ଠେଲା ବାଲାକୁ ଖୋଜିଲେ ରାଷ୍ଟ୍ରପତି…ଜାଣନ୍ତୁ କିଏ ସେହି ଠେଲା ବାଲା ? କଣ ପାଇଁ ତାଙ୍କୁ ଖୋଜିଲେ ରାଷ୍ଟ୍ରପତି Draupadi…

ବନ୍ଧୁଗଣ ଆମ ଦେଶର ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେମିତି ଆଗରୁ ହେଉଥିଲା । ଗତ କାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଆସିଥିଲେ । ନିଜ ମାଟିକୁ ଆସିବା ପାଇଁ ମୁର୍ମୁ ବହୁତ ଅଧିକ ଆଗ୍ରହୀ ଅଟନ୍ତି ।  ତେବେ ଗତ କାଲି ସେ ଆସିବା ବେଳେ ଏୟାରପୋର୍ଟରେ ତାଙ୍କର ସ୍ଵାଗତ ପାଇଁ ଛିଡା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ।

ରାଜ୍ୟପାଳ ଓ ମୁଖ୍ୟ ମନ୍ତ୍ରୀ ଦାରୁପଡି ମୁର୍ମୁ ନ୍କୀ ସ୍ଵାଗତ କରିଥିଲେ ଏହା ପରେ ସେ ଏକ କାର୍ଯ୍ୟ କ୍ରମରେ ଯୋଗ ଦେବାକୁ ବାହାରି ପଡିଥିଲେ । ଗତ କାଲି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦ୍ରୌପଦୀ ମୁର୍ମୁ ରମାଦେବୀ ୟୁନିଭର୍ସିଟିକୁ ଯାଇଥିଲେ । ସେହି ସମୟରେ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଯେଉଁଥିରେ ଦ୍ରୌପଦୀ ଭାଷଣ ଦେଉଥିବାର ନଜର ଆସୁଛନ୍ତି । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦ୍ରୌପଦୀ ଭାଷଣରେ କହୁଛନ୍ତି “ମୁଁ କିଛି କହିବା ପୂର୍ବରୁ ଏ ପବିତ୍ର ମାଟିକୁ ମୁଁ ନମନ କରୁଛି । ଏ ବିଶ୍ଵ ବିଦ୍ୟାଳୟରେ ଯେତେବେଳେ ମୁଁ ପ୍ରଥମ ଥର ପାଦ ଦେଲି ଆଜି ମୋତେ ଟିକେ ଭିନ୍ନ ଲାଗିଲା । ବୋଧ ହୁଏ ମୁଁ ଯେଉଁ ବାଟ ଦେଇ ଆସୁଥିଲି ଆଜି ଭିନ୍ନ ବାଟ ଦେଇ ମୋତେ ଅଣା ଗଲା ।

ମୁଁ ଭାବିଲି ଏଇଟା କିଛି ନୂଆ ଜାଗା ତ ନୁହେଁ । ଏହା ପୂର୍ବରୁ ମୁଁ ଯେତେବେଳେ ଗଭର୍ନର ଥିଲି ମୁଁ ଦୁଇ ଦୁଇ ଥର ଆସିଛି । ହେଲେ ଏଠାକୁ ଆସିଲା ପରେ ମୁଁ ଭାବିଲି ସେହି ଅଡିଟୋରିୟମ ସେହି ମହଲ ସେହି ସୁଗନ୍ଧ । ଦୀର୍ଘ 40-50 ବର୍ଷର କାନ୍ଥ, ମୁକ ସାକ୍ଷୀ ରହି ମୋତେ ଯେମିତି ଆହ୍ଵାନ କରୁଛି ।

ଆଜି ଯେମିତି ଛାତ୍ରୀ ମାନଙ୍କର ଡ୍ରେସ କୋଟ ଅଛି କିନ୍ତୁ ମୁଁ ପଢିବା ବେଳେ କୌଣସି ଡ୍ରେସ କୋଟ ନଥିଲା ଆମେ ଆଦିବାସୀ ଥିଲୁ ତେଣୁ ଆମେ ଡ୍ରେସ କୋଟ ଦେଖିଥିଲୁ । ଏହା ଏକ ମାତ୍ର ମହାବିଦ୍ୟାଳୟ ଏଠି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗରିବ ଚାଷୀର ଝିଅ ମଧ୍ୟ ଏଠି ଆମେ ଏକାଠି ପଢୁଥିଲୁ । ଆମ ଭିତରେ କୌଣସି ଭେଦଭାବର କିଛି ବାସ୍ନା ନ ଥିଲା । ତେଣୁ ଲାଗୁଥିଲା ଆମ ପାଇଁ ଦୁର୍ଗମ ପଲ୍ଲିରୁ ରାଜଧାନୀ ।

ମୁଁ ପୋଟିକ ଉପରେ ବସେ ସେହି ପାଚେରି ପାଖରେ ଜଣେ ଠେଲା ଗାଡି ଧରି ଭାଇ ବସଥିଲେ । ସେ ଲେମ୍ବୁ ଲୁଣ ଏବଂ ଲଙ୍କା ଦେଉଥିଲେ ତାକୁ ମୁଁ ଚାହୁଁ ଥିଲି । ସେତେବେଳେ ଆର୍ଥିକ ଅବସ୍ଥା ବହୁତ ଦୁର୍ବଳ ଥିଲା’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *