କେତେ ବ ଜୀବନ ପଡିଛି , କିନ୍ତୁ ମୃତ୍ୟୁ ଅକାଳରେ ନେଇଗଲା ।

Leave a Reply

Your email address will not be published. Required fields are marked *