Jyotish Shastra- ଯିଏ ଯେତେ କହିଲେ ବି 4 ଟି ରାଶିର ବ୍ୟକ୍ତି ପିନ୍ଧନ୍ତୁ ନାହିଁ ଏହି ମୁଦି, ହୋଇଥାଏ ଅଶୁଭ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ରାଶିଚକ୍ର ର ବହୁତ ମହତ୍ତ୍ୱ ରହିଛି । ଆମେ ଆମର ରାଶି ଦ୍ୱାରା ଆମର ବିଗତ ଅତୀତ ଓ ଆଗତ ଭବିଷ୍ୟତ ସମ୍ପର୍କରେ ଜାଣିପାରିଥାଉ । ରାଶି ରୁ ମନୁଷ୍ୟ ତାର ସ୍ଵଭାଵ ସମ୍ପର୍କରେ ମଧ୍ୟ ଜାଣି ପାରିଥାଏ । ରାଶି ରୁ ମନୁଷ୍ୟ ତାର ଜୀବନ ରେ ଘଟୁଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ସମ୍ପର୍କରେ ମଧ୍ୟ ଜାଣି ପାରିଥାଏ । ବନ୍ଧୁଗଣ ଯେତେବେଳେ ଗୋଟିଏ ସନ୍ତାନ ଜନ୍ମ ନେଇଥାଏ ସେତେବେଳେ ତାର ସର୍ବପ୍ରଥମେ ରାଶି ସ୍ଥିର କରାଯାଇଥାଏ । ଏହି ରାଶି ରୁ ହିଁ ତାର ଭାଗ୍ୟ ଭବିଷ୍ୟତ ବିଷୟ ରେ ଜଣା ଯାଇଥାଏ ।

ଆଜି କାଲି ଅଧିକ ଧନ ଆଶା ରେ ଲୋକ ମାନେ ବିଭିନ୍ନ ପ୍ରକାର ଉପାୟ ପ୍ରୟୋଗ କରୁଛନ୍ତି । ଜ୍ୟୋତିଷ ବିଦ୍ୟା ଅନୁସାରେ ଅନେକ ପ୍ରକାର ମୁଦି ନିଜ ଅଙ୍ଗୁଠି ରେ ଧାରଣ କରୁଛନ୍ତି । ଆପଣ ମାନେ ଦେଖିଥିବେ ଯେ କଇଁଛ ଆକୃତି ର ମୁଦି ଅନେକ ଲୋକ ପିନ୍ଧିଥାନ୍ତି କିନ୍ତୁ ଏହା ସମସ୍ତଙ୍କ ନିମନ୍ତେ ଉପଯୁକ୍ତ ନୁହେଁ । ଏହାର ଭୁଲ ପ୍ରୟୋଗ କରିବା ଦ୍ୱାରା ସୁ ପ୍ରଭାଵ ବଦଳରେ କୁ ପ୍ରଭାବ ମଧ୍ୟ ପଡିଥାଏ । ତେବେ ଆଜି ଆମେ ଜାଣିବା କେଉଁ ରାଶି ର ଲୋକ ଙ୍କୁ ଏହି ମୁଦି ପିନ୍ଧିବା କଥା ନୁହେଁ ।

ବୃଷ ରାଶି-ବନ୍ଧୁଗଣ ପ୍ରଥମେ ସ୍ଥାନ ରେ ଅଛି ବୃଷ ରାଶି । ବୃଷ ରାଶି ର ଦେବତା ମଙ୍ଗଳ ଗ୍ରହ ଅଟନ୍ତି । ଯଦି ଆପଣ ବୃଷ ରାଶି ର ବ୍ୟକ୍ତି ହୋଇ ଏହି କଇଁଛ ଆକୃତି ର ମୁଦି ପିନ୍ଧୁଛନ୍ତି ତେବେ ଏହା ଆପଣଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇ ଥାଏ । ଏହା ଦ୍ବାରା ଆପଣଂକର ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ଆପଣଙ୍କ ର କାମ ଧନ୍ଦା ଉପରେ ମଧ୍ୟ ଏହା ଖରାପ ପ୍ରଭାବ ପକାଇଥାଏ । ଆପଣଙ୍କ ର ମଙ୍ଗଳ ଦୋଷ ଦେଖା ଦେଇଥାଏ । ତେଣୁ ଯଦି ଆପଣଙ୍କ ରାଶି ବୃଷ ଅଟେ ତେବେ କେବେ ମଧ୍ୟ ଏହି କଇଁଛ ଆକୃତି ର ମୁଦି କୁ ଆଙ୍ଗୁଠି ରେ ଧାରଣ କରନ୍ତୁ ନାହିଁ ।

ମିନ ରାଶି-ଦ୍ଵିତୀୟ ରେ ଅଛି ମିନ ରାଶି । ମିନ ରାଶି ର ଦେବତା ବା ସ୍ୱାମୀ ବୃହସ୍ପତି ହୋଇଥାନ୍ତି । ବୃହସ୍ପତି ଙ୍କୁ ପ୍ରସନ୍ନ କରିବାକୁ ହେଲେ ସୁନା ,ଚାନ୍ଦି,ବୁଟ ଡାଲି,ହଳଦିଆ ବସ୍ତୁ ଇତ୍ୟାଦି କୁ ବ୍ୟବହାର କରନ୍ତୁ । କିନ୍ତୁ ଭୁଲ ରେ ମଧ୍ୟ ଏହି କଇଁଛ ଆକୃତି ରେ ମୁଦି କୁ ଧାରଣ କରନ୍ତୁ ନାହିଁ । ଏହା ଦ୍ବାରା ଆପଣଙ୍କ ଘରେ ଅଶାନ୍ତି ଦେଖା ଦେବ । ଘରେ ଆର୍ଥିକ ସମସ୍ୟା ଦେଖାଯିବ । ସ୍ୱାସ୍ଥ୍ୟ ଜନିତ ଅନେକ ଅସୁବିଧା ଦେଖାଯିବ ।

ଆପଣ କୌଣସି କାର୍ଯ୍ୟ ରେ ମଧ୍ୟ ସଫଳ ହୋଇ ପାରିବେ ନାହିଁ । ଆପଣ ସମ୍ପୂର୍ଣ୍ଣ ଭାବେ ଦରିଦ୍ର ହୋଇଯିବେ । ଆପଣଙ୍କ ର ସବୁ କିଛି ଅନର୍ଥ ହୋଇଯିବ । ତେଣୁ ମିନ ରାଶି ର ଲୋକ ମାନେ କେବେ ମଧ୍ୟ ଏହି ମୁଦ୍ରିକା ଧାରଣ କରିବା ଉଚିତ ନୁହେଁ ।

 

ମେଷ ରାଶି-ତୃତୀୟ ରାଶି ଟି ହେଉଛି ମେଷ ରାଶି । ମେଷ ରାଶି ର ସ୍ୱାମୀ ବା ଦେବତା ମଙ୍ଗଳ ଗ୍ରହ ହୋଇଥାନ୍ତି । ଏହି ପରି ସମୟ ରେ ଯଦି ଆପଣ ଏହି କଇଁଛ ଆକୃତି ର ମୁଦି ପିନ୍ଧିଥାନ୍ତି ତେବେ ଆପଣଙ୍କ ର ମଙ୍ଗଳ ନ ହୋଇ ଅମଙ୍ଗଳ ହେବ । ତେଣୁ କେବେ ମଧ୍ୟ ଏହି ମୁଦ୍ରିକା କୁ ଧାରଣ କରନ୍ତୁ ନାହିଁ ।

କନ୍ୟା ରାଶି-ଚତୁର୍ଥ ରାଶି ଟି ହେଉଛି କନ୍ୟା ରାଶି । ଏହି ରାଶି ର ସ୍ୱାମୀ ବା ଦେବତା ବୁଧ ଗ୍ରହ କୁ ବିଚାର କରା ଯାଇଥାଏ । ତେଣୁ ଆପଣ ଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ରହି ମୁଦ୍ରିକା କୁ ପିନ୍ଧିବା ଉଚିତ ନୁହେଁ । କଇଁଛ ମୁଦ୍ରିକା ଧନ କୁ ଆକର୍ଷଣ କରିଥାଏ କିନ୍ତୁ ଏହି ରାଶି ପାଇଁ ସମ୍ପୂର୍ଣ୍ଣ ବିପରୀତ ହୋଇଥାଏ । ତେଣୁ କନ୍ୟା ରାଶି ର ବ୍ୟକ୍ତି ବିଶେଷ ମାନେ କେବେ ମଧ୍ୟ ଏହି ମୁଦ୍ରିକା କୁ ଧାରଣ କରନ୍ତୁ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *