ଭାରତରେ ଚିକେନ ପକ୍ସକୁ କଣ ପାଇଁ କୁହାଯାଏ ‘ମାତା’, ଜାଣନ୍ତୁ ଏହା ପଛରେ ଥିବା ରୋଚକ ପୂର୍ଣ୍ଣ କଥା

ଭାରତରେ ସବୁ ଜିନିଷକୁ ଧାର୍ମିକ ମାନ୍ୟତା ଓ ଆସ୍ଥା ସହ ଯୋଡି କି ଦେଖାଯାଏ । ଏଠି ଅଧିକାଂଶ ଲୋକ ସବୁ କଥାକୁ ଧର୍ମ ରୂପରେ ଦେଖିଥାନ୍ତି । ଏତିକି ହିଁ ନୁହେଁ ଏଠି ତ ରୋଗର ନାମ ମଧ୍ୟ ଠାକୁରଙ୍କ ସହ ଯୋଡ଼ି ଦେଇଥାନ୍ତି । ଆମ ଦେଶରେ ରୋଗକୁ ନେଇ ଯାହା ସବୁଠୁ ପୁରୁଣା ମାନ୍ୟତା ପ୍ରଚାରିତ ଅଛି ତାହା ହେଉଛି ଚିକେନ ଫକ୍ସ । ଏହି ରୋଗକୁ ଭାରତରେ ମାଆ ଠାରୁ ମିଳିଥିବା ଦଣ୍ଡ ବୋଲି କୁହାଯାଏ ।

କେତେକ ଲୋକ ତ ଏହି ରୋଗରେ ଔଷଧ ଦେବାକୁ ମନା କରିଥାନ୍ତି ଓ ଏହି ରୋଗର ଉପଚାର ପାଇଁ କେବଳ ଲିମ୍ବର ପତ୍ର ଓ ଡାଳର ବ୍ୟବହାର କରାଯାଇଥାଏ । ଏହି ଜିନିଷକୁ ରୋଗୀଙ୍କ ମୁଣ୍ଡ ତଳେ ରଖି ଏହି ରୋଗ ଠିକ୍ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି ।

କଣ ଆପଣ ଜାଣିଛନ୍ତି କି ଭାରତରେ ଚିକେନ ଫକ୍ସକୁ ମା ବୋଲି କାହିଁକି କୁହାଯାଏ , ଆପଣ ଏହା ପୂର୍ବରୁ ଏହି କଥାକୁ ଲକ୍ଷ୍ କରି ନଥିବେ କି ଏହା ପଛର କାରଣ କଣ । ତେବେ ଚାଲନ୍ତୁ ଜାଣିବା ଏହି କଥାରୁ ପର୍ଦା ଉଠାଇ ଦେବା କି ଭାରତରେ ଚିକେନ ଫକ୍ସକୁ ମା ବୋଲି କାହିଁକି କୁହାଯାଏ ।

ଏହି କଥା ସହ ଏକ ପୌରାଣିକ ମାନ୍ୟତା ଜଡିତ ଅଛି ଯେଉଁ କାରଣରୁ ଏହି ରୋଗକୁ ମା ବୋଲି କୁହାଯାଏ । ମେଡିକାଲ ସାଇନ୍ସ ଅନୁସାରେ ଚିକେନ ଫକ୍ସ ବିପଦରେ ପାଉଥିବା ଏକ ଗମ୍ଭୀର ରୋଗ ଅଟେ ଯାହା କି ସିଧା ହାଇଜିନ ସହ ଜଡିତ ବୋଲି ଜଣାଯାଏ । ଭାରତରେ କେତେକ ସହର ଓ ଗାଁରେ ଆଜି ମଧ୍ୟ ଏହି ରୋଗକୁ ମାତା ଶୀତଳା ସହିତ ଯୋଡି କି ଦେଖା ଯାଇଥାଏ ଯାହାକି ମା ଦୁର୍ଗାଙ୍କର ଏକ ରୂପ ଅଟେ ।

ଅନ୍ୟ ମାନ୍ୟତା ମଧ୍ୟ ଅଛି

ଅନ୍ୟ ମାନ୍ୟତା ଅନୁସାରେ 90 ଦଶକ ପର୍ଯ୍ୟନ୍ତ ଚିକେନ ଫକ୍ସର କିଛି ଔଷଧ ବା ଇଞ୍ଜେକ୍ସନ ଆସି ନଥିଲା ଓ ସେହି ସମୟରେ ଏହି ରୋଗର ପ୍ରକୋପ କିଛି ଅଧିକ ଥିଲା । ଏମିତିରେ ଏଥିରୁ ବଞ୍ଚିବା ପାଇଁ ଡାକ୍ତର ଲୋକଙ୍କୁ କିଛି ଘରୋଇ ଉପାୟ କହୁଥିଲେ, ଯେଉଁଥିରେ ସ୍ଵଚ୍ଚତାର ବିଶେଷ ଧ୍ୟାନ ରଖିବା ସାମିଲ ଥିଲା । କାହିଁକି ନା ଏଠି ଲୋକେ କୌଣସି କଥା ଉପରେ ସେତେବେଳେ ବିଶ୍ଵାସ କରିଥାନ୍ତି ଯେବେ ତାହାକୁ ଧର୍ମ ସହିତ ଯୋଡ଼ା ଯାଇଯାଏ ସେଥିପାଇଁ ଏହାକୁ ଦେବୀଙ୍କ ସହ ଯୋଡ଼ି ଦିଆଗଲା ।

ସେହି ସମୟରେ  ମାନୁଥିଲେ କି ଯେଉଁ ଲୋକ ଉପରେ ଦେବୀ ରାଗି ଯାଇଥାନ୍ତି ତାଙ୍କୁ ନିଜ ତରଫରୂ ରୋଗ ଦେଇଥାନ୍ତି ଓ ଏମିତିରେ ଏହି ରୋଗରୁ ଯଦି ରକ୍ଷା ପାଇବାକୁ ହୁଏ ତେବେ ଲୋକଙ୍କୁ ମା ଶୀତଳାଙ୍କର ପୁଜା କରିବାକୁ ପଡେ ଓ ସେଥିରେ ପୀଡିତ ବ୍ୟକ୍ତିକୁ ସ୍ଵଚ୍ଛତାର ବିଶେଷ କରି ଧ୍ୟାନ ରଖିବାକୁ ବି ପଡ଼ିଥାଏ । ଧିରେ ଧିରେ ଏହି ମାନ୍ୟତା ପ୍ରଚଳିତ ହୋଇଗଲା ଓ ଆଜି ମଧ୍ୟ ଏହାକୁ ଗ୍ରହଣ କରା ଯାଉଛି । ଆପଣଙ୍କ ଘରେ ବଡ଼ ଗୁରୁଜନ ଚିକେନ ଫକ୍ସକୁ ମା ହିଁ କହୁଥିବେ । ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି କିଛି ରୋଚକ ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *